ରାମ ନାମ

ସମୟ ଖେଳୁଛି ଚକା ଭଉଁରୀ ଲୋ ହୋଇଯାଅ ସାବଧାନ,
ବେଳ ଥାଉ ମନ ଭଜ ହରି ନାମ କରି ଜାଅ ଧର୍ମ କର୍ମ।
ଏ ଭବ ସାଗରୁ ତାରିବା ପାଇଁ ଲୋ ସିଏ ଏକା ସlହା ତୋର,
ମିଛ ମାୟା ଏଇ ସଂସାର ଜଞ୍ଜlଳ ସତ ଏକା ଚକ୍ରଧର।
ରାମ ନାମ ଧନ ସାଉଁଟି ନେ ଲୋ ପlତି ତୋ ପଣତ କାନି,
ଯମ ଦଣ୍ଡ ଭୟ ରହିବ ନାହିଁ ଟି ସାହା ହେବେ ଚକ୍ରପାଣି।
ମାୟା ବନ୍ଧନ ରେ ପଡ଼ି ଭୁଲି ଗଲୁ ରାମ ନାମ ସଙ୍କୀର୍ତ୍ତନ,
ରାମ ନାମ ରସ ଅମୃତ ସମାନ ନିତ୍ୟ କର ରସ ପାନ।

ପ୍ରଣତି ସାହୁ

ପ୍ରଫେସର କଲୋନୀ

ରାୟପୁର

Leave a Reply

Your email address will not be published. Required fields are marked *