ବୃଦ୍ଧା କାଳେ ବୃଦ୍ଧାଶ୍ରମ ସନ୍ତାନଙ୍କ ପ୍ରତିଦାନ

ମାତା ପିତା ଠାରୁ ନାହିଁ ବଡ ଗୁରୁ
ନଭ ଧରା ପରି ମନ ।
ତାଙ୍କ ଠାରୁ ଜ୍ଞାନ କରି ଆହରଣ
ଜୀବନକୁ କର ଧନ୍ୟ।

ବିଶାଳ ହୃଦୟ ଉଦାର ଆଳୟ
ଅମୃତ ସାଗର ସମ।
ପ୍ରତିଦାନ ତାଙ୍କ ଦେଇ କି ପାରିବ
ସୁଝି ପାରିବ କି ଋଣ।

ବହୁ ଦୁଃଖ ସହି ପାଆନ୍ତି ସନ୍ତାନ
ପ୍ରଭୁଙ୍କ ଆଶିଷ ନେଇ।
ତାଙ୍କୁ ପାଲି ଥାନ୍ତି ଅତି ଯତନ ରେ
ନିଜ ମାଂସ ରକ୍ତ ଦେଇ।

ଛୋଟ ରୁ ବିରାଟ କରିଥାନ୍ତି ସତ
ଅବ୍ୟକ୍ତ ବେଦନା ସହି ।
ଆଶା ରଖିଥାନ୍ତି ବୃଦ୍ଧା କାଳେ ଶାନ୍ତି
ସନ୍ତାନ ର ମୁଖ ଚାହିଁ।

ବୃଦ୍ଧା କାଳରେ ସନ୍ତାନ ନପଚାରେ
ଦୁଃଖରେ ଥାଆନ୍ତି ରହି।
ପ୍ରତିଦାନ କଣ ସେଇ ବୃଦ୍ଧାଶ୍ରମ
ବୃଦ୍ଧା କାଳେ ନ୍ୟନ୍ତି ବହି।

ତାଙ୍କୁ ଦୁଃଖ ଦେଇ ଯଦି ବି ରହୁଛି
ନିଜେ ଆନନ୍ଦିତ ହେଇ।
ମାତା ପିତା ହର୍ଷେ ଦିଅନ୍ତି ଆଶିଷ
ଅଭିଶାପ ଦ୍ୟନ୍ତି ନାହିଁ।

ସେମାନେ ମହାନ ଦେବତା ସମାନ
ସନ୍ତାନ ତା ବୁଝେ ନାହିଁ।
ଯେବେ ଆସେ ଝଡି କାଳ ଯାଏ ଗଡି
ଅଭିଶପ୍ତେ ରହେ ଚାହିଁ।

ଶ୍ରୀବତ୍ସ ମେହେର,
ମାନେଶ୍ୱର, ସମ୍ବଲପୁର

Leave a Reply

Your email address will not be published. Required fields are marked *