ଆଜିବି ଦ୍ରୋପଦୀ ଉଲଗ୍ନ ଅବସ୍ଥାରେ
ମଣିପୁର ସହର ଗଳିରେ ,
ଶ୍ରୀ କୃଷ୍ଣ ତ ଏଠି କେହି ନୁହେଁ
ହେଲେ,
ଦୃତରାଷ୍ଟ୍ର ସଭେ ।।
ଆଜିର ପ୍ରତିଟି ରାତି
ଭୟଙ୍କର କାଳରାତ୍ରୀ,
ରାକ୍ଷସ ପିଶାଚଙ୍କ ରାତ୍ରୀ
କଞ୍ଚା ମାଂସ ରକ୍ତ ସନ୍ଧାନ ରାତି ।।
କେବଳ ମୁକ୍ତ ଆକାଶ ରେ ନୁହେଁ
ଚାରିକାନ୍ଥ ମଧ୍ୟରେ ଶିକାର ହେଉଛି,
ଯେଉଁ କାନ୍ତରେ .
କ୍ଷତ ବିକ୍ଷତ ଓଠ ଚିତ୍କାର କରେ
ଭଙ୍ଗା ଵେକ ଶବ୍ଦ କୁହେ ,
ଲହୁ ଲୁହ ସାଜି
ଭିଜେଇ ଦିଏ ଶେଜ ।।
ଆଉ,
ରକାକ୍ତ କୋଠରୀ ନ୍ୟାୟ ମାଗେ
ଯିଏ ନିଜ ଜୀବନର
ଶେଷ ନିଃଶ୍ୱାସ ଯାଏ
ଲଢି ଚାଲିଥାଏ ,
ନିଜ ଜୀବନ ଇଜ୍ଜତ ପାଇଁ ।।
କାହିଁକି ?
ମଣିଷ ସମାଜରେ ମଣିଷ ପରି
ବଞ୍ଚିବା ଦୋଷ କି ?