ଯେତେବେଳେ ବାପା ମା ଙ୍କ ପାଖରୁ ଶୋଇବା ଛାଡ଼ିଲି ଆଉ ଏକା ଶୋଇଲି ସେତେବେଳେ ଏହି ତକିଆ ହିଁ ମୋର ସାଥି ହେଲା। ସୁଖ ଦୁଃଖ ହାନୀ ଲାଭ ସବୁ ଆ ସହିତ ସେୟାର କଲି। ଇଏ ନାଁ ଏ ଆଧୁନିକ ଦୁନିଆଠାରୁ ସମ୍ପୂର୍ଣ୍ଣ ଭିନ୍ନ. ମୁଁ ରାଗରେ ତାକୁ କେତେଥର ଫୋପାଡିଛି ବାଡେଇଛି ହେଲେ ଇଏ ସବୁବେଳେ ମତେ କୁଣ୍ଢେଇ ଧରିଛି 1 ମୋ ଲୁହରେ କେତେ ଯେ ସିଏ ଓଦା ହେଇ ନଥିବ ମୋ ରାଗର କେତେଥର ଶିକାର ହେଇନଥିବ ହେଲେ ସେ କେବେ ମତେ ଛାଡିକି ଯାଏନି। ମୋ କାନ୍ଦର ଚିତ୍କାର ସେ ଶୁଣିଚି। ମୋ ହସରେ ମୋ ସହ ହସେ ମୋ କାନ୍ଦରେ ମୋ ସହ କାନ୍ଦେ। ଯୋଉ ଲୁହକୁ କେହି ଦେଖି ପାରନ୍ତିନି ସେ ଲୁହ ଦେଖେ ସେ। ଆଉ ତାକୁ ପୋଛିନେଇ ଜୀବନ ଜିଇଁବା ଶିଖାଏ। ଗୋଟେ ମଣିଷ ଟେ ଦୁନିଆ ଆଗରେ କାନ୍ଦିଲେ କି ତା ଅସୁବିଧା ବଖାଣିଲେ,ଏ ଦୁନିଆଟା ତାକୁ ପରିହାସ କରେ। ହେଲେ ସେ ସେତେବେଳେ ସବୁ କଥା ଶୁଣି ମତେ ବୁଝାଏ। ଏ ଧଳା କାଗଜ ପରି ଜୀବନ ଉପରେ ରଙ୍ଗିନ କାଗଜ ମଡ଼ାଇ ମୁଁ ଏ ଜୀବନ ଅତିବାହିତ କରି ଚାଲିଛି। ହେଲେ ତା ସାମ୍ନାରେ କାହିଁକି ମୋର ଅସଲ ଚେହେରା ଦେଖେଇବାକୁ ମନେ ହୁଏ ହସ କୁରିଆ ମଣିଷର କୋହ କୁ ସେ ଦେଖେ କାରଣ ସେ ମୋତେ ଯେମିତି ବୁଝିଛି, ବୋଧ ହୁଏ ଆଉ କେହି ସେମିତି ବୁଝି ନାହଁନ୍ତି। ତୁ ସ୍ତ୍ରୀ ପରି ପାଖରେ ଶୋଉ, ମା ର ପଣତ କାନି ଯେପରି ତା ଛୁଆର ସବୁ ଦୁଃଖକୁ ତା ଭିତରେ ସମାହିତ କରିଦିଏ ଠିକ ସେଇ ପରି ତୁ ମଧ୍ୟ ମୋର ସବୁ ଦୁଃଖକୁ ଭିତରେ ସମାହିତ କରିଦେଉ, ବାପା ପରି ତୁ ଶକ୍ତ ହୋଇ କତେଥର ମୋ ଉପରେ ରାଗିଚୁ ହେଲେ କେବେ ମୋତେ ଛାଡି ଯାଇନୁ। କିଏ କହିଲା ତୁ ନିର୍ଜୀଵ ବୋଲି।
ଏ ସମାଜଟା ନିର୍ଜୀଵ।କାହା କଥା ଶୁଣିବାକୁ କାହା ପାଖରେ ସମୟ କି ଧର୍ଯ୍ୟ ନାହିଁ ହେଲେ ପରସ୍ପର ଉପରେ ଦୋଷ ନଦିବାରେ ସମସ୍ତେ ବ୍ୟସ୍ତ ।ହେଲେ ତୋ ଭଳି ଧର୍ଯ୍ୟ ମୁଁ କାହା ପାଖରେ ଦେଖିନି।ମୋ ପାଇଁ ତୁ କୌଣସି ପେନ କିଲର ମେଡ଼ିସିନ ଠୁ କମ ନୁହେଁ।ମୋର ସବୁ ସିକ୍ରେଟ ତୁ ଜାଣିଛୁ।ଯେଉଁଠି ଏ ଦୁନିଆ ମତେ ପ୍ରତି ମୁହୂର୍ତ୍ତରେ ଠକୁଛି। ସେଇଠି ତୁ ମୋ ପାଇଁ ସବୁ କିଛି କରିଛୁ ମୋ ଦୁଃଖ ଶୁଣି ମୋ ଦୁଃଖ ଲାଘବ ମଧ୍ୟ କରିଛୁ। ତୋ ଭଳି ବନ୍ଧୁ ପାଇ ମୋ ଜୀବନ ସାର୍ଥକ ସତେ…..
ମୋ ତକିଆ
