ପ୍ରୀତି ଏକ ପ୍ରସ୍ଫୁଟିତ ଶୁଭ୍ର ଶତଦଳ
ପ୍ରୀତି ଏକ ତପସ୍ୟାର କୋଟି ପୁଣ୍ୟ ଫଳ ।।
ପ୍ରୀତି ଏକ ସ୍ରୋତସ୍ଵିନୀ ଅମୃତର ଧାରା
ପ୍ରସ୍ତର ଦେହରେ ପ୍ରାଣ ସଞ୍ଚାରଇ ପରା ।।
ପ୍ରୀତି ଏକ ହୃଦୟର ଦିବ୍ୟ ଅନୁଭବ
ଜୀବନ ସତ୍ତାର ସେହି ପୁଲକିତ ଭାବ ।।
ପ୍ରିତୀ ଅଛି ବୋଲି ମର୍ତ୍ତ୍ୟ ହୁଏ ସ୍ୱର୍ଗପୁର
ପ୍ରୀତି ବିନା ଏ ଜୀବନ ଶୂନ୍ୟ ପାରାବାର ।।
ଜୀବନ କଳଶ ଭରା ପ୍ରୀତି ପୀୟୁଷରେ
ଉଠ ବନ୍ଧୁ, ଦେଖ ଥରେ ସଶ୍ରଦ୍ଧ ନେତ୍ରରେ ।।
ମନୁ ତେଜ, ଅଭିମାନ , ଅହଂର ଗରଳ
ନିର୍ବାପିତ ହେଉ ଘୃଣା , ଈର୍ଷାର ଅନଳ ।।
ଏ ଜୀବନ ପ୍ରିତିମୟ ହେଉ ବିଭୁ ଦାନେ
ପ୍ରୀତି ପୁଷ୍ପ ଫୁଟୁଥାଉ ହୃଦୟ କାନନେ ।।
ପ୍ରଣତି ମହାପାତ୍ର (ରୁବି)
ସମ୍ବଲପୁର