କେତେ ଜନମ୍ କରମ୍ ବଳେ
ପାଇଛୁ ମାଁ ମାଟି
ନୁଆଁଖାଇ ଆମର ତିହାର ବଏଲେ
ଫୁଲି ଯାଏସି ଛାତି l
ସୁନା ରଙ୍ଗେ ମୁଲ୍ ମୁଲେଇ କରି
ହସୁଛେ ଧାନର ବାହାଲି
ଚାରି ଆଡେ ସବୁ ନୁଆଁ ଦିସୁଛେ
ନୁଆଁଖାଇ ଆସିଛେ ବଲି l
ଇଷ୍ଟଦେବୀ ଆମର ମାଁ ସମଲେଇ
ଦୁଃଖ ଜନାମା ତାହାକେ ଯାଇ
ଚଢ଼ାମା ନୁଆଁ ଧାନ୍
ସୁନ୍ ସୁନ୍ ମା ଗୋ ଇ ମାଟିର କଥା
ଡେରି ରଖିଥା ତୋର କାନ୍ l
ଢୋଲ ନିଶାନ ତାସା ମୁହୁରି
ଜଗତେ ଉଡୁଛେ ଧ୍ବଜା
ଶୁହ୍ଲ ଭର୍ନି ବାଜବା ଆଏଜ୍
ମାଁ ପାଇବା ପୂଜା l
ଭାଇ ଭାଇ ଗୁଟେ ହେମା
ମାଁ ର ନାଁ କେ ଗାଇ
ବଡ ବଡ଼ଖା କେ କର୍ମା ଜୁହାର
ଆଇଲl ଆମର ନୁଆଁଖାଇ l
ସାନ୍ କେ ଆଦର ବଡକେ ଜୁହାର
ଆସିଗଲା ଆମର ନୁଆଁଖାଇ ତିହାର
ଅଭାବ ର ଦିନେ ଭାବର ତିହାର
ସମକୁ ମୋର ନୁଆଁଖାଇ ଜୁହାର l
ପ୍ରଦୀପ ସୁନାନୀ
କିଲାସମା, ସମ୍ୱଲପୁର