ତୁମେ

ଆଚ୍ଛାଦିତ କରି ତୁମ ପ୍ରତାରଣାକୁ
ପୋଛିଛି ମୁଁ ମୋ ଲୁହେ ସବୁ କଳଙ୍କକୁ
ଶୁଭ୍ର ଜୋଛନାକୁ ଦେଇ ତୁମ ନାମ ତାକୁ
ଆଙ୍କିଛି ଏକ ସରଳ ରେଖାରେ ପ୍ରେମ କାହାଣୀକୁ
ପଢ଼ି କି ପିରିବ ତୁମେ ଆଉ ମୋ ହୃଦୟକୁ
ପୋଛି କି ପାରିବ ତୁମେ ଆଉ ସେ ସ୍ମୃତି ସବୁକୁ
ଫେରାଇ ନିଅ ସେ ସମସ୍ତ ପଦ ଚିହ୍ନକୁ
ଲମ୍ବିଥିଲା ଯାହା ତୁମ ହୃଦୟରୁ ମୋ ହୃଦୟକୁ
ନା, ଆଉ ସମ୍ଭବ ନୁହେଁ ଅମିମାଂସିତ ପ୍ରଶ୍ନ ଆଗରେ
ଅତଏବ୍ ର ଆଉ ଏକ ପ୍ରଶ୍ନବାଚୀ ଆଙ୍କିବାକୁ ।।

ତଫିଜୁଲ ହୋସେନ

ସମ୍ବଲପୁର

Leave a Reply

Your email address will not be published. Required fields are marked *