ତୁମେ

ରାତି ଥାଉ ଥାଉ
ତୁମେ ଗୋଟେ
ସରି ଯାଉଥିବା ଅନ୍ଧାର,
ବିଜୁଳି ପରି
ଧାରେ ଆଲୁଅ ମୁଁ
ସକାଳକୁ ବାଟବଣା।

ତମେ ଆଷାଢ଼ ଆକାଶରେ
ବର୍ଷି ପାରୁନଥିବା
ଖଣ୍ଡେ ଭସା ବଉଦ,
କ୍ଳାନ୍ତ ଡେଣାରେ ମୁଁ
ଆକାଶ ଖୋଜୁଥିବା
ଗୋଟେ ଚାତକ ପକ୍ଷୀ।

ଜଳୁଥିବା କାଠଗଣ୍ଡି ପାଖରେ
ତମେ ଦେହ ଶେକୁଥିବା
ଲାଜକୁଳୀ ନୂଆ ଶୀତ,
ସକାଳୁ ସକାଳୁ ଉଠି
ତୁମ ଛାଇ ଖୋଜୁଥିବା
ମୁଁ ଗୋଟେ ପାଣିଚିଆ ଖରା ।

ରବି ଶତପଥୀ

  • ଅଧ୍ଯାପକ ଓଡ଼ିଆ ବିଭାଗ
    ନନ୍ଦପୁର କଲେଜ, କୋରାପୁଟ
    ସଂପର୍କ – ୯୪୩୭୭୮୪୮୫୯

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *