ମା ବୋଲି ତୋତେ ଡାକି ଦେଲେ ଥରେ
ଦୂରେଇ ଯାଏ ବିପଦ
ଶକ୍ତି ସ୍ୱରୁପିଣୀ ଅଭୟ ଦାୟିନୀ
ତୁହିମା ଦୁର୍ଗତି ନାଶିନୀ ରକ୍ଷ
କାହିଁ କେତେଦୂର ଚାଲି ମୁଁ ଆସୁଚି
ଭକ୍ତି ନିବେଦନ ଘେନ
ନବଦୁର୍ଗା ନବରାତ୍ର ରେ ତୋ ପୂଜା
ବିପଦ ଭଞ୍ଜନି ନାମ
ପ୍ରଥମରେ ଶୈଳପୁତ୍ରୀ ରୂପେ ମାତା
ପୂଜା ହୋଇଥାଏ ତୋର
ଦ୍ଵିତୀୟ ଦିନ ମା ବ୍ରହ୍ମ ଚାରିଣୀ
ବେଶ ରେ ହେଉ ବାହାର
ଚନ୍ଦ୍ର ଘଣ୍ଟା ମାତା ତୃତୀୟ ଦିନ ରେ
ଭକ୍ତ ଦୁଃଖ ଫେଡୁ ତୁହି
କୁଷ୍ମାଣ୍ଡ। ରୂପେ ମା ଚତୁର୍ଥ ଦିନରେ
ବିଜେ ହୁଅ ମହାମାୟୀ
ପଞ୍ଚମ ଦିନେ ମା ସ୍କନ୍ଦ ମାତା ବୋଲି
ଭକ୍ତ ସୁମରଣା କରେ
ଷଷ୍ଠ ଦିନରେ ମା କାତ୍ୟାୟନୀ ବେଶ
ମନୋବାଞ୍ଚ୍ଛା ପୂର୍ଣ୍ଣ କଲେ
କାଳରାତ୍ରି ବେଶେ ସପ୍ତମ ଦିନରେ ମା
ଦୁଷ୍ଟ ତୁ କରୁ ସଂହାର
ମହାଗୌରୀ ମାତା ଅଷ୍ଟମ ଦିନରେ
ସବୁ କଷ୍ଟ ଫେଡ଼ ମୋର ।।
ସ୍ଵର୍ଣ୍ଣ ପ୍ରଭା ମହାପାତ୍ର
ସୁବର୍ଣ୍ଣପୁର ଜିଲ୍ଲା