ନ୍ୟୁରୋଗ୍ରାଫିକ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍


ଯେତେବେଳେ ମୁଁ ଜେଣ୍ଟାଙ୍ଗଲ୍ ଆର୍ଟ ମାଧ୍ୟମରେ ମେଡିଟେସନ୍ ବିଷୟରେ ଆଲାଚନା କରିଥିଲି, ଲେଖାଟି ସମ୍ପୂର୍ଣ୍ଣ ପଢିବା ପୂର୍ବରୁ ହିଁ ଜଣେ ଭଦ୍ରବ୍ୟକ୍ତି ମେସେଜ୍ କରିଥିଲେ, ‘ହଁ ଯେ ମାଡାମ୍, ଏଥିରେ ମେଡିଟେସନ୍ କେମିତି ହେବ?‘
ସାଧାରଣତଃ ସମସ୍ତେ ଭାବନ୍ତି ଯେ ‘ମେଡିଟେସନ୍’ର ଅର୍ଥ ପଦ୍ମାସନ ନହେଲେ ଚକାମାଡି ଏକାନ୍ତରେ ଆଖି ବନ୍ଦ କରି ବସିବା। ନା’ ମେଡିଟେସନ୍ ବା ଧ୍ୟାନ ପ୍ରକୃତ ଅର୍ଥ ହେଉଛି ମନକୁ ଶାନ୍ତ ଓ ସ୍ଥିର କରିବା, ଏକାଗ୍ରତା ବଢାଇବା, ଆତ୍ମସନ୍ତୋଷ ଓ ଆତ୍ମତୃତ୍ପି ପ୍ରାପ୍ତ କରିବା। ମାନସିକ ଅବସାଦ, ଦୁଶ୍ଚିନ୍ତାରୁ ମୁକ୍ତି ପାଇବା। ଆଉ ଏହି ଅବସ୍ଥାର ପ୍ରାପ୍ତି ପାଇଁ କୌଣସି ଏକାନ୍ତ, ନିକାଞ୍ଚନରେ ବସି ଜପ କରିବା ବାଧ୍ୟତାମୂଳକ ନୁହେଁ । ଜଣେ କୌଣସି କଳା କିମ୍ବା ଅନ୍ୟ କୌଣସି ସାଧନା ମାଧ୍ୟମରେ ମଧ୍ୟ ଧ୍ୟାନ ବା ମେଡିଟେସନ୍ କରିପାରେ ଏବଂ ଆତ୍ମସନ୍ତୋଷ ଲାଭ କରିପାରେ। ସେମିତି ମେଡିଟେସନ୍ କରିବା ପାଇଁ ଗୋଟିଏ ଚିତ୍ରକଳା ହେଉଛି ନ୍ୟୁରୋଗ୍ରାଫିକ୍ ଆର୍ଟ ।
ଏହି ଚିତ୍ରକଳା ପଦ୍ଧତି 2014 ମସିହାରେ ରସିଆନ୍ ମନସ୍ତତ୍ତ୍ବବିଦ୍ଏବଂ ବାସ୍ତୁଶାସ୍ତ୍ର ବିଶେଷଜ୍ଞ ପାଓବେଲ୍ ପିସକାଙ୍କ ଦ୍ବାରା ଆବିଷ୍କୃତ ହୋଇଥିଲା। ଏହି ଚିତ୍ରକଳା ପଦ୍ଧତିରେ ଏକାଗ୍ର ଚିତ୍ତ ଏବଂ ଚିନ୍ତନ ସହ, ନିଜ ମନର ଭାବନାକୁ ଆକାର ବା ରେଖାଚିତ୍ରର ରୂପ ଦିଆଯାଏ। ଏହି ପଦ୍ଧତିର ଗୋଟିଏ ନିୟମ ହେଉଛି, ରେଖାଚିତ୍ର ଗୁଡିକର ଆକୃତି ଆମ ଶରୀର ନ୍ୟୁରନ୍ ବା ସ୍ନାୟୁ କୋଷର ଆକୃତି ପରି ହୋଇଥାଏ। ଆମ ଶରୀରରେ ଅଗଣିତ ସ୍ନାୟୁ କୋଷ

(ଚିତ୍ର 3)

ମସ୍ତିଷ୍କରୁ ଶରୀରର ଅନ୍ୟ ଅଂଶକୁ ସୂଚନା ପଠାଇ ଥା’ନ୍ତି। ନ୍ୟୁରାଗ୍ରାଫିକ୍ ରେଖାଚିତ୍ରରେ ପରସ୍ପରକୁ କ୍ରସ କରୁଥିବା ରେଖା ଗୁଡିକର ଇଣ୍ଟରସେକ୍ସନ୍ ପଏଣ୍ଟରେ ସ୍ନାୟୁକୋଷ ପରି ଆକୃତି ଦିଆଯାଏ

(ଚିତ୍ର 4)।

ପ୍ରାରମ୍ଭିକ ସ୍ତରରେ ନ୍ୟୁରାଗ୍ରାଫିକ୍ ଆର୍ଟ ବା ଛବି ଆଙ୍କିବା ପାଇଁ ଜଣେ ସାଧାରଣ ବକ୍ର କିମ୍ବା ସରଳ ରେଖା ବ୍ୟବହାର କରି ପାରେ। ଏହାଛଡା ବୃତ୍ତ, ତ୍ରିଭୁଜ କିମ୍ବା ଆୟତାକାର/ବର୍ଗ।କାର କ୍ଷେତ୍ର ଗୁଡ଼ିକୁ ପରସ୍ପର ସହ ଯାଡି କିମ୍ବା ଇଣ୍ଟରସେକ୍ଟ କରି ମନ ମୁତାବକ ଆକୃତି ଦେଇ ପାରେ

(ଚିତ୍ର6) ।

କେବଳ କଳା-ଧଳା ନକରି ନ୍ୟୁରାଗ୍ରାଫିକ୍ ଛବିକୁ ରଙ୍ଗିନ ମଧ୍ୟ କରା ଯାଇ ପାରେ

(ଚିତ୍ର 1)।

ଆକାର ଓ ରଙ୍ଗ ଚୟନରେ ନିଜ ମନକୁ ସ୍ବାଧୀନତା ଦେବା ଏବଂ ଭାବନାକୁ ସ୍ନାୟୁକୋଷ ରୂପ ଦେଇ କାଗଜ ଉପରେ ଆଙ୍କିବା ହିଁ ନ୍ୟୁରାଗ୍ରାଫିକ୍ ଆର୍ଟର ସ୍ବତନ୍ତ୍ରତା। ସବୁ ଆର୍ଟ ପଦ୍ଧତି ପରି ନ୍ୟୁରାଗ୍ରାଫିକ୍ ଆର୍ଟର ମଧ୍ୟ କେତାଟି ସାଧାରଣ ନିୟମାବଳୀ ରହିଛି:


୧ ରେଖାଚିତ୍ର ଏବଂ ସ୍କ୍ରିବଲିଓ ଛବି ଆଙ୍କିବା ପାଇଁ ଫେଲ୍ଟ- ଟିପ୍ ପେନ୍ (ସ୍କେଚ୍ ପେନ୍ ପରି) କଲମର ବ୍ୟବହାର
୨ ଚେଷ୍ଟାକୃତ ଭାବରେ କୌଣସି ଆକୃତି ଆଙ୍କିବାକୁ ଚେଷ୍ଟା ନକରି ସାଧାରଣ ଗାର ବା ରେଖାଚିତ୍ର ଆଙ୍କିବା
୩ ଯଦି ଆପଣ ନ୍ୟୁରାଗ୍ରାଫିକ୍ ଆର୍ଟକୁ ଚିକିତ୍ସା ପାଇଁ ବ୍ୟବହାର କରୁଥାନ୍ତି ତାହେଲେ ଛବି ଆଙ୍କିବା ସମୟରେ ନିଜର କୌଣସି ସମସ୍ୟା ବିଷୟରେ ଚିନ୍ତନ କରନ୍ତୁ
୪ ଛବି ଆଙ୍କିବା ସମୟରେ ଦୁଇଟି ରେଖା କିମ୍ବା ଆକୃତି ପରସ୍ପରକୁ କ୍ରସ କରୁଥିବା କାଣଟିକୁ ବାଛି, ତାକୁ କାଳି କିମ୍ବା ରଙ୍ଗରେ ଭରି ସ୍ନାୟୁତନ୍ତ୍ରୀ ପରି ଆକୃତି ଦିଅନ୍ତୁ।
୫ ରେଖାଚିତ୍ର ଗୁଡିକ ମଧ୍ୟରେ ସୃଷ୍ଟି ହେଉଥିବା ଫାଙ୍କା ଆକୃତି ଓ ଜାଗା ଗୁଡିକୁ ମନ ମୁତାବକ ରଙ୍ଗରେ ଭରିଦିଅନ୍ତୁ

(ଚିତ୍ର 5)।
୬ ରେଖାଚିତ୍ର ଗୁଡିକୁ ସରଳ ନରଖି, ପ୍ରଥମେ ସରଳ କରି ଆରମ୍ଭ କରି ତା’ପରେ ବକ୍ରକରି ଲୁପ୍ (ଚିତ୍ର 2) ବନାଇ ପାରନ୍ତି। ରେଖାଚିତ୍ର ଗୁଡିକୁ ଆବଶ୍ୟକ ସ୍ଥଳେ ମନମୁତାବକ ଆକୃତି କିମ୍ବା ଆବଷ୍ଟ୍ରାକ୍ଟ ମଧ୍ୟ ରଖିପାରନ୍ତି।
ବିଶେଷଜ୍ଞଙ୍କ ମତରେ ନ୍ୟୁରାଗ୍ରାଫିକ୍ ଆର୍ଟ ହେଉଛି ମଣିଷର ସୁକ୍ଷ୍ମ ଓ ଅବଚେତନ ମନ ଉପରେ କାମ କରିବାର ଅତି ସରଳ ଉପାୟ। ଏହା ଚିତ୍ର ମାଧ୍ୟମରେ ଗହନ ଚିନ୍ତନ ଏବଂ ଏକାଗ୍ରତା ଦ୍ବାରା ନୂତନ ନ୍ୟୁରାଲ୍ ପାଥ୍-ଓବେ ବା ସ୍ନାୟୁ ଗତିପଥ ବିକାଶ ହେବାରେ ସାହାଯ୍ୟ କରେ। ସୂଚନା, ପ୍ରତିକ୍ରିୟା ଏବଂ ଭାବପ୍ରବଣତାର ପ୍ରବାହ ଓ ଗ୍ରହଣ କରିବାର କ୍ଷମତା ତଥା ଗତିପଥକୁ ସୁଦୃଢ କରେ। ଏହା ଦ୍ବାରା ମଣିଷର ମସ୍ତିଷ୍କ କୋଷ, ଚିନ୍ତା କରିବାର କ୍ଷମତା, ସମସ୍ୟା ସମାଧାନ କରିବାର ବ୍ୟବହାର ଓ ନୂତନ ପରିସ୍ଥିତି ତଥା ନୂତନ ଚିଜ ଶିଖିବାର କ୍ଷମତା ବଢାଇଥାଏ। ମନସ୍ତତ୍ତ୍ବବିତ୍ ଏବଂ ମନାବିଜ୍ଞାନୀଙ୍କ ମତରେ ଏହା ମଣିଷର ଚିନ୍ତା, ଦ୍ବେଷ ଏବଂ ଅବସାଦ ଦୂର କରିବାରେ ସାହାଯ୍ୟ କରେ।
ସାଧାରଣତଃ ଏହି ପଦ୍ଧତିରେ ଛବି ଆଙ୍କିବା ସମୟରେ ରେଖାଚିତ୍ରକୁ ସିଧା ବା ସଳଖ କରି ଛାଡି ନଦିଆଯାଇ ବା ସାର୍ପ ଏଣ୍ଡ୍ ନକରି, ମାଡି ଦେଇ ଅନ୍ୟ ଏକ ରେଖା ସହ ମିଶାଇ ଆକୃତି ଦେବାକୁ କୁହାଯାଏ। ଏହା ଦ୍ବାରା ମଣିଷ ମଧ୍ୟରେ କୌଣସି କାମକୁ ହଠାତ୍ କିମ୍ବା ଅଧାରୁ ଛାଡି ଦେବାର ପ୍ରବୃତ୍ତି ଦୂର ହୁଏ। କାର୍ଯ୍ୟ ପୁରା କରିବା ଏବଂ ସମସ୍ୟା ସମାଧାନର ମନୋଭାବ ବଢିଥାଏ। ଅନେକ ବିଶେଷଜ୍ଞ ଏବଂ ଲୋକ ଏହାକୁ ମେଡିଟେସନର ଉପାୟ ମଧ୍ୟ କୁହନ୍ତି, ଏହା ମସ୍ତିଷ୍କ ଓ ମନକୁ ଶାନ୍ତ କରି ରିଲାକ୍ସ କରିଥାଏ। ଏହି ଛବିକୁ ଯେକୌଣସି ବୟସର ମଣିଷ କରି ପାରିବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ଏକାଗ୍ରତା ବଢାଇଥାଏ।
ଏହି ନ୍ୟୁରାଗ୍ରାଫିକ୍ ଆର୍ଟ, ଚିନ୍ତା ଓ ମାନସିକ ଅବସାଦର ଗୋଟିଏ ଚିକିତ୍ସା ପଦ୍ଧତି, ଜେଷ୍ଟାଲ୍ଟଥେରାପି ଉପରେ ଆଧାରିତ। ନ୍ୟୁରୋଗ୍ରାଫିକ୍ ଆର୍ଟ ଡୁଡୁଲ୍ ଆର୍ଟ ଶ୍ରେଣୀ ଭୁକ୍ତ। ଏଥିରେ ମୁକ୍ତ ରେଖାଚିତ୍ର ବା ନ୍ୟୁରୋ ଲାଇନ୍ ଦ୍ବାରା ମଣିଷର ମନର ଚିନ୍ତାକୁ ରୂପ ଦିଆଯାଏ। ଏଠି ନ୍ୟୁରୋ ଲାଇନ୍ ମଣିଷର ଚେତନ ଓ ଅବଚେତନ ମନ ମଧ୍ୟରେ କନେକ୍ସନ୍ ବା ସମ୍ପର୍କ ବନାଇବାରେ ସାହାଯ୍ୟ କରେ।
ବିଶେଷଜ୍ଞଙ୍କ ମତରେ ଜଣେ ଆଙ୍କୁଥିବା ନ୍ୟୁରାଗ୍ରାଫିକ୍ ଛବି ରିଅଲିଷ୍ଟିକ୍ ନହାଇ ଆବଷ୍ଟ୍ରାକ୍ଟ୍ ହେଲେ ମଧ୍ୟ କୌଣସି ଅସୁବିଧା ନଥାଏ। ଏହାର ମୂଳ ଉଦ୍ଦେଶ୍ୟ ମଣିଷ ମନକୁ ଶାନ୍ତ କରିବା ଏବଂ ଏକାଗ୍ରତା ବଢାଇବା ହୋଇଥାଏ। ବିନା କୌଣସି ଫର୍ମ।ଲ୍ ଶିକ୍ଷା ଏବଂ ରେଖାଚିତ୍ର ମାଧ୍ୟମରେ ଅତି ସରଳ ଉପାୟରେ କରି ହେଉଥିବା ଏହି ନ୍ୟୁରାଗ୍ରାଫିକ୍ ଆର୍ଟ କରିବା ପାଇଁ ଯେତିକି ମଜାଲାଗେ ମଣିଷର ମାନସିକ ଏବଂ ସ୍ନାୟୁ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ

ଡା. ଇପ୍ସିତା ପ୍ରଧାନ

Leave a Reply

Your email address will not be published. Required fields are marked *