ପଛେ ନାଇଁ ହେବ ଧନ୍ଦି

ଗର୍ଭୁ ଛୁଆକେ ଦେଇ ଥ ସଂସ୍କାର୍ ,ମା
ବୁଆ କରି ବନେ କରମ୍
ଖତର୍ ଶାଗ୍ ଆର୍ ସାର୍ ଦିଆ ଶାଗ୍
ଯେ ପାଲେ ତାର୍ ଧରମ୍।

ଜନମ୍ ହେଲେ ଫେର୍ ଗଢ୍‌ବ ତାହାକେ
ଦେଇକରି ନୁକୋ ଛାଞ୍ଚ୍
ବରକସ୍ ଉଧା ଥି ଲହ ନାଇଁ ଢଲେ
ହେଇ ହେନ୍ତା ଗୁଟେ ରାଞ୍ଜ୍।

ଚାଲ୍ ଚଲନ୍ ତାର୍ ନିଘା ରଖିଥିବ
ନିଜେ ହେଇ ଉଦାହରନ୍
ଅସତ୍ ଅଧରମ୍ ରଙ୍ଗେ ରଙ୍ଗି ହେଲେ
ଧରି ନେବା ସେ ବରନ୍।

କିଛି ଶିଖେ ଛୁଆ ସଁସାର୍ ମଏଧୁ
କିଛି ଗୁନ୍ ମା ବୁଆର୍
ଲଗାମ୍ ଢିଲି ମେଲା ଛାଡ଼ି ଦେଲେ
କହ କାଏଁ ଦୋଷ୍ ଛୁଆର୍ ?

ଗଢ଼ି ଜାନଲେ ସୁଆଁଲି ମଡ଼ା ଯେନ୍ତା
ଦିଶ୍‌ସି ବଢା ସୁନ୍ଦର୍
ସଂସ୍କାର୍ ଦେଇ ଛୁଆକେ ବଢାଲେ
ଚାଲେ ବତ୍‌ରେ ବତର୍।

ମା ବୁଆ ଗୁରୁ କେ ଘର୍ ଟା ଇସ୍କୁଲ୍
ଯେନୁ ପାଏ ପହେଲା ଗ୍ୟାନ୍
ଯାହା ଦେଖ୍‌ବା ଶୁନ୍‌ବା ଛୁଆ ମନ୍ ତାର୍
ବେଟ୍‌ବା ଦେଇଥିବ ଧ୍ୟାନ୍।

ଜନମ୍ କଲେ ଛୁଆ କାଏଁ ଟା ହେବା
ନାଇଁ ଦେଖାଲେ ବାଟ୍
ଉବଟିଆ ଗଲେ ଘିଚି ଆନିକରି
ପକାବ ଶିକ୍ଷାର୍ ଝାଁଟ୍।

ଦୁଲ୍ ଦାଲ୍ ଲଦି ପାଖୁ ଖେଦି ଦେଲେ
ଆଉର୍ ବି ଯିବା ବିଗଡି
କଅଁଲି ମନ୍ କେ କଅଁଲ୍ କଥା ଥି
ତାରି ତାରି ଦିଅ ଗଢ଼ି।

ଛୁଆ ଭାବେ କରି ଲାଲନ୍ ପାଲନ୍
ବନ୍ଧୁ ଭାବେ ମନ୍ ଚିନ୍‌ହ
ଭଲ୍ ମନ୍ଦ୍ କେନ କାଣା କରୁଛେ
ସବୁ କଥା ଟିକେ ଜାନ।

ଉରାଟିଆ ବଲଦ୍ କେ ଖନ୍ଦଲା ବାଗିଲ୍
ଗ୍ୟାନ୍ ଶାସ୍ତର୍ ବୋଝ୍ ଲଦି
ଶିଖେଇ ଦିଅ ତାକେ ଏନ୍ତା ଚଲନ୍
ପଛେ ନାଇଁ ହେବ ଧନ୍ଦି।

ପ୍ରତିମା ବାରିକ
ବାବେବିରା
ବରଗଡ଼

Leave a Reply

Your email address will not be published. Required fields are marked *