ପ୍ରେମପଥ ଭାରି ଖସଡ଼ା ରେ ବାବୁ
ମାପି ଚୁପି ଚାଲୁଥିବୁ …..
ଟଙ୍କା ସରିଗଲେ ବୁଦ୍ଧି ହଜିଯିବ
ଶତ ବିଶ୍ବାସୀ ନୁହିବୁ …..
ମ୍ମାନ-ଶ୍ଵାସ-ସତ୍ୟ-ସ୍ନେହ ଚାରିଦିଗ
ହୃଦମନେ ବହିଥିବୁ …..
ବିଫଳେ ସଫଳେ ଅଧିର ନହୋଇ
ସବୁ ସହି ବଞ୍ଚିଥିବୁ …..
ପ୍ରେମର ସାଫଲ୍ୟ ତ୍ୟାଗରେ ନିହିତ
କେବେ ଏହା ନଭୁଲିବୁ….
ଚାଉଳ ରଖିଣୀ ହେବ ତ ଘରଣୀ
ଏ ବିଶ୍ୱାସ ନ ହେଜିବୁ….
ଆତ୍ମ ଗରୀମା ଓ ଚିତ୍ତକୁ ସମ୍ଭାଳି
ବାର(ପରିବାର) ପାଖେ ରହିଥିବୁ …..
ସୁଖ ଦୁଃଖ ଲାଗି ପ୍ରତିମୁହୁର୍ତ୍ତକେ
ପାଖ କେବେ ନ ଛାଡ଼ିବୁ …..
ଜୟ ପରାଜୟ ସନ୍ଧିର ମୁହୂର୍ତ୍ତେ
ସଦା ଜୟ ଲଭୁଥିବୁ ……
ସଦା ଜୟ ଲଭୁଥିବୁ ……