ଦୁରାରୋଗ୍ୟ କର୍କଟ ରୋଗରେ ପିଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କମଳା ଦେବୀ। ରୋଗ ଶଯ୍ୟା ନିକଟରେ ଉପସ୍ଥିତ ସ୍ବାମୀ ସୁରେଶ ବାବୁ, ପୁଅ ରାଜେଶ, ବୋହୂ ରାଜଶ୍ରୀ ,ନାତି ରାହୁଲ, ଝିଅ ସୁରଭି, ଜ୍ୟୋଇଁ ସୁରେନ୍ଦ୍ର।ଅନ୍ତିମ ସମୟ ଆସି ଭପସ୍ଥିତ। ସମସ୍ତ ଙ୍କ ଉପରକୁ ମୁହଁ ବୁଲାଇ ଆଣିଲେ କମଳା ଦେବୀ ।ନିଷ୍ପ୍ରଭ ଆଖିରେ ସମସ୍ତଙ୍କୁ ଥରେ ଅନାଇଁ ଗଲେ ।ଯମରାଜ ଙ୍କ ଏହା ଥିଲା ବୋଧହୁଏ ଶେଷ ଅନୁମତି। ଆଖିରୁ ବୋହି ଗଲା ଦୁଇ ଧାର ଲୁହ।ପାଟି ଖନି ମାରିଲା। ଖନେଇ ଖନେଇ କହିଲେ ମୁଁ ଆଉ ବଞ୍ଚିବି ନାହିଁ। ଚାଲି ଯାଉଛି ସେହି ଅଫେରା ରାଇଜକୁ ।ଯୋଉଠିକି ଥରେ ଗଲେ ମଣିଷ ଆଉ କେବେ ଫେରି ପାରେ ନା। ତୁମ ବାପାଙ୍କ ସମସ୍ତ ଦାୟିତ୍ବ ତୁମ କୁ ଲାଗିଲା। ସିଏ ମୋର ଜୀବନର ସବୁ କିଛି।ତାଙ୍କ ମନରେ ମୁଁ କେବେ ଦୁଃଖ ଦେଇନି। ତୁମ ସମସ୍ତ ଙ୍କୁ ମୋର ଶେଷ ଅନୁରୋଧ ତାଙ୍କ ମନରେ କେବେ ବି ଦୁଃଖ ଦେବନି।ତାଙ୍କୁ ସୁଖରେ ରଖିବ।
ଏତିକି କହି ତାଙ୍କ ଶେଷ ହିକ୍କା ଆସିଗଲା।ତିନିଟା ହିକ୍କା ପରେ ଆଖି ବୁଜି ଦେଲେ କମଳା ଦେବୀ ।ସୁରେଶ ବାବୁଙ୍କୁ ଚାରିଦିଗ ଅନ୍ଧାର ଦେଖା ଗଲା। ଆକାଶ ଟା ମୁଣ୍ଡ ଉପରେ ଛିଣ୍ଡି ପଡୁଥିଲା।ଅନୁଭବ ହେଉ ଥିଲା ତାଙ୍କର ଛାତି ଚିରି ତାଙ୍କ ହୃଦୟକୁ ସତେ ଯେପରି ବଳପୂର୍ବକ କିଏ ଟାଣି ନେଇ ଯାଉଛି। ତାଙ୍କର ସଂଜ୍ଞା ଧିରେ ଧିରେ ଲୋପ ପାଇ ଆସୁଥିଲା । ବୁଦ୍ଧି ଆଉ ଚେତନା ବି ହଜି ଯାଉଥିଲା।ଲୋଟି ପଡିଲେ ତାଙ୍କ ପ୍ରିୟତମା ପତ୍ନୀ ଙ୍କ ଶବ ଉପରେ। କୁଣ୍ଢେଇ ଧରି ଭୋ ଭୋ ହୋଇ ଯୋରରେ କାନ୍ଦି ଭଠିଲେ।ଶବ କୁ ଯାବୁଡି ଧରି ବାହୁନି ବାହୁନି କାନ୍ଦି ଗଣ୍ଡ ଦେଶରେ ଆଙ୍କି ଯାଉଥିଲେ ଅଜସ୍ର ଚୁମ୍ବନ।ସୁରେଶ ବାବୁ ଙ୍କ ଆଖି ଲୁହ ରେ ଶବ ର ଗଣ୍ଡ ଆଉ ଛାତି ଓଦା ହୋଇ ଯାଉଥିଲା।
ଏହା ଥିଲା ତାଙ୍କର ଶେଷ ଚୁମ୍ବନ ଆଉ ଶେଷ ଆଲିଙ୍ଗନ। ତା ପରେ ଯୋଜବରଦସ୍ତ ସୁରେଶ ବାବୁ ଙ୍କୁ ଟାଣି ନେଇ ଗଲେ ତାଙ୍କ ପରିବାର ବର୍ଗ।ପାଳ ଦଉଡ଼ି ସହ କୋକେଇ ସଜ ହେଲା। ରାମ ନାମ ସତ୍ୟ ହେ ଧ୍ବନି ରେ ଉଠିଲା ଶବ ।ପୁଅ ରାଜେଶ ଖଇ କଉଡି ବିଞ୍ଚି ଆଗରେ ଚାଲିଲେ।ଶ୍ମଶାନ କୁ ନେଇ ଛଅ ଖଣ୍ଡ କାଠରେ ପ୍ରସ୍ତୁତ ହେଲା ଶବାରୀ।ସାତ ବେଡା ଶବାରୀ କୁ ପ୍ରଦକ୍ଷିଣ କରି ଶବାରୀ ଉପରେ ଶୁଆଇ ଦେଲେ କମଳାଦେବୀ ଙ୍କ ଶବ।କୋକେଇ ବୋହି ଶବାରୀ ପ୍ରଦକ୍ଷିଣ କଲା ବେଳେ ସୁରେଶ ବାବୁ ଙ୍କ ମନ ପରଦାରେ ଭାସି ଯାଉଥିଲା କମଳା ଦେବୀ ଙ୍କ ସହ ଗଣ୍ଠିଲି ଲାଗି ବିବାହ ବେଦୀ ରେ ପୁରୋହିତ ର ମନ୍ତ୍ର ଧ୍ବନି ଭିତରେ ହୋମାଗ୍ନୀକୁ ସାତ ବେଢା ପ୍ରଦକ୍ଷିଣ କରିବା ର ଦୃଶ୍ୟ।ଅନ୍ତର ଦୁଃଖରେ ଶତଧା ବିଦିର୍ଣ୍ଣ ହୋଇ ଯାଉଥାଏ।
ମୁଖାଗ୍ନି ସଂଯୋଗ କଲେ ପୁଅ ରାଜେଶ। ହୁତୁ ହୁତୁ ହୋଇ ଜଳିଲା ଯୁଇ ।ଦେଖୁ ଦେଖୁ ପଞ୍ଚଭୂତ ରେ ଲିନ ହୋଇଗଲେ କମଳା ଦେବୀ। ବିଧି ମୁତାବକ ଶୁଦ୍ଧକ୍ରିୟା ସମାପନ ହେଲା। ବନ୍ଧାଇ ଫଟୋ ଭିତରେ ଗୃହର ଉତ୍ତର କାନ୍ଥରେ ଦକ୍ଷିଣ ମୁଖ ହୋଇ ରହିଲେ କମଳା ଦେବୀ। ଫଟୋ ଉପରେ ଝୁଲିଲା ଏକ ପ୍ଲାଷ୍ଟିକ ଫୁଲ ମାଳ।
କିଛି ଦିନ ସୁରେଶ ବାବୁ ଙ୍କର ଯତ୍ନ ଭଲରେ ନେବାକୁ ଲାଗିଲେ ପୁଅ ବୋହୁ। ପୁଅ ଜଣେ ବଡ ଅଫିସର। ବୋହୁ ଜଣେ ସମ୍ଭ୍ରାନ୍ତ ପରିବାର ର ଝିଅ। ବିବାହ ବେଳେ ଅନେକ ଯାନି ଯୌତୁକ ସହ ଏକ କାର ବି ସଙ୍ଗେ ନେଇ ଆସିଛି। ଯୁଆଡେ ଗଲେ ବୋହୁ ନିଜେ କାର ଚଳାଇ ଯାଏ। ଘରେ ଅନେକ ଚାକର ବାକର।ପୁଅ ,ବୋହୂ ଆଉ ଆଠ ବର୍ଷର ନାତି ରାହୁଲ ସହ ସୁରେଶବାବୁ ମହା ଆନନ୍ଦରେ କାଳ ଅତିବାହିତ କରିବାକୁ ଲାଗିଲେ। କିନ୍ତୁ ଭାଗ୍ୟରେ ତ ଦୁଃଖ ଲେଖା ଅଛି। ଦଇବ କିପରି ବା ତାଙ୍କ ସୁଖ ଦେଖି ସହି ପାରନ୍ତା…..
ଆରମ୍ଭ ହୋଇ ଗଲା ସୁରେଶ ବାବୁ ଙ୍କର ଦୁଃଖ। ବୋହୁ ରାଜଶ୍ରୀ ବଡ ଘର ଝିଅ ନା। ସୁରେଶ ବାବୁ ତାଙ୍କୁ ଗନ୍ଧେଇବାକୁ ଲାଗିଲେ। ଧିରେ ଧିରେ ସୁରେଶ ବାବୁ ଙ୍କୁ ଘର କାମରେ ଲଗାଇଲେ। ଘରେ ଚାକର ରଖିବା ବନ୍ଦ କରିଦେଲେ। ଦୈନିକ ଘର ଓଳାଇବା, ଘର ପୋଛିବା, ଖାଇବା ବାସନ ଧୋଇବା,ମଇଳା ଲୁଗା ସଫା କରିବା ସହ ତୃତୀୟ ଶ୍ରେଣୀରେ ପଢୁଥିବା ରାହୁଲ କୁ ନେଇ ପ୍ରାୟ ଶହେ ମିଟର ଦୂରରେ ଥିବା ସ୍କୁଲରେ ଛାଡିବା କାମ ସୁରେଶ ବାବୁ ଙ୍କ ଦ୍ବାରା କରାଇ ବାକୁ ଲାଗିଲେ। ସୁରେଶ ବାବୁ ନିରୂପାୟ। କଥା କଥାରେ କହନ୍ତି ଲୋକେ ଖାଇବା ମୁଠାକ ପାଇଁ ବାହାରେ ଦିନ ସାରା କେତେ କଠିଣ ପରିଶ୍ରମ କରୁଛନ୍ତି।ଆଉ ତୁମେ ମାଗଣା ବସି ବସି ଖାଇବ……??।
ଆଉ ମୋର ଛୋଟ ଛୁଆ ଟା….
ସ୍କୁଲ ବ୍ୟାଗ ବୋହି ସ୍କୁଲକୁ ଗଲାବେଳେ କଷ୍ଚ ହେବ ନି…..??
ତୁମେ ନିଜେ ତା ସ୍କୁଲ ବ୍ୟାଗ ଧରି ବ…..
ସିଏ ସେମିତି ଚାଲି ସ୍କୁଲକୁ ଯିବ…..
ଯାହା କହିଲି ସବୁ କାମ କରିବ ନହେଲେ ତୁମକୁ ବୃଦ୍ଧାଶ୍ରମରେ ନେଇ ଛାଡି ଦେବୁ….
ଅନେକ ଥର ପୁଅ ରାଜେଶ କୁ ସୁରେଶ ବାବୁ ବୋହୁର ଦୌରାତ୍ମ୍ଯ ବିଷୟରେ କହିଲେଣି….
ସେ ଜମା ଶୁଣୁନି….
ଓଲଟା କହୁଛି କାମ ତ କରିବାକୁ ହେବ ବାପା….
ବସି ରହିଲେ ତମ ଶରୀର ସ୍ଥାଣୁ ପାଲଟି ଯିବ ନାହିଁ….
ହାତ ଗୋଡ଼ ତ ହଲାଇବା ଦ୍ବାରା ତୁମର ଶରୀର ସକ୍ରିୟ ଆଉ ସୁସ୍ଥ ରହିବ….
ରାଜେଶ ପାଖରୁ ଏମିତି ଉତ୍ତର ଆଶା କରି ନ ଥିଲେ ସୁରେଶ ବାବୁ…
ଏବେ କହିବେ ବା କାହାକୁ…. ??
ସବୁ ନିରବରେ ମୁଣ୍ଡ ପାତି ସବୁ ସହି ଯିବା କଥା….
ସତୁରି ବର୍ଷ ର ବୃଦ୍ଧ। ଶରୀରରେ ଆଉ ବଳ ବା କେତେ…… । ଜୀବନ ଯାକ ଖଟି ଖଟି ତାଙ୍କ ବଳ ତ ଚାଲି ଯାଇଛି।ସବୁ ଉପାର୍ଜିତ ଅର୍ଥ ପୁଅ ରାଜେଶ କୁ ପାଠ ପଢାଇ ମଣିଷ କରିବାରେ ଆଉ ଝିଅ ସୁରଭି ର ବାହା ଘରେ ସରି ଯାଇଛି….
ସବୁଦିନେ କଠିଣ ପରିଶ୍ରମ ଦେହ ବା କେତେ ସମ୍ଭାଳିବ…. ??
ମଝିରେ ମଝିରେ ଅସୁସ୍ଥ ହୋଇ ପଡନ୍ତି ସୁରେଶ ବାବୁ……
ତଥାପି ନିସ୍ତାର ନାହିଁ…..
ତାଙ୍କର ଅସୁସ୍ଥତା ରାଜଶ୍ରୀ ଙ୍କ ଆଖିରେ ବାହାନାର ରୂପ ନିଏ…..
ଏହି ଅସୁସ୍ଥତାର ଯତ୍ନ କିଏ ବା ନେବ….??
ମନ ଦୁଃଖ ସମୟରେ କିଏବା ତାଙ୍କୁ ଆଶ୍ବାସନା ଦେବ…??.
ଯିଏ ଶାନ୍ତନା ଦିଅନ୍ତା ସିଏ ତ ତାଙ୍କୁ ଏକା କରି ଅାର ପାରିରେ …
ଲୁହ ଗଡାଇ ଯାଇ ପତ୍ନୀ କମଳା ଙ୍କ ଫୋଟରେ କଥା ହୋଇ
କହନ୍ତି ତୁମେ ଗଲା ବେଳେ ସମସ୍ତ ଙ୍କୁ କହିଥିଲ ନା ସୁଖରେ ରଖିବ ବୋଲି….
ବହୁତ ସୁଖରେ ମୋତେ ରଖିଛନ୍ତି…..
କେମିତି ସୁଖରେ ରଖିଛନ୍ତି ତୁମେ କଣ ଦେଖି ପାରୁନ…..??
ଫଟୋ ଭିତରୁ ତ ତମେ ଅନାଉଛ…..
ମୋର ଦୁର୍ଦଶା ତୁମକୁ ଦିଶୁନି ….??
ସାତ ଜନ୍ମର ସାଥି ରୂପେ ମୋତେ ହୋମାଗ୍ନୀ କୁ ସାକ୍ଷୀ ରଖି ପରା ଗ୍ରହଣ କରିଥିଲ….
ସାତ ଜନ୍ମ କଣ ପ୍ରଥମ ଜନ୍ମରେ ମୋତେ ଦୁଃଖ ଦରିଆ ରେ ଏକାକୀ ଠେଲି ଦେଇ ଚାଲିଯିବାଟା କଣ ଠିକ୍ କଲ ….??
ଗଲା ବେଳେ ତ ମୋତେ ସଙ୍ଗେ ନେଇ ପାରିଥାନ୍ତ…..
ଏବେ ମୁଁ ଅଣ ନିଶ୍ବାସୀ ହୋଇ ଉବୁଟୁବୁ ହେଉଛି ତୁମେ କଣ ଦେଖି ପାରୁନ…. ??
ଏତିକି କହି କୋହ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦି ଉଠିଲେ…
ହଠାତ୍ ସେ ସମୟରେ ବୋହୁ ରାଜଶ୍ରୀ ପହଞ୍ଚି କହିଲେ ଅପେରା ଅଭିନୟ ସେତିକି ଥାଉ….
ପୁଅର ସ୍କୁଲ ବେଳ ହେଲାଣି ତାର ବ୍ୟାଗ ନିଜେ ଧର ଆଉ ଶିଘ୍ର ଯାଇ ଛାଡ଼ି ଆସ….
ବହୁତ ଡେରି ହୋଇ ଗଲାଣି….
ଶିଘ୍ର ଶିଘ୍ର ଯାଅ…..
ବ୍ୟାଗଟା ହାତରେ ଧରି ସୁରେଶ ବାବୁ ଲୁହ ପୋଛି ନାତି ରାହୁଲ ର ପଛେ ପଛେ ବାହାରିଲେ…..
ଦେହରେ ତାତି ଖଇ ଫୁଟୁଛି….
ମୁଣ୍ଡ ବି ଝିମ୍ ଝିମ୍ କରି ଘୁରି ଯାଉଛି….
କିମିତି ବା ଶିଘ୍ର ଶିଘ୍ର ଚାଲି ପାରିବେ….??
ସେଥିରେ ନାତି ରାହୁଲ କହୁଛି ଖାଇବା ବେଳେ ତ ଖାଇ ପାରୁଛ ଶିଘ୍ର ଶିଘ୍ର ଚାଲି ପାରୁନ…..
ଠିକ୍ ସେ ସମୟରେ ସ୍କୁଲ ର ପ୍ରଧାନ ଶିକ୍ଷକ ସେ ବାଟ ଦେଇ ଯାଉ ଥିଲେ….
ଦେଖିଲେ ଛୋଟ ଛୁଆ ଜଣେ ବୃଦ୍ଧ ଙ୍କୁ ବାଟରେ କଟୁକଥା କହୁଛି…
ସେଇଠି ଅଟକି ପଚାରିଲେ ତମେ କୋଉ ଶ୍ରେଣୀରେ ପଢୁଛ….
ରାହୁଲ କହିଲା ତୃତୀୟ ଶ୍ରେଣୀ ରେ ସାର୍….
ସେ ବୁଢା ଜଣକ ଯିଏ ତମ ବ୍ୟାଗ ଧରି ପଛେ ପଛେ ଆସୁଛନ୍ତି ସେ କିଏ….??
କହିଲା ସେ ମୋ ଜେଜେ….
ତମ ବ୍ୟାଗ ତମେ କାହିଁ ଧରୁନ….??
ତାଙ୍କୁ କାହିଁ ଧରାଇଛ….??
ବୋଉ କହିଛନ୍ତି ମୁଁ ଧରିଲେ ମୋତେ କଷ୍ଟ ହେବ….
ଆଉ ଜେଜେ ମାନେ ସବୁ କାମ କରିବା କଥା….
ଜେଜେ ଘରେ ସବୁ କାମ କରନ୍ତି…..
କଣ କଣ କାମ କରନ୍ତି….??
ରାହୁଲ ସବୁ କାମ ଗୋଟି ଗୋଟି କରି ପ୍ରଧାନ ଶିକ୍ଷକ ଙ୍କ ଆଗରେ କହି ଗଲା….
ଶୁଣି ପ୍ରଧାନ ଶିକ୍ଷକ ଙ୍କ ଆଖିରେ ଲୁହ ଆସିଗଲା….
ରାହୁଲ କୁ କହିଲେ ତମ ବାପା ବୋଉ ଙ୍କୁ କହିବ ସେ ମୋତେ କାଲି ଦେଖା କରିବେ….
ରାହୁଲ ଘରେ ଯାଇ ବାପା ବୋଉ ଙ୍କୁ ପ୍ରଧାନ ଶିକ୍ଷକ ଙ୍କୁ ଦେଖା କରିବାକୁ କହିଲା….
ରାଜେଶ ଆଉ ରାଜଶ୍ରୀ ତହି ପର ଦିନ ସ୍କୁଲରେ ଯାଇ ପହଞ୍ଚିଲେ….
ପ୍ରଧାନ ଶିକ୍ଷକ ପଚାରିଲେ ଆପଣ ରାହୁଲ ର ବାପା ବୋଉ….??
ସେମାନେ କହିଲେ ହଁ….
ସେ ସମୟରେ ଡ୍ରୟରରୁ ଖଣ୍ଡିଏ କାଗଜ ବାହାର କଲେ ପ୍ରଧାନ ଶିକ୍ଷକ…..
ତାହା ଦେଖି ରାଜେଶ ଛାନିଆଁ ହୋଇ ପଚାରିଲେ ରାହୁଲ କିଛି କଣ ବଦମାସୀ କରିଛି କି ସାର୍….
ପ୍ରଧାନ ଶିକ୍ଷକ କହିଲେ ନାହିଁ ……
ଏହି ବୃଦ୍ଧାଶ୍ରମର ତାଲିକା ଦେଖି କହନ୍ତୁ ଆପଣ ଦୁଇଜଣ କୋଉ ବୃଦ୍ଧାଶ୍ରମରେ ଯାଇ ଶେଷ ଜୀବନରେ ରହିବେ…..
ସେ ଅନୁସାରେ ତାକୁ ପ୍ରୋଜେକ୍ଟ କରିବାକୁ କହିବି….
ରାଜେଶ ବଡ ଅଫିସର ତ….
ପ୍ରଧାନ ଶିକ୍ଷକ ଙ୍କ ଉପରେ ଅତ୍ୟନ୍ତ ରାଗି ଗଲେ….
ସାହେବୀ ଢାଞ୍ଚାରେ କହିଲେ ଛୋଟ ଛୁଆମାନଙ୍କୁ ଆପଣ ମାନେ କିପରି ଏପରି ଶିକ୍ଷା ଦେଉଛନ୍ତି…..??
କି ଅନୁଷ୍ଠାନ ଇଏ…. !!
ଛୋଟ ଛୁଆ ଙ୍କୁ ତାଙ୍କ ବାପା ମା ଙ୍କୁ ଶେଷ ଜୀବନରେ ବୃଦ୍ଧାଶ୍ରମ କୁ ପଠାଇବା ଶିକ୍ଷା ଦେଉଛନ୍ତି….??
ପ୍ରଧାନ ଶିକ୍ଷକ କହିଲେ ଛୁଆ ର ପ୍ରଥମ ଶିକ୍ଷକ ହେଉଛନ୍ତି ତାର ବାପା ମା….
ଆଉ ବାପା ମା ହେଉଛନ୍ତି ତାର ଜୀବନ୍ତ ଈଶ୍ୱର……
ଈଶ୍ବର କୌଣସି ମନ୍ଦିରରେ ନାହାନ୍ତି…..
ଆପଣ ନିଜ ଜନ୍ମିତ ପିତାଙ୍କୁ ଯୋଉ ଦୁର୍ବ୍ୟବହାର କରୁଛନ୍ତି ତାର ପ୍ରଭାବ ଆପଣଙ୍କ ସନ୍ତାନ ସନ୍ତତି ଉପରେ ନ ପଡି ଯିବ କୁଆଢେ….??
ତେଣୁ ଆପଣ ମାନେ ହିଁ ଛୋଟ ଛୁଆଙ୍କ ମୁଣ୍ଡରେ କୁ ସଂସ୍କାର ପୁରାଉଛନ୍ତି…..
ସୁରେଶ ବାବୁ ଙ୍କୁ ଯେମିତି ରାଜଶ୍ରୀ ଖଟାଉ ଛନ୍ତି ସବୁ ଗୋଟି ଗୋଟି କରି କହି ଗଲେ…..
ସବୁ କଥା ଶୁଣି ସେମାନେ ଅତ୍ୟନ୍ତ ଲଜ୍ଜିତ ହୋଇ ଗଲେ…..
ଆଉ ଘରକୁ ଆସି ଉଭୟେ ଲୁହ ଛଳ ଛଳ ହୋଇ ଲୋଟି ଗଲେ ସୁରେଶ ବାବୁ ଙ୍କ ପାଦ ତଳେ…..
କହିଲେ ଆମକୁ କ୍ଷମା କରିଦିଅ ବାପା…..
ଅାମେ ତୁମକୁ ବହୁତ ଦୁର୍ବ୍ୟବହାର କରିଛୁ ….
ଆନନ୍ଦରେ ଦୁଇ ହାତରେ ଦୁହିଙ୍କୁ କୁଣ୍ଢେଇ ପକାଇଲେ ସୁରେଶ ବାବୁ……
**ସମାପ୍ତ