ତୁମ ପରି ମାଁ ଥାଉଁ ଥାଉଁ
କାହିଁକି ଡରିବି ଏଇ ଦୁନିଆ କୁ,
ଯିଏ ପଛେ ଯେତେ କଷ୍ଟ ଦେଉ
ତୁମ ପରି ମାଁ ଥାଉଁ ଥାଉଁ।
ଜାଣିଛି ମାଆ ମୁଁ
ଅମାବାସ୍ୟା ପରେ
ପୁନେଇଁ ଆସିବା ସତ ,
ପଣତ ତଳେ ମାଁ
ଶକ୍ତି ଦେଉଥିବୁ
କରିବୁନି ତାକୁ ଛୋଟ।
ପୁଅ ଝିଅ ଦୁଃଖ
ଦେଖିଲେ ମାଆର
ଆଖିରେ ଆସଇ ଲୁହ,
ତୁମେ ସବୁ ଦେଖି
ସହି ପାରିବକି
ସତ କରି ତୁମେ କୁହ ।
ତୋହରି ଚରଣେ
ଗଲି ମୁଁ ଶରଣ
ଆଶିଷ ଢାଳିଦେ ମାଁ,
ଦୁଃଖ ଦରିଆରୁ
ପାରି ହୋଇଯିବି
ତୁଣ୍ଡରେ ଧରି ତୋ ନାଁ ।