ମୋର ଗାଁ

ମୋର୍ ଗାଁ ମୋତେ ନୁଆଁ ଦିସୁଛେ
ଯୁନ୍ହା ଦିନ ସବୁ ବଦଲି ଯାଇଛେ।
ବଲଦ ନାଇଁ କି ଗୁହାଲ ନାଇଁ
ଲଙ୍ଗଲ୍ ନାଇଁ କି ହଲିଆ ନାଇଁ।(1)

ସବୁ କବାର୍ ବୁତା ମିସିନ୍ କରୁଛେ
ମୋର ଗାଁ ମୋତେ ନୁଆଁ ଦିସୁଛେ।
ଖଲାଟେ ଗାଁନ ନାଇଁ ନ ଏଭେ
ପୁରା, ପୁଆଲ ବେଟିଆ ଖପି ଗଲାନ।(2)

କୁଆ, ଚଟିଆ, ପାରା ନାଇଁ ଦିଖବାର
ବିଲ୍ଡିଗଂ ଘର ଆଉ ଟାୱାରର୍ ଅଵତାର୍
ପଖାଳ ଖାଏଲେ ଦିହେଁ ନାଇଁ ଯିବାର
ମେଗି,ପିଜା, ବର୍ଗର୍ ସବୁଆଡେ ପର୍ଚାର୍।(3)

ପାଠପଢି ଛୁଏ ସହର୍ ଗଲେନ
ପଢିସାରି କରି ବେକାର ବସଲେନ
ଚାଷି ଦୁଖେ ଭୁଖେ ବିସ୍ ଖାଉଛେ
ଚାଷ କାମକେ ଆଉ କିଏ ପଚ୍ରାଉଛେ।(4)

ଭୁଆସେନ୍ ମାନେ ଏଭେ ଜିନ୍ସ୍ ପିନ୍ଧ୍ଲେନ
ଉଢ୍ନାଦିଆ ବାଟଛଡା କଥା କିଏ ଯାନେ
ବରତ, ପୂଜା ପାଠ ଭୁଲି ଗଲେନ
ଅନଲାଇନ ଖାଏବାର୍ ମଗାଇ ଖାଏଲେ ନ।(5)

ଖେତ୍ ଡୁଲି ସବୁ ପଡିଛେ ପଡିଆ
ପିଲାଷ୍ଟିକ୍ ଜରି ବୁତଲ୍ ସବୁ ଘର୍ଘରିଆ
ପାତ୍ଲି ହାଢି ନାଇ କି ଚୁଲୀ ନାଇଁ
ହାଡ଼୍ ସାଲେ ଅଛେ ନନଷ୍ଟିକ୍ ତାୱା।(6)

ପିଠା ପନା ନାଇଁ କି ଛନାପନା ନାଇଁ
ବାଏର୍ ନାଇଁ କି ବଗିଚା ନାଇଁ
ମା ବୁଆ କେ କିଏ ପଚ୍ରାଉଛେ
ସିଧା ଆଶ୍ରମ ନ ଥୁଇ ଆସୁଛେ।(7)

ଭାଗବତ ଘର ଆଉ ନାଇଁ ନ ଏଭେ
ବନ୍ଧ କଟା ଆଉ ନାଇଁ ନ ଏଭେ
ଲଗାଇଛନ୍ ମଟର୍ ଏଭେ ଘରେ ସଭେ
ଗଛ ପତର୍ ନାଇଁ ତ ଛଏରା କାହିଁ।(8)

ଘୁଡ୍ଘୁଡିପଟି ନାଇଁ କି ତାସ୍ ଖେଲ୍ ନାଇଁ
ଛୁଆନୁ ବୁଢା ସଭେ ମୋବାଇଲ ଥି ବାଇ
ଭାଗବତ୍ ଚର୍ଚା ନାଇଁ କି ସୁତ୍ଲି ବଂଟା ନାଇଁ
ଯାହାର୍ ମନ ଯେନ୍ତା ରହୁଛନ୍ ଖାଇ। (9)

ମୋର ଗାଁ ମୋତେ ନୂଆ ଦିସୁଛେ
ଆଘର୍ ସଵୁ ବଦଲି ଯାଇଛେ
ଫେର୍ଭି ମୋର ଗାଁ ମୋତେ ଭଲଲାଗୁଛେ
ତାର୍ ମାଏଟ୍ ମୋତେ ଧରିରଖିଛେ।(10)

ପୁତୁଲ ସୁପ୍ରିୟା ଦାସ

ସମ୍ବଲପୁର

One thought on “ମୋର ଗାଁ

Leave a Reply

Your email address will not be published. Required fields are marked *