ବ୍ୟାକୁଳତା

ଆସ,ଗାଇ ଯିବା ଜୀବନର
ଆତ୍ମୀୟ ଆଳାପ
ମନ, ବନ, ଉପବନ
ଚେତନାର ନନ୍ଦନକାନନ
ଉପରେ ନୀଳ ଆକାଶ,
ଛୁଇଁଯିବା ତାରାର ମେଖଳା ॥

ସତ୍ୟ ଓ ସ୍ୱାଧୀନତା
ଲୋଡ଼ା ଆଜି ଆଲୋକର ରଶ୍ମି
ତାଳ ଦେଇ ସମୟର ସୁରେ
ଆଜି ବ୍ୟାକୁଳ ପ୍ରାଣରେ॥

ଲଗାଇଲା କିଏ ଏଇ ମାୟା
କେବଳ ଟିକିଏ ହସ ଲୋଡ଼ା ମୋର
ଆଲୁଅ ଅବା ଅନ୍ଧାରରେ
ଆସିବକି କେବେ
ଅମୃତର ଆସ୍ଵାଦନେ
ପରିତୃପ୍ତ ପ୍ରାଣ ମୋର
ଆକ୍ତା ମାକ୍ତା
ଫୁଲରେ ଗଢ଼ା କବିତା
ସମବେଦନା ଦେଇ
ଝାଳର ବାସ୍ନାରେ,
ହୃଦରେ ଜାଗୁ ସତ୍ୟର ସ୍ପନ୍ଦନ
ସ୍ମୃତିର ବେଳାଭୂମି ପରେ ॥

କେତେବେଳୁ ଆସ୍ଥାନ
ଜମେଇ ବସିଛି
ତୁମ ଦେହର ଆଲବମ୍ ପରି
ଶବ୍ଦ ଟିଏ ଉଚ୍ଚାରି ପାରିନି ବୋଲି
ବେଳେବେଳେ ବ୍ୟଥିତ
କରେ ତୁମ ନିରବତା ॥

ସାମାନ୍ୟ ତମ ଭୂ-କମ୍ପନରେ
ଉଦାସୀ ଝିଅର
ଲାଲ ଓଠରେ ଆଜି
ରୋମାଞ୍ଚର ଶିହରଣ
ଯାହା ଗଳ୍ପ ମୟ
ଆମର ଏହି ଛୋଟ ପୃଥିବୀରେ

ଲକ୍ଷ୍ମୀପ୍ରିୟା ମହାରଣା

ମହାବୀରପଡା, ଧନୁପାଲି

ସମ୍ବଲପୁର

Leave a Reply

Your email address will not be published. Required fields are marked *