କିଛି ଚାହିଁବା, କିଛି ପାଇବା
କିଛି ଭାବନା ନଥିଲା ମନେ
ତୁମକୁ ଦେଖିଲି, ଦେଖିଲି ସପନ
ସପନେ ମୁଁ ନିଃସ୍ବ, ଶୁଭୁଚି ଅଟ୍ଟହାସ୍ୟ
ତୁମେ ଛାୟାମୂର୍ତ୍ତି, ଅନ୍ଧାରଠୁ କଳା
ଶବ, ଶିବ ସବୁ ତୁମ ଚରଣେ ।
ସପନ ନା ସମ୍ମୋହନ
ଶିବ ନା ଶବ କିଏ ମୁଁ
କିଏ ତୁମେ
ସତ କ’ଣ
କିଏ ଜାଣେ !
ନିଦ ଭାଙ୍ଗିନି ଆଜିଯାଏଁ
ଆଜି ସାଜିଛି ପୂଜାରୀଟିଏ
ମାଗୁଛି, ହାତପାତି ପ୍ରାର୍ଥନାରେ
ତୁମକୁ ତୁମଠୁ
ସେଇ ପ୍ରଥମ ଦେଖାର
ରୂପଟିଏ, ସ୍ମିତାହାସ୍ୟଟିଏ
ଲଜ୍ଜାଶୀଳା କଳା ବଦନେ ।
ଅକାରଣ, ଅକାରଣ ସବୁ ଆଜି
କାରଣ, ସବୁ କାରଣ ବି ଅକାରଣ
ଏ ଜୀବନେ ମରଣେ,
ମୁଁ ଜାଣେ ।