ସଥେଁ ଛୋଟ୍ ଟେ ହେଲେଁ ବି
ବଢା ଭଲ୍ ଲାଗ୍ ସି ମୋର୍ ଗାଁ
ଅଜା ପଏନ ଅଜା ଦିନୁଁ
ରହିଯାଇଛେ ସେ ନାଁ ।
ଗୁଡି ଭାଡ଼ି ଦେ ଦେବତା
ଚାରିହ୍ କୁତି ଫଏଲି ଅଛନ୍ ଗାଁ ନୁଁ
ଯେତେ ଦୁରେ ଥିଲେ ବି
ସାଁଗ ସରସା ନାଇଁ ଯାଏ ମନୁଁ।
ଛୁଆ ମାନକର ଖେଲକୁଦ୍
ମନେ ନାଇଁ ହୁଏ ପାସରି
ମୋର୍ ଗାଁ ମୋର୍ ସପନ୍
ସଥେଁ ମତେ ଧରିଥିସି ଆବରି।
ପାଖର ପାଞ୍ଜର୍ ଲାଗେ ଲସର୍
ମିତା ମାହାର୍ସାଦ୍ କେତେ ନିଜର୍
ଦୁଃଖ ସମିଆଥିଁ ନୁରାନାଇଲାଗେଁ
ହଁଇ ଯାଏସନ୍ ହାଜର୍।
ଗାଁ ର ବନହର୍ କାଦୋ ପାଏନ୍
କେତେ ଭଲ୍ ଲାଗସି ମତେ
ଝରି ସରବନେଁ ଗାଁ ର ମଝାଖୁଲି
ଭିଜିବାର୍ କେ ମନ୍ ଲାଗସି ମତେ।
ଶୀତ୍ ମାସର୍ ଯୁଏ ତପା
ନାଇଁ ପାରେ ମୁଇଁ ଭୁଲି
ସୋର୍ ଲାଗସି ମୋର୍
ଗଉର ବବାର କାହାଲି।