ଲୀନା ନାଗ୍ ତା ଗାଉଁଲୀ ସହରରେ
ନିଦାଘ ର କୃଷ୍ଣଚୂଡା
ଶୀତ ର କେତକୀ
ପୁଣି ବର୍ଷାର କଦମ୍ବ ଭଳି ସଭିଙ୍କର ପ୍ରିୟ
ଦେଖି ତା ଚିବୁକ ଆବର୍ତ୍ତ
କେତେ ଯେ ଉଦବାସ୍ତୁ
ଘୂର୍ଣ୍ଣି ଖାଉଖାଉ ମନକୁ ମନ ହୋଇଗଲେ ପ୍ରତାରିତ ।
ଲିନାନାଗ୍ କିନ୍ତୁ ଅହଂକାର ର ନାଗଫେଣୀ ଭିତରେ
ଲୁଚାଇ ନିଜକୁ
ଖୋଜୁଥିଲା ମନର ମଣିଷ
ହେଲେ, ମୁଠାରୁ ଖସି ତା’ବୟସ
ଏବେ ମାଖି ହୋଇଗଲାଣି
ଆଖିତଳେ ହୋଇ କଳାଦାଗ ସ୍ୱାଭିମାନୀ ଲୀନାନାଗ୍ କିନ୍ତୁ
ଆଜି ବି ବେଦାଗ।
ଆଜିକାଲି ଫର୍ଚ୍ଚାରେ ନହେଲେ ମଧ୍ୟ
ପାର୍କ ମର୍ଣିଂୱାକ୍ ରେ ତା’ଚର୍ଚ୍ଚା
ଲୀନା ନାଗ୍ କୁ ପ୍ରତାରଣା କଲାକିଏ !
ଫଗୁଣ ପରା ସିଏ
ଚାଲିଗଲା ସମୟ ହାତଧରି
ହେଲେ ବୟସର ପ୍ରତାରଣା ପରେ ଲୀନାନାଗ୍ ଆଜି ବି ସୁନ୍ଦରୀ ।
ସ୍ୱପ୍ନରେ ତା’ ନୀଳପୁରୁଷ
ତେଣୁ ଓଠେ ଭରି ମଲ୍ଲୀକଢି ହସ
ଲୀନା ନାଗ୍ ଆଜି’ବି ବିନ୍ଦାସ।
ଲୀନା ନାଗ୍
