ବୟସ

ଅମାନିଆଁ ଝରଣା ଭଳି ଗଡ଼ି ଚାଲେ,
ନିଶବ୍ଦ ନିର୍ବିକାର ଭାବରେ ବିତିଯାଏ ମୋ ପିଲାଦିନ ,
କେତେ ଅଳି ଅଝଟ ବାଲି ଖେଳ
ସବୁ କାଲି ପରି ଲାଗେ ହେଲେ ,
ସମୟର ସ୍ରୋତରେ ବହିଯାଏ ମୋ ସେ ସୁନ୍ଦର୍ ଝାପସା ଅତୀତ ।।
ସ୍କୁଲ୍ ଯିବା ବୟସ ଟା ଖୁବ୍ ଧୀରେ ଚାଲେ,
ଶଗଡ଼ ର ଚକ ଭଳି ଖୁବ୍ ଆସ୍ତେ ଆସ୍ତେ,
ସେ ସମୟଟା କୁ ସେତେବେଳେ ଭାରି କଷ୍ଟ ଲାଗେ
ମାଷ୍ଟ୍ରେଙ୍କ ନାଲି ଆଖି ଭାରି ଅବୁଝା ସେ ଅଙ୍କ,
କେମିତି ଚାଲି ଯାଆନ୍ତା କି ସେଦିନ
ହେଲେ ଚାଲିଗଲା ପରେ ପୁଣି ଝୁରେ ସେ ରଙ୍ଗୀନ ଦିନକୁ ।।
ଡୋରି ଖୋଲି ଆଜି ମୁକ୍ତ ବିହଙ୍ଗ ଟିଏ ପାଲଟି ଯାଏ,
ମୋର୍ ଯୌବନର ପାହାଚରେ,
ବାପା ମା ଖୁବ୍ ଅଲୋଡ଼ା ଲାଗେ ,
ସାଙ୍ଗ ସାଥି ପ୍ରିୟା ସବୁ ଅତି ଆପଣାର ଆଉ ଅନ୍ତରଙ୍ଗ,
ସବୁ ଆକୁହ କଥା କହି ହୁଏ,
ପରିବାର ଭାଇ ଭଉଣୀ ବାପା ମା
ସବୁ ଉପଦେଶ ପାହାଡ ଭଳି ମନେ ହୁଏ ।।
ବିବାହର ବନ୍ଧନ ଅନେକ ସ୍ଵାଧୀନତା କୁ ବାନ୍ଧି ନିଏ,
ମନଲାଖି ଜୀବନକୁ ଆକଟ କରିଦିଏ ,
କର୍ତ୍ତବ୍ୟର ବୋଝକୁ ଗଧ ଭଳି ବୋହି ଚାଲେ ସାରାଦିନ ,
ମା ବପା ପୁଅ ସ୍ତ୍ରୀ ସମସ୍ତଙ୍କ ପାଇଁ ଜୀବନ ବିତାଏ ।।
ସମୟର ସ୍ରୋତରେ ବାର୍ଦ୍ଧକ୍ୟ ପହଞ୍ଚିଯାଏ
ଯେତେ କଳା ବୋଳି ହେଲେବି ଲୁଚିପରେନା ,
ସବୁ ରୋଗ ଘର କରି ନିଏ
ସମୟ ଭାରି ଧୀରେ ଧୀରେ ଚାଲେ,
ସବୁ ନିଜ ଲୋକ ଧୀରେ ଧୀରେ ଅପହଞ୍ଚ ହୋଇଯାଏ,
ଔଷଧ ପୁଟୁଳା ଜୀବନ ସଙ୍ଗିନୀ ପାଲଟି ଯାଏ,
ଜୀବନ ଟା ଧୀରେ ଧୀରେ ଅଲୋଡ଼ା ହୋଇଯାଏ,
ଭଗବାନଙ୍କ ନାମ ଆପେ ଆପେ ଆପଣେଇ ନିଏ ,
ବାସ୍ ସେଇ ଶେଷ ସତ୍ୟ ,ରାମ ନାମ ସତ୍ୟହେ ର ଡାକ ଶୁଭେ ,
ଜୀବନ ର ଦୀପ ଲିଭିଯାଏ …

ରାଜେଶ କୁମାର ପଟ୍ଟନାୟକ
ଆ କଟାପାଲି, ସମ୍ବଲପୁର

Leave a Reply

Your email address will not be published. Required fields are marked *