ମହାମାୟା

ଚାରିଆଡେ କେତେ ଆନନ୍ଦ ଉତ୍ସବ

ବାଜି ଉଠୁଛେ ବଜାଗଜା ,

ଶରତ ମାସର ଦଶହରା ଦିନେ 

ମାଁ ମହାମାୟା ଉଡ଼ିବା ଧ୍ଵଜା।।

ଚାଏର ଦିନୁ ଚାଳିଛେ ସଜାବଜା

ମା’ର ପରବ ଆସବା ବଲି,

ଢୋଲ ନିଶାନ ତାସା ବାଜି ଉଠିବା 

ମାଁ ଆସିବା ଝୁଲି ଝୁଲି ।। 

ଲାଲ ଲାଲ ଶାଢ଼ୀ ନେ କପାଳେ ସିନ୍ଦୂର 

ଗଲା ନେ ତୋର ମନ୍ଦାର ମାଲ,

ପାଦେ ମାଁ ତୋର ଅଏଲତା ଗାର୍ 

ଧଏନ୍ ଧଏନ୍ ତୋର ଲୀଳା ଖେଲା ।।

ତୁହି ମାଁ କାଳୀ, ଦୁର୍ଗା ଆର୍

ଦେବୀ ଚନ୍ଦ୍ରଘଣ୍ଟା, କାତ୍ୟାୟିନୀ

ମାଁ ତୁହି ଇଷ୍ଟଦେବୀ ସମଲେଇ,

ମହାଗୌରି, ବ୍ରହ୍ମଚାରିଣୀ ।।

ତୋର ଛୁଆ ଗୋ ଆମେ ଭବାନୀ

ମାଁ ଗୋ ତୁଇ ଜଗତ ଜନନୀ,

ଜୟ ଦେବୀ  ମହିଷାମର୍ଦ୍ଦିନୀ

ତୁହି ମାଁ ଦୁଃଖ ବିନାସିନୀ ।।

ଜୁହାର୍ ଗୋ ମାଁ ମହାମାୟା  

ସମକୁ ରଖିଥିବୁ ତୋର ଛାଇତଲେ

ଦୁଃଖ ନାଇ ଦେବୁ କାହାକେ  

ବିନିତି କରୁଛେ ତୋର ପାହାତଲେ।।

ଆୟୁଷ ବଢ଼ାଇ,

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର

One thought on “ମହାମାୟା

Leave a Reply

Your email address will not be published. Required fields are marked *