ନୀରବ ଆକାଶ ରେ ଦ୍ଵିତୀୟା ଜହ୍ନ ର ରାଜୁତି, ନୀଳ କଇଁ ଲାଜେଇ ଫିକ୍ କରି ହସି ଯେପରି ଆଖି ରେ ଇଶାରା
ପଠାଉଛି ଆଉ ଶୀତଳ ସମୀରଣ ଯେମିତି କି ବlର୍ତ୍ତବହ ସାଜି ମେଘ ପାଲିଙ୍କି ରେ ଘୁରି ଘୁରି ଯାଉଛି ଚନ୍ଦ୍ରମା ତଟ ଦେଶ
କୁ ସ୍ବପ୍ନ ର ନଅର ତୋଳିବା ପାଇଁ।
ଉର୍ମି ଉର୍ମି ଡାକି ତାକୁ ପ୍ରକୃତିସ୍ଥ କଲା ସୋମେଶ। ଆରେ କେଉଁଠି ହଜିଯାଇଛ ଶୁଣେ। କାନି ପଣତ ରେ ତାର ଅମାନିଆ
ଆଖିଲୁହ ଯେମିତି ଆପେ ପୋଛି ହେଇଗଲା ଏ ଦୁଇପଦ କଥା ରେ। ସତରେ କଣ ଏ ପୁରୁଷ ଜାତି ଙ୍କୁ କାଉଁରୀ ବିଦ୍ୟା
ଜଣl କି? ଚlଟୁ କଥା କହି ବହୁତ୍ ସହଜ ରେ ମନ ଓ ହୃଦୟ ଜୟ କରି ଦିଅନ୍ତି କିଶୋରୀ ଯୁବତୀ ର…….
ଆଉ ଟୋପାଏ ସିନ୍ଦୁର ଦି ପଟ ଶଙ୍ଖା ରେ ବନ୍ଧା ପଡ଼ିଯାଏ ନାରୀ ର ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି ପୁରୁଷ ର
ବାହୁ ବନ୍ଧନ ରେ… ଖୁବ୍ ସହଜ ରେ।
ଊର୍ମି ଆଜି ହେଇ ଉଠିଛି ଉତ୍ତlଳ,ତାର ଆଶା ଆକାଂକ୍ଷା ସ୍ବପ୍ନ ଆଜି ଯେ ସୋମେଶ । କିନ୍ତୁ ତାକୁ ଭୁଲି ବାକୁ ପଡ଼ିବ
ସବୁକିଛି, ମା ଙ୍କ ସ୍ନେହ ଭରା ଗାଳି ବାପାଙ୍କ ଆକଟ ,ବଡ଼ ଭାଇ ଙ୍କ ମମତା ସାହି ପଡିଶା ସାଙ୍ଗ ସାଥୀ ଙ୍କ ସାହାଯ୍ୟ
ସହାନୁଭୂତି।ଧୀରେ ଧୀରେ ସୋମେଶ ତା ହାତ ପାପୁଲି ରେ ହାତ ରଖି ପ୍ରତିଶ୍ରୁତି ଦେଲା ସାରା ଜୀବନ ଯେତେ ଝଡ଼
ଝଂଯା ଆସିଲେ ବି ଏ ସଂପର୍କ ସାତ ଜନ୍ମ ଏମିତି ରହିବା ପାଇଁ ।
ଆନମନା ହେଇ ଉଠିଛି ଊର୍ମୀ। ସତ ରେ କଣ ସେ ଭୁଲି ପାରିବ ନିଜ ବାପା ମା ଭାଇ ଙ୍କୁ ଆଉ ଆପଣେଇ ନେବ
ଆଉ ଏକ ଅଜଣା ଅଶୁଣl ପରିବାର କୁ। ମନ ତାର ଉଦ୍ ବେଳିତ
ଠିକ୍ ସାଗର ର ତରଙ୍ଗାୟିତ ଲହରୀ ପରି……
ନା ସେ ଏ କୂଳ ଲଂଘି ପାରୁଛି ନା ସେ କୂଳ ରେ ପହଞ୍ଚି ପାରୁଛି…..
ଏ ଭିତରେ ଅତିକ୍ରମ କରି ଯାଇଛି ସମୟ ର ସ୍ରୋତସ୍ଵିନୀ ନଦୀ…ଆଉ ଭାସି ଯାଇଛନ୍ତି ଦୁହେଁ ସୁଅ ମୁହଁ ରେ ପତର
ଭଳି ପରଷ୍ପର ନିଜ ନିଜର କର୍ତ୍ତବ୍ୟ ପଥରେ।
ମା ଉର୍ମୀ ଉରମୀ ଟି କେ ଚା କରିଦେଲୁ ମା, ଅଳ୍ପ ଚିନି ଦବୁ କହି ଶାଶୁ ମାଆ ଛାତ ଉପରକୁ ଲୁଗା ଶୁଖେଇବା ପାଇଁ
ଗଲେ। ଊରମୀ ରୋଷେଇ ଘରକୁ ଗଲା ଚା କରିବା ପାଇଁ ….. ଆଉ ଦେଖିଲା ଝରକା ପଟେ କପୋତ କପୋତୀ ଦୁଇଟି ଙ୍କୁ
ପରସ୍ପର ଦାନା ଖୁଆଖୋଇ ହେଉଛନ୍ତି। ସତ ରେକଣ ନାରୀ ର ଜନ୍ମ ଏହି ଇହ କାଳ ପରକାଳ ର ସ୍ବାମୀ ଦେବତା ଙ୍କ
ପାଇଁ । ଆତ୍ମା ଠାରୁ ଆହୁରି ଆତ୍ମୀୟ ସେ ଯେ… ସୋମେଶ…. ତା ପ୍ରଥମ ପ୍ରେମ ର ପହିଲି ପୁଲକ ର ସ୍ପର୍ଶ….
ଈର୍ଷା ଲାଗିଲା ତାକୁ କପୋତୀ ର ଖୁସି ଦେଖି ନିଜ କପୋତ ପାଖ ରେ । ମନ ରେ ଭାବିଲା କପୋତୀ ଯେମିତି
ତାକୁ ଦେଖି ଖତେଇ ହେଉଛି ଯେମିତି….
ଝିଅ ଜନ୍ମ ତ ପର ଘରକୁ। ଦୁହିତା ସେ…ଦୁଇ କୂଳ ଉଜ୍ଜଳ ତାହାରି ହାତ ମୁଠା ରେ ।
କନ୍ୟାଦାନ ଦେଇ ବାପା ଆଉ ଅlଞ୍ଜୁଳି ଚାଉଳ ଫିଙ୍ଗି ଝିଅ ଯେତେବେଳେ ପରଗୋତ୍ରୀ ହେଇଯାଏ
ସ୍ବାମୀ ଦଶ ଦିଗପାଳ ଙ୍କୁ ସାକ୍ଷୀ ରଖି ଦଶ ଦୋଷ କ୍ଷମା କରିବାର ପ୍ରତିଶ୍ରୁତି ଦେଇ ହାତ ରେ ହାତ ମିଶେଇ
ବାଟ ଚାଲିବାକୁ ପରିକ୍ରମା କରିଥାନ୍ତି ହୋମ ନିଆଁ ରେ….ସ୍ତ୍ରୀ ର ମଥା ସୀମନ୍ତ ସିନ୍ଦୁର ଭର୍ତି କରି…ନିଜ ହାତ ରେ ।
ଟ୍ରିଂ ଟ୍ରୀଙ୍ଗ ଟ୍ରିଙ୍ଗ ତ୍ରିଂ…..
ହଠାତ୍ ସାଇକେଲ ର ବେଲ୍ ଶଦ୍ଦ ରେ ଚମକି ପଡ଼ିଲା ଉରମି।ନିଶ୍ଚୟ ୟେ ସୋମେଶ ଙ୍କ ଚିଠି ।ଶ୍ଵଶୁର ବାରିପଟ ପିଣ୍ଡା
ରେ ବସି ଦଉଡ଼ି ବଳୁଛନ୍ତି।ସେ କେମିତି ମନକୁ ମନ ଯାଇ ଚିଠି ଟି ନେଇ ଆସିବ ଭାବି ପାରୁନି। ମନ ରେ ଲାଜ ର
ଗହଣା ସହ ଦେହ ରେ ଯେମିତି କୋମଳ ଶିହିରଣ ଖେଳିଗଲା ତାର ସେ ଜାଣି ପାରୁନଥାଏ।
ଶ୍ଵଶୁର ସତେ ତା ମନ କଥା ବୁଝି ପାରି ଡାକ ଦେଲେ ମା ଉର୍ମି ଉର୍ମି….ଶୀଘ୍ର ଆସି ନେଇଯା ଚିଠି ଟି ପୋଷ୍ଟ ମାଷ୍ଟର୍ମ ମଉସା ଙ୍କ ଠାରୁ। ସୋମେଶ ପଠେଇଚି ନିଶ୍ଚେ ତୋ ପାଖକୁ ଦିଲ୍ଲୀ ବୋର୍ଡର କ୍ୟାମ୍ପ ରୁ।ତୋ ନା ରେ ଆସିଛି ଯେ…
ଗ୍ୟାସ ଟା ବନ୍ଦ କରି ଉର୍ମି ଧାଇଁ ଗଲା ଦାଣ୍ଡ ପିଣ୍ଡl କୁ… ପାଦ ତା ଚଞ୍ଚଳା ହରିଣୀ ଭଳି ଆନମନା ଗତିଶୀଳl ହୃଦୟରେ
ମୃଦୁଭୂମିକମ୍ପ…ଆଖିରେ ସ୍ବପ୍ନ ର ତାଜମହଲ….ଓଷ୍ଠ ରେ କୁହୁତାନ ଗୁଞ୍ଜରଣ ରେ ସେ ନେଇ ଆସିଲା ତା ଜୀବନ ର
ପ୍ରଥମ ଚିଠି ଟିକୁ ପୁଣି ତାହା ପୁଣି ତାରି ନାମରେ…. ପୋଷ୍ଟ ମାଷ୍ଟର ମଉସାଙ୍କ ଠାରୁ। ଧାଇଁଗଲl ତା ପ୍ରକୋଷ୍ଠ କୁ
ମଦ ହସ୍ତିନୀ ଗମନ ରେ ଶୀଘ୍ର ଶୀଘ୍ର…
କୂଳ ଇଷ୍ଟ ଦେବତା ଙ୍କୁ ସ୍ମରଣ କରି ସଜ୍ଜଳ କଜ୍ଜଳ ଧାରା ଆଖିରେ ଅଙ୍କିତ ଇନ୍ଦ୍ରଧନୁ ତରଙ୍ଗାୟିତ ରଙ୍ଗ ରେ ମଜା
ଚିଠି ରେ ସୋମେଶ ର ନା ଦେଖି ଥର ଥର ଓଷ୍ଠ ରେ ଚୁମି ପକେଇଲା ସେ….. ଆ ହା ହା ସୋମେଶ ଦୂର ରେ ଥିଲେ ବି
ପାଖ ରେ ଥିବା ର ଅନୁଭବ….. ତା ଗର୍ଭରେ ରେ ଯେ ସୋମେଶ ର ସନ୍ତକ….. ସ୍ମୃତି ଶିଖା ଦୀପ ଭଳି ଅଙ୍କୁରୋଦମ୍
ଘରୁ ଗଲା ବେଳେ କହିଥିଲେ ପ୍ରଥମେ ଚିଠି ମୁଁ ଦେବି ତୁମକୁ ଆଉ ମୋ ନୂଆ ଠିକଣା ବି ଦେବି ତୁମେ ବି ସେଇ ଠିକଣା
ରେ ଚିଠି ନିଶ୍ଚୟ ପଠେଇବ।
କିଛି ମିନିଟ୍ ରେ ତାର ଆକୁଳ ଚିତ୍କାର ର ରେ ଦୌଡ଼ି ଆସିଲେ ଶାଶୁ ଶ୍ୱଶୁର…ଚିଠି ଟି ସହ ତଳେ ପଡି ସଂଜ୍ଞା ହରେଇ
ବସିଛି ସେ।ଶାଶୁ ମା ଉର୍ମି ମୁହଁରେ ପାଣି ଛିଞ୍ଚି ଚେତା ଆଣିବାକୁ ଚେଷ୍ଟା କଲା ବେଳେ ଶ୍ଵଶୁର ଚଷମା କାଢି ଚିଠି ଟି ଏକା ନିଃଶ୍ୱାସ ରେ ପଢି ଦେଇ ଚୌକି ରେ ଲଥ କରି ବସି ପାଣି ବୋତଲ ଟା ପିଇ ପକେଇଲେ।
ଅଶାନ୍ତ ହେଇଗଲା ପରିବେଶ ଆଉ ସ୍ତବ୍ଧ ହେଇଗଲା ପ୍ରକୃତି ଯେମିତି।ଉର୍ମିକୁ ଛାତି କୁ ଆଉଜେଇ ଆଣିଲେ ଶାଶୁମା
ପ୍ରବୋଧନା ଦେଲେ ବୀର ପତ୍ନୀ ର ମାନ୍ୟତା ଦେଇ ….ଆଖି ର ଲୁହ ପୋଛି ଦେଇ… କିନ୍ତୁ ଅଧା ଅଧୁରା ରହିଗଲା
ତାର ସ୍ବପ୍ନ ର ନୀଡ଼… ମରୁବାଲି ରେ କ୍ରମଶଃ ପୋତି ହେଇଯାଇଥିଲା ଉର୍ମି ଭାସିଗଲା ତାର ଅଳତା ବୋଳା ପାଦ ଦ୍ବୟ
ତାରି ଆଖିର ଅମାନିଆ ଲୁହ ସାଗରରେ…ଆଉ ତାର ପ୍ରଥମ ପ୍ରେମର ପ୍ରଥମ ଚିଠି ଟି ଉଡ଼ି ଯାଉଥିଲା ଦୂର ଦୁରନ୍ତ କୁ…
ସ୍ୱର୍ଣ୍ଣ ପ୍ରଭା ମହାପାତ୍ର।
ଗୋଲ୍ଡେନ ପାଲେସ
ସୁବର୍ଣ୍ଣପୁର
ମୋ 9439991102