ସହର ର ଚଢ଼େଇ


କେବେ ଦେଖିଛ କି ସହର ର ଚଢ଼େଇମାନଙ୍କୁ?
ସେମାନେ ଗାଁର ଚଢ଼େଇଙ୍କ ଭଳି ଗାଆନ୍ତିନି
ଗୁମୁରି ଗୁମୁରି କୋରସ ଗୀତ,
ସେମାନେ ନାଚି ନାଚି ଧାନ ଖୁମ୍ପିବାକୁ ଯାଆନ୍ତିନି ଖେତ
ସେମାନେ ଥଣ୍ଟ ଘସନ୍ତିନି ବୁଢା ଗଛର ଖୁରୁଦୁରା ଡାଳରେ
ସେମାନେ ଚିହ୍ନନ୍ତିନି ଶରତ, ହେମନ୍ତ, ଶୀତ!!
ଖରା, ବର୍ଷା ବସନ୍ତ……!!!”

ସେମାନେ ଦେଖି ନଥାନ୍ତି ଝରଣା ମୂଳ
ସେମାନେ ଉଦରସ୍ଥ କରନ୍ତିନି
ତୁଳସୀ ମୂଳେ ବିଞ୍ଛା ହୋଇଥିବା ଅରୁଆ ଚାଉଳ
ସେମାନେ ଝୁଲନ୍ତିନି ଫୁଲ ଫୁଟା ଡାଳରେ
ନା କିଚିରି ମିଚିରି ହୁଅନ୍ତି ଖପର ଚାଳରେ

ସେମାନେ ବସନ୍ତି କଉ ଇଲେକ୍ଟ୍ରି ଖୁଣ୍ଟରେ
ନହେଲେ କଉ କୋଠାର ତତଲା ଛାତରେ
ଶୋଷ ଲଗେଲେ ପିଅନ୍ତି
କଳକାରଖାନାରୁ ବହି ଆସୁଥିଲା ତରଳ ଜହର,
ଉପାୟହୀନ ଭାବେ କରନ୍ତି ବିଷାକ୍ତ ପବନକୁ ନିଶ୍ୱାସ ନିଜର

ଆଦିନରେ ସରିଯାଏ ଆୟୁ ଖାତା
ଯେଉଁ ମାନେ ଧୂଆଁ ଓ ଧୂଳିର କୁହୁଡି ଭିତରେ
ଦେଖି ପାରନ୍ତିନି କେବେ ନିଜ ଇପ୍ସିତ ଆକାଶ
ଯେଉଁ ମାନେ ଧିମା ବିଷରେ ହେଉଥାନ୍ତି ନିଶେଷ
କେବେ ଦେଖିଛ କି ସେଇ ସହର ର ଚଢ଼େଇମାନଙ୍କୁ ?

                   

ଜିନାତମାମ୍ ଦର୍ଜୀ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *