କୃଷ୍ମଚଦ୍ରପୂର୍ ନାମରେ ଗୋଟିଏ ଛୋଟ ଗାଁ ଥିଲା । ସେହି ଗାଁ ରେ ପ୍ରାୟତଃ ୮୦ ରୁ ୯୦ ଘର ବସବାସ କରୁଥାଆନ୍ତି ସେହି ଗାଁ ରେ ଦୁଇ ଟି ବନ୍ଧୁ ମଧ୍ୟ ରହୁଥାନ୍ତି ଗୋଟିଏ ହେଲା ଶଙ୍କରା ଆଉ ଗୋଟେ ଅଶ୍ଵିନୀ ଦୁଇଜଣ ଅତ୍ୟନ୍ତ ଘନିଷ୍ଟ ବନ୍ଧୁ । ଶଙ୍କରା ର ପରିବାର କହିଲେ ଚାରି ଜଣ, ୧୭ ବର୍ଷ ର ପୁଅ ,୧୫ ବର୍ଷ ର ଝିଅ ଓ ସ୍ତ୍ରୀ ।
ଶଙ୍କରା ଓ ଅଶ୍ଵିନୀ ର ଯୋଡ଼ି ଠିକ୍ ଦୁର୍ଯୋଧନ ଓ କର୍ଣ୍ଣ ପରି । ଶଙ୍କରା ର ଅଭ୍ୟାସ ତାର ପରିବାର କୁ ଛାରଖାର କରି ଚାଲିଥାଏ କାରଣ ସେ ମଦ କୁ ଛାଡି ରହି ପାରେ ନାହିଁ ,ଅଶ୍ଵିନୀ ତାକୁ କର୍ଣ୍ଣ ପରି ଯେତେ ଭଲ ରାସ୍ତା କୁ ଆଣିବାକୁ ଚେଷ୍ଟା କଳା ସତ୍ତ୍ୱେ ସେ ବାରମ୍ବାର ବିଫଳ ହେଲା । ଶଙ୍କରା ମଦ ପାଇଁ ଏତେ ପାଗଳ ଥିଲା ଯେ ସେ ମଦ ବିନା ଟିକେ ସମୟ ବି ଭଲ ଭାବରେ ରହି ପାରୁନଥିଲା ସେ କୋଉଠୁ ଯଦି କିଛି ପରିଶ୍ରମ କରି ଆନେ ତ ସେଇତକ ପଇସା ବି ସେ ମଦ ପିଇ ଦିଏ । ସେଥିପାଇଁ ତା ସ୍ତ୍ରୀ କୁ ୟା ,ତା ଘରକୁ ବାସନ ସଫା କରିବା ପାଇଁ ଗଲା ସେଥିରୁ ସେ ଜେତକ ପଇସା ଆଣେ ଘର ଚଳାଏ ଓ ବାକି ତକ ପୁଅ ଝିଅ ପଢ଼ିବା ପାଇଁ ସଂଚୟ କରେ କିନ୍ତୁ ଶଙ୍କରା ତ ମଦ ପାଇଁ ପାଗଳ ସେ ମଦ ନ ହେଲେ ଚଳି ପାରିଲା ନାହିଁ ,ଧୀରେ ଧୀରେ ତାକୁ କେହି ମଜୁରୀ କରିବା ପାଇଁ ମଧ୍ୟ ଡାକିଲେ ନାହିଁ ।
ମଦ ପାଇଁ ତ ପଇସା ଦରକାର ସେ ମଦ ପାଇଁ ଘର ବାସନ ତକ ବିକିବାରେ ମଧ୍ୟ ପଛ ଘୁଂଚା ଦେଲା ନାହିଁ ,ଶେଷରେ ଗାଁ ର ଲୋକଙ୍କୁ ଠକି କେବେ କହେ ସ୍ତ୍ରୀ ଦେହ ଖରାପ ତ କେବେ କହେ ଝିଅ ଦେହ ଖରାପ କହି ପଇସା ମାଗି ନେଇ ମଦ ପି ଦିଏ । ମଦ ପାଇଁ ତା ଦେହ ମଧ୍ୟ ଖରାପ ହେଉଥିଏ କିନ୍ତୁ ସେ ମଦ ଛାଡି ପାରିଲା ନାହିଁ । ଶଙ୍କରା ର ପୁଅ ଓ ଝିଅ ଭଲ ପାଠ ପଢୁଥିବା ସତ୍ତ୍ୱେ ସେମାନେ ପଢ଼ିପାରିଲେ ନାହିଁ, କେତେ ଦିନ ଅବା ସ୍ତ୍ରୀ ଲୋକ ଟା ବାସନ ସଫା କରି ପାଠ ପଢ଼ା ର ସଙ୍ଗେ ସଙ୍ଗେ ଘର ଚଳାଇ ପାରିବ ଆଉ ବାସନ ସଫା କରି କେତେ ଟଙ୍କା ରୋଜଗାର କରିବ ଯେ ଦୁଇ ଜଣ ଅବା ପାଠ ପଢି ପାରିବେ ଏବେ ଦୁଇ ଜଣଙ୍କ ପାଠ ପଢା ମଧ୍ୟ ପୁରା ଠପ୍ । ଶଙ୍କରା ସବୁ ସମୟ ରେ ମଦ ପିଇ ନିଶା ରେ ଝୁଲୁ ଥାଏ । ଗୋଟେ ଦିନର କଥା ତା ପୁଅ ମାର୍କେଟ କୁ ଯାଇଥିଲା ପାରିବା ଆଣିବା ପାଇଁ ଓ ପଛପଟୁ ଗୋଟେ ବଡ଼ ଅଜଣା ଗାଡ଼ି ପିଟି ଦେଇ ଚାଲିଗଲା ସଙ୍ଗେ ସଙ୍ଗେ ତାକୁ ମାର୍କେଟ ରେ ଥିବା ଲୋକେ ମେଡିକାଲ କୁ ନେଇ ଗଲେ ଓ ଘରକୁ ଖବର ମଧ୍ୟ ପଠାଇ ଦେଲେ । ନିଜ ପୁଅ ର ଏପରି ଦୁର୍ଦ୍ଦଶା କଥା ଶୁଣି ଚମକି ପଡିଲା ଶଙ୍କରା ଯେତେ ହେଲେ ବି ତ ବାପା !ବାପା କଣ ପୁଅର କଥା ଶୁଣି ରହି ପାରିବ ଶଙ୍କରା ଦୌଡିଲା ମେଡିକାଲ କୁ ପହଞ୍ଚି ଯାଇ ଦେଖେ ତ ରକ୍ତରେ ଯୁଡୁବୁଡୁ ତା ପୁଅ । ଶଙ୍କରା ଆଖିରୁ ଛଳ ଛଳ ହୋଇ ଲୁହ ବହିଯାଉଥାଏ ସେ ଦଉଡ଼ି ଯାଇ ଡାକ୍ତର ଙ୍କ ପାଦ ତଳେ ପଡ଼ିଯାଇ କାକୁତି ମିନତି ହୋଇ କାନ୍ଦି କାନ୍ଦି ତା ପୁଅ ର ଜୀବନ ଭିକ୍ଷା ମାଗିଲା କିନ୍ତୁ ଡାକ୍ତର କହିଲେ ତା ପୁଅ ପାଇଁ ଏବେ ରକ୍ତ ର ଆବଶ୍ୟକ ଅଛି ଓ ଅପରେସନ୍ ପାଇଁ ପଚାଶ ହଜାର ଟଙ୍କା ର ଆବଶ୍ୟକ । ସେ କହିଲା ମୋ ଠାରୁ ରକ୍ତ ନିଅନ୍ତୁ ଡାକ୍ତର ସାହେବ୍ ମୋ ରକ୍ତ ମୋ ପୁଅ କୁ ନିଶ୍ଚୟ ଲାଗିବ ,ଡାକ୍ତର ତ ଶଙ୍କରା କୁ ଆଗରୁ ଜାଣିଛନ୍ତି ସେ ସାଙ୍ଗେ ସାଙ୍ଗେ କହିଲେ ତୁ ମଦ ପି ତୋ ରକ୍ତ କୁ ପୁରା ପୁରି ଭାବରେ ଦୂଷିତ କରି ସାରିଛୁ ତୋ ରକ୍ତ ଲାଗି ପାରିବ ନାହିଁ । ସେ କାନ୍ଦି କାନ୍ଦି ଦୌଡ଼ି ଘରକୁ ଆସିଲା ନିଜ ସ୍ତ୍ରୀ ର ଗହଣା ବାସନ ବି ତା ଆଗରୁ ବିକି ମଦ ପିଇ ସାରିଥାଏ ,ସେ ଗାଁ ଲୋକଙ୍କ ପାଖକୁ ଗଲା ହେଲେ କଥା ରେ ଅଛି ମିଛୁଆ ରାଧୁଆ ଯେତେ ବେଳେ ସତ କହିଥିଲା କେହି ବିଶ୍ୱାସ କରି ନ ଥିଲେ ଠିକ୍ ସେମିତି ଆଜି ଶଙ୍କରା ଯେତେ ନେହୁରା ହେଲେ ବି କେହି ଟଙ୍କା ଟିଏ ମଧ୍ୟ ଦେଲେ ନି ଆଉ କେତେ ଜଣଙ୍କ ପାଖରୁ ତ ମିଛ କହି ଆଗରୁ ପଇସା ନେଇ ସାରିଥାଏ।
ସେ ସମୟରେ ସେ ହତାଶ ହୋଇ ବସିପଡ଼ିଲା ଓ ତାର କଳା କର୍ମ ସବୁ ତା ଆଖି ଆଗରେ ଖେଳି ଯାଉଥାଏ ଆଉ ସେ ନିଜ ଜୀବନ କୁ ସତ ଧିକ୍କାର କରୁଥାଏ ଯେ ମଦ ପାଇଁ ତା ପୁଅ କୁ ସେ ଆଜି ବଞ୍ଚେଇ ପାରୁ ନାହିଁ । ସତ ଧିକ୍ କଲା ସେ ମଦ କୁ ଯେଉଁ ମଦ ପାଇଁ ଆଜି ତା ପାଖରେ ପଚାଶ ହଜାର ତ ଦୂରର କଥା ପଚାଶ ଟଙ୍କା ମଧ୍ୟ ତା ପାଖରେ ନଥିଲା , ସତ ଧୀକ୍ ସେ ମଦ କୁ ଯାହା ପାଇଁ ଆଜି ସେ ତା ସ୍ତ୍ରୀ ଛୁଆ ପିଲା ଙ୍କ ସହିତ ଖୁସି ରେ ରହି ପାରିଲା ନାହିଁ ।
ଠିକ୍ ଏହି ସମୟରେ ତାକୁ ବୁଝେଇ ଥିବା ବନ୍ଧୁ ଅଶ୍ଵିନୀ ର କଥା ମଧ୍ୟ ମନେ ପଡୁଥାଏ ।
ଶେଷରେ ଶଙ୍କରା ଗୋଟିଏ ଦୀର୍ଘ ନିଃଶ୍ୱାସ ନେଇ ଘର କବାଟ ଝରକା ବନ୍ଦ କରି ପଙ୍ଖା ରେ ଝୁଲି ପଡ଼ିବା ର ନିଷ୍ପତି ନେଲା ଓ ଠିକ୍ ନିଜକୁ ଫାଶୀ ଲଗାଉଥିବା ସମୟରେ ଶୁଭିଲା ,ୟେ ଶୁଣୁଚ ଆମ ପୁଅ ଭଲ ହେଇଗଲା ,ୟେ ଶୁଣ ଯେ ଆମ ପୁଅ ଭଲ ହେଇଗଲା ।
ଏକଥା ଶୁଣି ସେ ବିଶ୍ୱାସ କରି ପାରିଲା ନାହିଁ ସେ ନିଜେ ବାହାରିଲା ପୁଣି ମେଡିକାଲ କୁ ଆସି ଦେଖେ ଅଶ୍ଵିନୀ ତା ପୁଅ ପାଖରେ ବସିଛି । ଶଙ୍କରା କିଛି ଭାବି ପାରୁ ନ ଥାଏ ବଳ ବଳ କରି ଚାରି ଆଡେ଼ ଚାହୁଁଥାଏ ,ଡାକ୍ତର ଆସି କହିଲେ ଅଶ୍ଵିନୀ ଦେଇଥିବା ରକ୍ତ ଓ ପଚାଶ ହଜାର ଟଙ୍କା ର କଥା।
ଶଙ୍କରା ଯାଇ ଅଶ୍ଵିନୀ ର ପାଦତଳେ ପଡିଯାଇ ଭୁଲ ମାଗିଲା ଓ କହିଲା ମଦ ପାଇଁ ଆଜି ଏତେ ଦୁଃଖ ମତେ ମିଳିଲା ଆଜିଠୁ ସପଥ କରି କହୁଛି, ଛି ଛି ମଦ ଆଉ ପିଇବି ନାଇ ସତ୍ ଧୀକ୍ ଏହି ମଦ କୁ ।
ସେହି ଦିନରୁ ସେ ନିଜକୁ ବଦଳେଇ ଦେଲା ଓ ରୋଜଗାର କରି ନିଜେ ଓ ନିଜ ସ୍ତ୍ରୀ ପିଲାଙ୍କ ସହିତ ଖୁସି ରେ ରହିଲା ଓ ଧୀରେ ଧୀରେ ଅଶ୍ଵିନୀ ଓ ଅନ୍ୟ ମାନଙ୍କ ପଇସା ମଧ୍ୟ ଛୁଟିବାରେ ଲାଗିଲା ଓ ତା ପୁଅ ଝିଅ ଙ୍କୁ ପୁଣି ପାଠ ପଢ଼ାଇଲା ।
ଶଙ୍କରା ର ବିପଦ ସମୟରେ
ରେ ଅଶ୍ଵିନୀ ତ ପହଞ୍ଚି ଯାଇଥିଲା କିନ୍ତୁ ଆପଣଙ୍କ ବିପଦ ସମୟ ରେ ଅଶ୍ଵିନୀ ନଥିବ ଏବେ ମଧ୍ୟ ସମୟ ଅଛି ନିଜେ ସୁସ୍ଥ ରୁହନ୍ତୁ ଓ ଖୁସି ରେ ପରିବାର ସାଙ୍ଗରେ ରୁହନ୍ତୁ ।