ମୋତେ ପାରି କର


ମୂଳ ହିନ୍ଦୀ- ଡକ୍ଟର ଗୀତାଞ୍ଜଳି ରେଣୁ ଦାଶ
ଅନୁସୃଜନ- ଦିବାକର ନାୟକ

ମୋତେ ପାରି କର, ମୋତେ ପାରି କର
ହେ ବନ୍ଧୁ, ମୋତେ ନେଇଯାଅ ସେହି ପାରି କି
ଯେଉଁ ସ୍ଥାନକୁ କୌଣସି ରଙ୍ଗୀନ ସୁଖଦ ସ୍ଵପ୍ନ
ହୁଏ ନାହିଁ ଆତଯାତ ।
ତୁମେ ହିଁ କେବଳ ନିରହଙ୍କାରୀ ସାଧ୍ବୀ ଭଳି
ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।
ତୁମେ ହିଁ ତ ଜଣେ ଭରସା ହୋଇ ଆସିଛ
ଜୀବନର ଦୂତ ଭଳି !
ମୋହ ମାୟା ପୂର୍ଣ୍ଣ ଏହି ସଂସାରରେ
ଜଣେ ପ୍ରିୟ ବନ୍ଧୁ କାହିଁ ତୁମ ସରି !
ତୁମେ ମୋର ଜୀବନ
ତୁମେ ହିଁ ମୋର ସର୍ବସ୍ବ !
ମୋତେ ପାରି କର, ମୋତେ ପାରି କର
ଜୀବନର ହେ ପରମ ବନ୍ଧୁ
ଜଟିଳତାରେ ପରିପୂର୍ଣ୍ଣ
ଏହି ସଂସାର ସାଗରର
ମଧ୍ୟ ଭାଗରୁ
ମୋତେ ନେଇଯାଅ ସେହି ପାରିକୁ..
ମୋତେ ପାରି କର, ମୋତେ ପାରି କର
ହେ ପ୍ରିୟ ଜୀବନ ବନ୍ଧୁ !
ମୋତେ ପାରି କର

ପାଟପୁର-୭୬୧୦୦୮, ଗଞ୍ଜାମ
ମୋ-୯୯୩୮୬୧୯୯୮୧

Leave a Reply

Your email address will not be published. Required fields are marked *