ପାପ ପୂର୍ଣ୍ଣ ଏଇ ଜୀବନ ଯାତ୍ରାରେ
ପଥ ତ ଏନେକ ଦୂର ,
ହାରିବା ଜିତିବା ଲେଖା କପାଳରେ
କର୍ମ ସଦା ଠିକ୍ କର ll
ଜୀବନ ଯାପନ ସଦା କରିବାରେ
ପରିସ୍ଥିତି ସାମ୍ନା କରି ,
ବିପଦ ଆସିଲେ ଆମ ଜୀବନରେ
ସାହାସ ରଖିବା ଭରି ll
ମନବଳ ଯଦି ଦୃଢ଼ ରଖିଥିବା
ବିପଦ ଯିବ ତ ଟଳି ,
ସଭିଙ୍କୁ ଆଦର ସର୍ବଦା କରିବା
ମନେ ନରଖିବା ମଳି ll
ମାନବ ଜୀବନ ବୃକ୍ଷର ସଦୃଶ
ସଭିଙ୍କ କାର୍ଯ୍ୟରେ ଲାଗେ ,
ଆତ୍ମା ଚାଲିଗଲେ ହୁଅଇ ଅଦୃଶ୍ୟ
କାହିଁକି କର୍ମ ନଜଗେ ll
ବୃକ୍ଷଠାରୁ ଚାଲ କିଛି ତ ଶିଖିବା
ସଭିଙ୍କର ହିତ ଲାଗି
ପୁଣ୍ୟକାମ ଆମେ ସର୍ବଦା କରିବା
ହେବାନି ପାପରେ ଭାଗୀ ll