ଭୋକ

ଦେଖ ତ ଲୋକମାନେ କେନତେହି
ଖାଲି ଭୋକ୍ ଭୋକ୍ ହେଉଛନ୍ 
ଆରେ କେତେ ଖାଏଲେ ପେଟ୍ ପୁରବା
ଚରି ତ ଗଲନ ସବୁ, 
ଆର୍ କାଣା ଅଛେ ଯେ ଭୋକ୍ ମେଟାବ
ଗାଁର୍ ଆମ ବୁରେଇ
ଝାର୍ ଜଙ୍ଗଲ, ବନ୍ଧ, ବନ୍ଧଲି
ଗୋଚର ଜମି, ଭାଗବତ ଟୁଙ୍ଗି 
ମଶାନପଦା, ନାଗବାଚା କୁଠି
କେନକେ ଗଲା କେଜାନି
ନୁରୁଥ, ଇହାଦେ 
ହେ ଯେନ ଖେଲପଡିଆ ଥିଲା
ସେଟା ଭିଲ୍ ପରେ ହଜି ଯାଇଛେ
ଗାଁର ମାଏନ୍ ମାଏନତା ସବୁ ଲୁକି ଯାଇଛେ
କଲା, ସଂସ୍କୃତି, ତିହାର ପରବ, ଭେଟ୍ ଘାଟ୍ 
ଅପନାପନ୍ ଇହେଦେ ନୁରି ହେଉଛେ 
ତାକେ ଭିଲ୍ ନୁରୁଥ 
ଭୋକ୍ ମେଟବା ବଲି ସବୁ ସହରକେ ଭାଗଲେ
ଚାଷ ଗଲା, କାରଖାନା ଆଏଲା
ଧୂଆଁ ସାଙ୍ଗେ ବେମାର୍ ଆନଲା
ବୁଢ଼ା କେ ଘର ଯୁଗୁଆ କରିଥିଲ
ସେ ଭିଲ୍ ଗଲାନ
ସହର୍ ଆର୍ ଭୋକ୍ ମେଟେଇ ନାଇଁ ପାରବାର୍
ସରକାରୀ ଚାକରୀ ତ ନାଇଁନ
କେନ ମହାଜନ୍ ଠାନେ ଗୁତି ଖଟୁଛନ୍
ମହରଗ୍ ସହରୁ ତୁନ ତରକାରୀ ଘିନୁଛନ୍
ତହବି ଫେର୍‌ କହୁଛନ୍
ଭୋକ୍ ନାଇଁ ମେଟବାର୍
ହଁ ସତେ ତ ଭୋକ୍ ଲାଗୁଛେ
ଗାଁ ଖୁଏଲ୍ କେ
ଭୋକ ଲାଗୁଛେ 
ହେ ଚଉଖୁଟ ଆର୍ କାନ୍ଥି କେ
ଭୋକ୍ ଲାଗୁଛେ
ପାହାଡ଼ ପର୍ବତ ଝରନା କେ
ଘାଏ ମନ ଭରିକରି ଦେଖବାରକେ ତୁମକୁ 
ମାଏଟ୍ ମାଁ ଟାକିଛେ
ତୁମର୍ ଫିରବାର୍ ବାଟ୍ କେ
ଦେଖିଦେଲେ ତାର୍ ମନର୍ ଭୋକ୍ ଭିଲ୍ ମେଟି ଯାଏତା ।।
ତଫିଜୁଲ ହୋସେନ 
ଚିପିଲିମା, ସମ୍ବଲପୁର

Leave a Reply

Your email address will not be published. Required fields are marked *