ବିନା ଦୋଷେ ମୋତେ କଲୁ କଳଙ୍କିନି

ନ ବୁଝି ନ ସୁଝି ପର କରି ଦେଲୁ
ଭାବିଲୁନି ମନେ ଥରେ ,
କେତେ ଭଲ ତୋତେ ପାଉଛି ରେ ସାଥି
ହୃଦୟ କୁ ଥରେ ପଚାରେ |(୧)
ସମୟ ମୋହରି ଭଲ ନାହିଁ ବୋଲି
ପରିସ୍ଥିତି କଲା ବାଟ ବଣା,
ଆଖି ତୋର ଆଜି ଧୋକା ଖାଇଗଲା
ହୋଇଗଲା ଭୁଲ ବୁଝାମଣା | (୨)
ମା ବାପା ଇଚ୍ଛା ସ୍ବପ୍ନ କୁ ତୁଟାଇ
ଦୌଡ଼ି ଯାଇଥିଲି ତୋ ପାଖେ,
ଆସା ଭରସା କୁ ତୁଟାଇ ଦେଇ ମୋ
ଛାଡି ଦେଲୁ ହାତ ଅଧା ବାଟେ | (୩)
ବୋଝ ବୋଲି ଯଦି ଭାବୁଥିଲୁ ସାଥି
କହିଦେଇ ଥାଆନ୍ତୁ ଥରେ,
ତୋ ବାଟରେ କେବେ ଆସି ମୁଁ ନଥାନ୍ତି
ଚାଲି ଯାଆନ୍ତି ବହୁଦୂରେ | (୪)
ଭଲ ସାଥିଟିଏ ଆସୁ ତୋ ଜୀବନେ
ମୁହିଁ ସିନା କଳଙ୍କିନି ,
ତୋ ବାଟରେ କେବେ ନ ପଡୁ ରେ କଣ୍ଟା
ଏତିକି ମୋହରି ମାଗୁଣି |(୫)
ସ୍ମୃତି ମୋର ସବୁ ଜାଳି ଦେଇଗଲୁ
କିଛି ମାତ୍ର କ୍ଷଣିକରେ,
ସବୁ ସ୍ମୃତି ତୋର ସାଇତି ରଖିଛି
ଏଇ ମୋ ଛାତି ଭିତରେ |(୬)
ବିନା ଦୋଷେ ମୋତେ କଲୁ କଳଙ୍କିନି
ଭାବିଲୁନି ଥରେ ହେଲେ,
ସତ ବୋଲି ମତେ ପ୍ରମାଣ ଦେବାକୁ
ଦେଲୁନି ସୁଯୋଗ ଥରେ |(୭)
ଆଗକୁ ମୋହର ହାତ ଚାଲୁ ନାହିଁ
ଏତିକି ରେ ଶେଷ କଲି,
ମୋ ହୃଦୟ ଯନ୍ତ୍ରଣା ଆଖି ରେ ଝରେ
ଦି ଟୋପା ଲୁହ ହୋଇ |(୮)

ପ୍ରିୟଙ୍କା ବିଶି ,

ରେଢ଼ାଖୋଲ,ସମ୍ବଲପୁର, ଓଡିଶା

Leave a Reply

Your email address will not be published. Required fields are marked *