ମନ ପ୍ରଜାପତି

 

ଚାହିଁବି ନି ତୁମେ ସ୍ବପ୍ନ ଟେ ହୁଅ

ଆଖି ଖୁଲୁ ଖୁଲୁ 

ଯଦି ହଜିଜାଅ ।

ପୁଣି କହିବିନି ଜେ,

ତୁମେ ଜହ୍ନ ଟିଏ ସାଜି

କେବେ ପୁନେଇଁ ତ ଅମାବାସ୍ୟା ହେଇ 

ଇତସ୍ତତ କରୁଥାଅ ।

ବରଂ ତାରା ଟିଏ ସାଜି

ମୋ ମନ ଗଗନ ରେ

ଉକିଁ ମାରୁଥାଅ।

କଦାପି କହିବି ନି

ସମୁଦ୍ର ର ଢେ଼ଉ ଟିଏ ସାଜି

ଆସି ପୁଣି ଫେରି ଯାଅ।

ବରଂ ଶାମୁକା ଟିଏ ହେଇ

ହୃଦୟ ର ଗଭିର ଭିତରେ 

ଘର ଟିଏ କରିଥାଅ।

ସ୍ବପ୍ନ ରେ, ଭାବିପାରେ ନା

ମାତୁଆଲ ଭଅଁର ପରି 

ଫୁଲ ରୁ ଫୁଲ ତୁମେ 

ଜଦି ଯିବ ଉଡ଼ି ।

ହେଲେ,

ନିଶ୍ଚେ, ଚାହିଁବି ପ୍ରଜାପତି ହେଇ 

ମୋ ଆନନ୍ଦ ବନେ 

ଖୁସି ରେ ଖେଲିପାର ବୋଲି ।

ନା ,ନା ପାଉଜି ମୋ ପାଦର 

ଭୁଲରେ ବି ଭାବିନି 

ତା ରୁଣୁ ଝୁଣୁ ଶବ୍ଦ

ଲାଗୁ  ମତେ ଯେତେ ଭଲ 

ସୂ ମଧୁର ତୁମ ଦିପଦ କଥା 

ମହୁ ଠୁ ବି ମିଠା ।

ମୋ ମନ ପ୍ରାଙ୍ଗଣରେ

କରି ନିଏ ସେ ଜାଗା।

ସଙ୍ଗୀତା ଦିପ 

ବରଗଡ଼

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *