ନୂଆଁଖାଇ ତିହାର୍ ଆଏ ଏନତା

ନୂଆଁଖାଇ ତିହାର୍ ଆଏ ଏନତା
ଭାବେ ଯୁଡିଦେସି କରି ଏକତା
ନୂଆଁଖାଇ ତିହାର୍ ଆଏ ଏନତା। 
ଆମର୍ ପରବ୍ ଆମର୍ ଗରବ୍ 
ଯିଏ ଥାଉ ପଛେ ଯେତେ ଦୂରେ
ନୂଆଁଖାଇ ଲାଗିଁ ହାଜର ହେସନ୍ 
ସଭେ  ନିଜର୍ ନିଜର ଘରେ। 
ଗୁରଦୁ ଗହଗହ ହେସି ଚଷାର୍ ମନଟା
ନୂଆଁଖାଇ ତିହାର୍ ଆଏ ଏନତା 
ମାନମା ଆସ ଠାନକେ ସବି
ଆମର୍ ତିହାର୍ ନୂଆଁଖାଇ 
ସବୁ ହିଂସା ଅଂହକାର କେ 
ମନ ଭିତରୁ ଦୁରେଇ 
ନୂଆଁଖାଇ କେ ଖାଲି 
ଦିନେ ହେଇଗଲେ ନାଇଁ ହୁଏ ଗୁଟେ 
ଭରସା ଥିଲେ ଭାବର୍ ବନ୍ଧନ 
କେଭେଁ  ନାଇଁ ଛୁଟେ
ରହିଥିବା ଖୁସି ସବୁଦିନିଆ
ନୂଆଁଖାଇ ତିହାର୍ ଆଏ ଏନତା 
ଭାବେ ବାନ୍ଧି ଦେସି କରି ଏକତା 
ନୂଆଁଖାଇ  ତିହାର୍ ଆଏ ଏନତା 
ମାଁ ସମଲେଇ ଠାନେ ଭୋଗ ଲଗେଇ
ହାରି ଗୁହାରୀ ସବୁ ତାହାକେ ଜନେଇ
ଚଷାର ଆଏ ସିଘା ତିହାର୍ ସତେ 
 ମନେ ତାର୍  ଗହକିର ସିମା ନାଇଁ
ବଡ ମାନକେ କରି ଜୁହାର୍
ସାନ ଟା କୁଁ ଦେଇ ଆଶୀର୍ବାଦ 
ନୂଆଁଖାଇ ତିହାର୍ ର ମହକ୍ ଅଲଗା
ଦୁସରା  ଆଏ  ତାର୍ ଭାବର ସୁଆଦ୍ 
ନାଇଁ ଲାଗେ ସତେ ଏକଲିଆ 
ନୂଆଁଖାଇ ତିହାର୍ ଆଏ ଏନତା 
ଭାବେ ବାନ୍ଧି ଦେସି କରି ଏକତା 
ଦିନେ ମିଶି ଗଲେ ଗୁଟେ ହେଇ 
ଲାଗୁଛେ ମନଟା କେତେ ପଏରଛା
ସବୁଦିନେ ଏନ୍ତା ରହିପାରଲେ
ଦୁଃଖ ବିପଦ୍ ପାସ୍ ନାଇଁ ମାଡି ପାରତା 
ଭାବର୍ ତିହାର୍ ସାଫ୍ କରିଦେସି ମନଭିତରଟା
ନୂଆଁଖାଇ ତିହାର୍ ଆଏ ଏନତା 
ଭାବେ ବାନ୍ଧି ଦେସି କରି ଏକତା 
ନୂଆଁଖାଇ ତିହାର୍ ଆଏ ଏନତା।
ସୀମା ଭୁଏ 
ଗୁଦେରପାଲି, ବରଗଡ଼

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *