ପାଗଳ ପ୍ରେମୀ

ଗୋଟେ ଝିଅ ଥିଲା ଲିଜା।  ଭଲ ପାଇବା ତା ପାଇଁ ଖେଳ ଘର । କେତେ କେତେ ଯେ ପୁଅ ଙ୍କୁ ସେ ତା ପ୍ରେମ ଜାଲ ରେ ଫସେଇ ତାଙ୍କ ଠୁ ପଇସା ଲୁଟିଚି ତାର ସୀମା ନାହିଁ ।

ଝିଅ ଟା ଦେଖିବା କୁ ଟିକେ ସୁନ୍ଦର ଆଉ ସେଥି ପାଇଁ ସେ ଖୁବ୍ ସହଜ ରେ ପୁଅ ମାନଙ୍କୁ ତା ବସ ରେ  କରିପାରେ । ବିନା କିଛି ସ୍ବାର୍ଥ ରେ ସେ କୌଣସି ପୁଅକୁ ନିଜର କରେ ନା ।

ଲିଜା ଯୋଉଠି ରହୁଥିଲା ତା ଘର ପାଖରେ ଗୋଟେ ବଡ଼ ବଙ୍ଗଳା ଥିଲା । ସେ ବଙ୍ଗଳା ଟା ବହୁତ ବଡ଼ କିନ୍ତୁ ସେଠି କେହି ରହୁ ନ ଥିଲେ । ବଙ୍ଗଳା ସବୁ ବେଳେ ବନ୍ଦ ହୋଇ ରହି ଥାଏ ।

ହଠାତ୍ ଦିନେ ଲିଜା କଲେଜ ଯିବା ସମୟରେ ଦେଖିଲା ବଙ୍ଗଳା ର କବାଟ ଖୋଲା ଅଛି , ଭିତରେ ଯେମିତି କିଏ ଅଛି । ସେ ଦେଖିଲା ଯେ ଗୋଟେ ପୁଅ ସେ ବଙ୍ଗଳା ଭିତରୁ ବାହାରକୁ ଆସୁଚି, ଦେଖିବାକୁ ବହୁତ ସୁନ୍ଦର , ପୁରା ରାଜକୁମାର ପରି।

ଲିଜା ତା ମନରେ ଭାବିଲା ଲାଗୁଚି ଏ ପିଲା କୋଉ ବଡ଼ ଘର ର ପିଲା , ଏମାନେ ବୋଧେ ଏ ବଙ୍ଗଳା କିଣି ନେଇଛନ୍ତି ଆଉ  ରହିବାକୁ ଆସିଛନ୍ତି।

ଲିଜା ତାକୁ ଦେଖିଲା ପରେ ତା ସହ କେମିତି କଥା ହେବ ସେ କଥା ଭାବି ଭାବି ସେଠୁ କଲେଜ ଆଡ଼କୁ ଚାଲିଗଲା  । ଦିନ ସାରା ଲିଜା ସେ ପୁଅ ଟି କଥା ଭାବୁ ଥାଏ । ପୁଅଟି ର ଚେହେରା ତା ଆଖି ଆଗରେ ନାଚି ଉଠୁଥାଏ ।

ପର ଦିନ ଲିଜା ଦେଖିଲା ଗୋଟେ ଝିଅ କୁ ସେ ପୁଅ ଗୋଟେ ବଡ଼ ଗାଡ଼ି ରେ ବସାଇ କୁଆଡେ ଯାଉଚି । ପରେ ଲିଜା ଜାଣିଲା ସେ ଝିଅ ତାଙ୍କ କଲେଜ ରେ ପଢିବାକୁ ଆସିଚି । ସେ ଝିଅ ର ନାମ ଥିଲା ସ୍ଵପ୍ନା।

ଲିଜା ସ୍ୱପ୍ନା ସହ ସାଙ୍ଗ ହେଲା ଆଉ ଧିରେ ଧିରେ ତାଙ୍କ ଭିତରେ ବନ୍ଧୁତା ବଢ଼ିବାକୁ ଲାଗିଲା । ସ୍ୱପ୍ନା କୁ ସବୁ ଦିନ ସେ ପୁଅ କଲେଜ ଛାଡ଼ିବାକୁ ଆସେ । ସ୍ବପ୍ନା ଓ ଲିଜା ପାଖ ପାଖି ରହୁଥିବାରୁ ଲିଜା କୁ ମଧ୍ୟ ସ୍ବପ୍ନା ତା ସହ କଲେଜ ଆଣି ଆସିବାକୁ ଲାଗିଲା । ସ୍ୱପ୍ନା ସେ ପୁଅ କୁ ଭାଇ ବୋଲି ଡାକେ । ତା ନାଁ ଥିଲା ସ୍ବାଗତ । ସେ ଥିଲା ସ୍ବପ୍ନା ର ଡ୍ରାଇଭର । କିନ୍ତୁ ସେ ତାକୁ ଭାଇ ବୋଲି ଡ଼ାକୁଥିବାରୁ ଲିଜା ଭାବୁଥିଲା ସେ ସ୍ଵପ୍ନା ର ନିଜ ଭାଇ ।

ସ୍ୱପ୍ନା ଓ ଲିଜା ପ୍ରତିଦିନ ଏକାଠି ଯିବା ଆସିବା କରୁଥିବାରୁ ସ୍ବାଗତ ତାକୁ ଭଲରେ ଜାଣି ଯାଇଥିଲା ଓ ମନେ ମନେ ତାକୁ ପସନ୍ଦ କରୁଥିଲା । ହେଲେ କହିବାକୁ ତାର ସାହସ ନ ଥିଲା ।

ହଠାତ୍ ଦିନେ ଲିଜା ସ୍ବାଗତ କୁ ତା ମନ କଥା କହିଲା କି ସେ ତାକୁ ଭଲ ପାଏ । ଏ କଥା ଶୁଣି ସ୍ବାଗତ ର ଖୁସି କହିଲେ ନ ସରେ । କାହିଁକି ନା ସ୍ବାଗତ ତାକୁ ଭଲ ପାଇବି ତାକୁ କହିପରୁନଥିଲା ।

ସ୍ବାଗତ ତାକୁ ପାଗଳ ପରି ଭଲ ପାଉଥିଲା । ଦିନକୁ ଦିନ ତାଙ୍କ ଦୁହିଙ୍କ ସମ୍ପର୍କ ବଢ଼ିବାରେ ଲାଗିଲେ ।
ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ସ୍ବାଗତ ଯେତେେବେଳେ ଲିଜା କୁ କୁହେ ତମେ ମୋ ସହ ଖୁସି ରେ ରହି ପାରିବ ତ ମୋର ବେଶୀ ଧନ ସଂପତ୍ତି ନାହିଁ କିନ୍ତୁ ଯେତିକି ଅଛି ମୁଁ ଖୁସିରେ ଅଛି । ଏ କଥା କୁ ଲିଜା ହସ ରେ ଉଡ଼ାଇ ଦେଇ କୁହେ ଯାହା ତମର ସେୟା ମୋର ଆମେ ଦୁହେଁ ଖୁସିରେ ରହିବା । କିନ୍ତୁ ଲିଜା ର ଭାବନା ସ୍ବାଗତ  ମୋ ସହ ଥଟା କରୁଚି ସେ ଏତେ ବଡ଼ ଘର ପୁଅ ମତେ କଣ ବୋକି ଭାବୁଛି । ଏମିତି ସମୟ ଗଡ଼ି ଚାଲିଲା ।

ସ୍ବାଗତ ଆଉ ଲିଜା କଥା ସ୍ୱପ୍ନା ଜାଣି ନଥିଲା ।  ଦିନେ କଲେଜ ରେ କଥା ହେବା ସମୟ ରେ ଲିଜା ତାକୁ ତାର। ଆଉ ସ୍ବାଗତ ର ସମ୍ପର୍କ କଥା କହିଲା । ସ୍ୱପ୍ନା ସେ କଥା ଶୁଣି ଆଶ୍ଚର୍ଯ୍ୟ ହେଇ ଗଲା । ଆଉ କହିଲା ତୁ ମୋର ଏତେଭଲ ସାଙ୍ଗ ହେଇ ବି ମୋ ଠୁ କଥା ଲୁଚାଇଲୁ । ଆଉ ଏମତି କଥା ହଉ ହଉ ସ୍ବପ୍ନା ଲିଜା କୁ କହିଲା ସେ ତାଙ୍କ ଘର ଡ୍ରାଇଭର । ଏ କଥା ଶୁଣି ଲିଜା ଗୋଡ଼ ତଳୁ ପୃଥିବୀ ଟା ଯେମିତି ଖସି ପଡ଼ିଲା ।

କାହିଁକି ନା ଲିଜା ଆଜି ଯାଏ ଭାବି ଆସୁଥିଲା କି ସ୍ବାଗତ ସେ ଘର ର ପୁଅ ତାକୁ ବାହା ହେଲେ ସେ ରାଣୀ ଭଳି ରହିବ । କିନ୍ତୁ ଏ କଥା ଶୁଣି ସେ ରାଗି ଗଲା ଆଉ ସ୍ବାଗତ ପାଖକୁ ଯାଇ ଏ କଥା ପଚାରିଲା ତମେ କଣ ପାଇଁ ମୋ ସହ ଏମିତି କଲ ? ସ୍ବାଗତ କହିଲା ମୁଁ କଣ କାଲି ?

ତା ପରେ ଲିଜା ର ରାଗ …ସେ କହିଲା ତମେ ମତେ ମିଛ କହି ଧୋକା ଦେଇଛ ତମେ ସ୍ୱପ୍ନା ର ଡ୍ରାଇଭର । ଏ କଥା ଶୁଣି ସ୍ବାଗତ କହିଲା ଦେଖ ତମେ ମୋତେ ମୋ ଘର କଥା କେବେ ପଚିରିନ ମୁଁ ବି ତମକୁ କହିନି ମୁ ଭାବୁଥିଲି ତମେ ଯେହେତୁ ସ୍ବପ୍ନା ର ସାଙ୍ଗ ତମେ ମୋ ବିଷୟରେ ସବୁ ଜାଣି ମତେ ଭଲ ପାଇଥିବ। ମୁଁ ତ ତମକୁ କହି ମଧ୍ୟ ଥିଲି ମୋ ପାଖରେ ବେସି ଧନ ସଂପତ୍ତି ନାହିଁ ଆଉ ତମେ କୁହ ଯେତିକି ଅଛି ଆମେ ଖୁସି ରେ ରହିବା ।
ହେଲେ ଆଜି ତମର କଣ ହେଲା ।

ଏଇ କଥା କୁ ନେଇ ଲିଜା ସ୍ବାଗତ ଉପରେ ବୋହୁତ ପାଟି କଲା ଆଉ ତା ସହ ରହି ପାରିବନି ବୋଲି କହି ଚାଲିଗଲା । ସ୍ବାଗତ ତାକୁ କହିଲା ସେ ତା ବିନା ବଞ୍ଚି ପାରିବନି ତାକୁ ସେ ନିଜ ଠୁ ବି ବେଶୀ ଭଲ ପାଏ କିନ୍ତୁ ଲିଜା ଶୁଣିଲା ନି ।

ଲିଜା ତ ପଇସା ପାଇ ହିଁ ସ୍ବାଗତ କୁ ଭଲ ପାଇଥିଲା ସେ ତା ନିଜ ସ୍ବାର୍ଥ ହିଁ ଦେଖିବ ତାକୁ କଣ ସ୍ବାଗତ ର ଭଲପାଇବା ଦେଖା ଯିବ କି ନା ।

ୟା ପରେ ସ୍ବାଗତ ଭାଙ୍ଗି ପଡ଼ିଲା ଆଉ ଯାଇ ଆତ୍ମହତ୍ୟା କରିବା କୁ ଉଦ୍ୟମ କଲା ସେ ସମୟ ରେ ସ୍ବପ୍ନା ତାକୁ ଦେଖି ଦେଲା , ଆଉ ତାକୁ ଆତ୍ମହତ୍ୟା କରିବାରୁ ଅଟକେଇଲା . ତା ଠୁ ସବୁ କଥା ପଚାରି ବୁଝିଲା ।
ତାକୁ ବହୁତ ବୁଝାଇ ସୁଝାଇ ଅଟକେଇଲା ।

ସେ ଆତ୍ମହତ୍ୟା କରିବାରୁ ସ୍ଵପ୍ନା ବଞ୍ଚାଇ ଦେଲା କିନ୍ତୁ ସେ ତ ପ୍ରେମ ରେ ପାଗଳ…. ତା କଥା ରାତି ଦିନ ଭାବି କାନ୍ଦିବାକୁ ଲାଗିଲା , ଆଉ ମନ ମାରି ଘରେ ରହିଲା ନା ଘରୁ କୁଆଡେ ବାହାରକୁ ଯାଉଥିଲା ନା କିଛି ଖାଉଥିଲା ।

ସେ ଲିଜା କଥା ଭାବି ଭାବି ସତରେ ପାଗଳ ହେଇଗଲା । ଆଉ  ପାଗଳ ପରି ବୁଲିବାକୁ ଲାଗିଲା ।

ଏମିତି ଦିନ ବିତି ଚାଲିଲା ଗୋଟେ ଦିନ ଲିଜା ରାସ୍ତାରେ ଯାଉଥିଲା। ସେ ଦେଖିଲା ଗୋଟେ ପାଗଳ ରାସ୍ତା କଡ ରେ ବସିଚି ଚିରା କପଡା ତା ଦେହରେ ଅଛି ପାଦରେ ଚପଲ୍ ନାହିଁ ଦେହ ସାରା କଳା ଲାଗିଚି । ସେ ଆଉ କେହି ନଥିଲା ସେ ଥିଲା ସ୍ବାଗତ । ତାକୁ ଲିଜା ଚିହ୍ନି ପାରିଲା।

ଆଉ ତାକୁ ଦେଖିଲା ପରେ ହଠାତ୍ ତାର ର ପାଦ ସେଠି ଅଟକି ଗଲା । ସେ ଏ ପରି ଅବସ୍ଥା ରେ ସ୍ବାଗତ କୁ ଦେଖି ସ୍ଥବ୍ଦ ହେଇଗଲା । ଯୋଉ ପିଲା ଦେଖିବାକୁ କେତେ ସୁନ୍ଦର ଥିଲା ପୁରା ରାଜକୁମାର ପରି ଆଜି ତାର ଏ କି ଅବସ୍ଥା ।

ଲିଜା ମନରେ ପୁରୁଣା କଥା ସବୁ ଖେଳିଗଲା । ସ୍ବାଗତ ର ସେ ରାଜକୁମାର ଭଳି ଚେହେରା ଲିଜା ର ଆଖି ସାମ୍ନା ରେ ନାଚି ଉଠିଲା ।

କିନ୍ତୁ ଲିଜା ର ମନରେ ନା ତା ପ୍ରତି ଟିକେ ଦରଦ ଆସିଲା ନା ସେ ତାକୁ ଦେଖି ଆହା ପଦେ କହିଲା । ସ୍ବାଗତ କୁ ସେଠୁ ଅଣଦେଖା କରି ସେ ଚାଲିଗଲା ତା ରାସ୍ତା ରେ ।

ଏମିତି କିଛି ସ୍ବାର୍ଥ ପର ଆଉ ଛୋଟ ମନ ର ଝିଅ ମାନଙ୍କ ପାଇଁ ପୁଅ ମାନେ ଆତ୍ମହତ୍ୟା କରି ଦେଉଛନ୍ତି । କିଛି ପିଲା ଙ୍କ ଜୀବନ ନଷ୍ଟ ହେଇଯାଉଚି । ସେମାନେ ପ୍ରେମ ରେ ଏତେ ପାଗଳ ହେଇ ଯାଉଛନ୍ତି ଯେ ନା ତାଙ୍କୁ ନିଜ ପରିବାର ଦେଖା ଯାଉଛି ନା ତାଙ୍କୁ ପାଳି ବଡ଼ କରିଥିବା ମା ବାପା ଙ୍କ କଥା ତାଙ୍କ ମନେ ପଡ଼ୁଚି । ବାସ୍ କିଛି ଦିନ ର ମିଛ ଭଲପାଇବା ତାଙ୍କର ସବୁ କିଛି ବୋଲି ମାନି ନଉଛନ୍ତି।

ମୋର ପୁଅ ମାନଙ୍କୁ ଅନୁରୋଧ ଏମିତି ଭଲ ପାଇବା ପାଇଁ ନିଜ ପରିବାର କୁ ଭୁଲି ଯାଆନ୍ତୁ ନି…..କେବଳ ପୁଅ ଙ୍କୁ ନୁହ ଝିଅ ମାନଙ୍କୁ ମଧ୍ୟ । କାହିଁକି ନା କିଛି କ୍ଷେତ୍ର ଝିଅ ମାନେ ଧୋକା ଦେଉଛନ୍ତି ତ କିଛି କ୍ଷେତ୍ର ରେ ପୁଅ ମାନେ ; ଆଉ ଝିଅ ମାନେ ତାକୁ ସହି ନ ପାରି ଆତ୍ମହତ୍ୟା କରି ଦେଉଛନ୍ତି ।

ଏଠି ମୋ କାହାଣୀ ର ଉଦେଶ୍ୟ କେବଳ ଉଭୟ ପୁଅ ଓ ଝିଅ ଙ୍କୁ ସତର୍କ କରି ନିଜ ପରିବାର କଥା ମନେ ପକାଇଦେବା ନୁହେଁ ତା ସହ ପ୍ରେମ ରେ ଅନ୍ଧ ହେଇ ନ ଯାଇ ନିଜ ଭବିଷ୍ୟତ କୁ ଦେଖିବା ପାଇଁ ସତର୍କ ସୂଚନା ମଧ୍ୟ ।

ତନ୍ମୟବାଳା ମିଶ୍ର
ବୀରମହାରାଜପୁର , ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *