ଫଗୁନ୍ ଆନିଚେ ରଙ୍ଗ୍ ପସରା
ତାର୍ ସଙ୍ଗେ ହୁଲି ଖେଲ୍
ଦୁଖ୍ ସୁଖ୍ ସବୁ ବାଆଁଟି ନେମା
ହେଇ ସଭେ ଆମେ ମେଲ୍ ।
ଫଲସା ଫୁଲ୍ ହଁସେ ମୁଲ୍ମୁଲ୍,
ଲାଲ୍ ଗଲଗଲ୍ ହେଇ,
ନୁଆଁ ଭୁଆସେନ୍ ଉଢନା ତଲେ,
ହଁସୁଥିସି ଖଲ୍ ଖଲେଇ ।
ବାଦଲ୍ ଭିତରେ ସୁରୁଜ୍ ରଜା
ଖେଲୁଛେ ଲୁକ୍ ଲୁକାନି ,
ଗରମ୍ ଥି ତତେଇ ଦେସି ଫେର୍
ଶୀତଲ୍ ଖରା ଦେସି ବୁନି ।
ହୁର୍ ହୁରିଆ ବଉଲିଆ ଧୁକା
ତାର୍ ସଙ୍ଗେ ଖରାର୍ ଦାନ୍ଦି,
ଘାଏ ହେସି ମନ୍ ଉସତ୍ ଫେର୍
ମନ୍ ପକାସି କାନ୍ଦି ।