ନୂଆଁ ବଛର

ଲରୋଥରୋ ଶୀତଟା ଥରିଥରି
ବଢେ ଜାନଵାର ଲେଖେଁ,
ଫଲ୍ ଫୁଲ୍ ,ପରିବାର୍ ଉଲିଆ ଭଦରି ନେଇ ମାଥାବର୍ ସାଜିଛେ,
ଇଟା କେତେ ଦିନର୍ ଯେ?
ହୁର୍ ଗୁନି ହେଉଛେ,ନିଜକେ ନିଜେ,ବିତା ସମିଆର୍ ସୁର୍ତାର ଧାରେ,
ସତେତ ସମିଆନୁ ବଡ଼ ଆରୁ କିଏ ଯେ?
କାହାର୍ ରହିଛେ ସବୁଦିନିଆ ଥପାମରା ଝାଁପି।
ଦିନ ଗୁଡ଼ଗୁଡି ଗଲା,ଗଡ଼ି ଗଲା ମାସ୍ ବଛର୍,
ଅବଦି ଅବଦି ଏଦେ ଆଏଲା ଫେର୍ ଗୁଟେ ନୂଆଁବଛର୍,
ଶୀତର୍ ରାଜପାଟ୍ ସରିଗଲା
ଆଏଲା ଵସନ୍ତର୍ ଦପଦପି।
ଇ ନୂଆଁ-ଜୁନହା କାଣାଯେ?
ସବୁତ ଆଏଲା ଗଲା,ବାଏଗନ୍ ପଲହା,ଛେଲ ଖାଏଲେଗଲା,
କାଲହିର୍ ନୂଆଁଟା ଆଝିର୍ ଜୁନହା,
ଆଝିର୍ ନୂଆଁ ଟା କାଏଲକେ ଜୁନହା,
ଚକା କିନ୍ଦରୁ ଥିବାନ ଏନ୍ତା,
ଆଉର୍ ବାଙ୍ଗଟିଘୁଲିର୍ ଖୁଲପା ଲେଖେଁ
ଜଞ୍ଜାଲର ଵୋଝ ବୁହିକରି
ଘୁସରୁଥିବାନ ଇ ଜୀବନ,
ହୁଲକେ ପାନିର୍ ଧାର୍ କେଭେଁ ନେଇଯିବା ରାଁପି।


ମୋହିନୀ ହୋତା
ସମ୍ବଲପୁର

Leave a Reply

Your email address will not be published. Required fields are marked *