ସ୍ମୃତିରେ ପିତୃପ୍ରତିମ

ସୁମନ ସୌରଭ ଆଣିଲା ଗୌରବ
ତୁମ କରସ୍ୱର୍ଶେ ଶିଳ୍ପୀ
ଆଙ୍କିଗଲ କେତେ ନାନା ଜାତି ଚିତ୍ର
ହୁଏନାହିଁ ତାହା କଳ୍ପି

ମରିଭୂମେ ମଧ୍ଯେ ଗୋଲାପ ଫୁଲର
ମେଳଣ ମଞ୍ଜୁଳ ଶୋଭା
ଘନ ତମିସ୍ରାରେ ଆଲୋକର ବହ୍ନି
ବିକାଶିଲା ତାର ଆଭା

ଶିକ୍ଷାର ମନ୍ଦିରେ ଉନ୍ନତ ଶିରରେ
ଉଡିଲା ବିଜୟ ଧ୍ୱଜା
ଭାଷା ସାହିତ୍ୟର ସୁଦୃଢ ସାରଥି
ରାଗ ଅଳଙ୍କାର ସଜା

ଅବେଳେ ପଡିଲ କାଳଯମ ହାତେ
ଝୁରେ ଏଠି ମନ୍ଦାକିନୀ
ଝୁରେ ଗଂଗାଧର ମହା ବିଦ୍ୟାଳୟ
ବୁଢାରଜା ସୁହାସିନୀ

ଗୋଲକ ବାସିନୀ କୋଳେ ଧରିଥାନ୍ତୁ
ଆତ୍ମା ପାଉ ସଦଗତି
ନିଳାଚଳ ନାଥ ଅନାଦି ପୁରୁଷ
ଯାଚିଦେଉ ଗୋ ମୁକତି

ବିନମ୍ର ପ୍ରାର୍ଥନା ମାଆ ସମଲେଇ
ପୁଅକୁ ତୋ ଦେଏ ଶାନ୍ତି
କୋଟି ଦଣ୍ଡବତ ତୋହର ପୟର
ଘେନ ମାଁ ମୋର ବିନତୀ। ।
ସାରସମାଲ, ସୁବର୍ଣ୍ଣପୁର

କୃଷ୍ଣଚନ୍ଦ୍ର ବାରିକ

ସାରସମାଲ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *