ବୈକୁଣ୍ଠ

ବୈକୁଣ୍ଠ ସମାନ ଆହାଃ ଅଟେ ସେହି ଘର

ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର,

ଗୁରୁ ଗୁରୁଜନେ ଭକ୍ତି ଶ୍ରଦ୍ଧା ର ସମ୍ମାନ

ଥାଏ ଯହିଁ ଗୃହେ ତାହା ଦେବ ମନ୍ଦିର  ସମ,

ପିତା ପୁତ୍ର ସ୍ନେହ ଥାଏ ଅତୁଟ ନିବିଡ଼

ଭାଇ ଭାଇ ର ବନ୍ଧନ ଶ୍ରୀ ରାମ  ଭରତ,,

ମାତୃ ଭଗ୍ନୀ ଶ୍ରଦ୍ଧା ଥାଏ  ନିବିଡ଼ ଅବାଧେ

ଜିଣି ହୁଏ ଜଗତ କୁ ଆସୁ ଝଡ଼ ଯେତେ,

ପରିବାର ବନ୍ଧନ ର ଅମୃତ ଆସ୍ଵାଦନ

ପରିଜନ ଜାଣେ ସିନା ମିଠା ସମ୍ମୋହନ,

ମାଆ ବାପା ଙ୍କ ର ପ୍ରତି ଅତୁଟ ବିଶ୍ୱାସ

ଛୁଇଁ ହୁଏ ଶିଖର କୁ ତାଙ୍କ ସୁଭାଶିଷ,,

 ଶାଶୁ ବୋହୁ ମଧ୍ଯ ବନ୍ଧୁ ପ୍ରେମ ଥିଲେ

ସ୍ନେହ ସେବା ଆଦର ରେ ମଧୁର ବଚନେ,

ଦାମ୍ପତ୍ୟ ରେ ଥିବ ଯଦି  ବିଶ୍ୱାସ ସମ୍ମାନ

ଘର ହୁଏ ସ୍ବର୍ଗ ପୁର ନିବିଡ଼ ସେ ପ୍ରେମ,,

ଲୋଡ଼ା ନାହିଁ ଧନ କେବେ ସ୍ନେହ ଟିକେ ପାଇଁ

ସେବା କରୁଣା ଆଦରେ  ମିଠା କଥା ପାଇଁ,

ଅବିଶ୍ୱାସ ଭାଙ୍ଗିଦିଏ ସୁନା ର ସଂସାର

ସନ୍ଦେହ ତ ଜାଳିଦିଏ ସମ୍ପର୍କ ର ଡୋର,,

ଥରେ ଭାଙ୍ଗିଗଲେ ଘର  ଯୋଡିକି ହୁଅଇ

ଯେତେ ପ୍ରୟାସ କରିଲେ ସମ୍ଭବ ନୁହଁଇ,,

କୋଟି ପୁଣ୍ୟ ବଳେ ମିଳେ ଘର ପରିବାର

ଧନ୍ୟ ଗୃହସ୍ତ ଆଶ୍ରମ ସଂସାର ରେ ସାର,,

ହସ ଖୁସିରେ ସଂସାର  ନିଜେ ସାଇତିବା

ଜିଇଁଥିବା ଯାଏ ନିଶ୍ଚେ ଆନନ୍ଦେ ରହିବା ।।

ଅପରାଜିତା ପରିଡା, 

କୁଜଙ୍ଗ, ଜଗତସିଂହପୁର

Leave a Reply

Your email address will not be published. Required fields are marked *