ଠିକଣା

ଜୀବନ ଏଠି ଚାରି ଦିନର 
ତଥାପି ମଣିଷ ପାଲଟିଛି ଅଜଣା 
ତୁମେ ଆଜି ଯେଉଁ ଠିକଣା ଖୋଜୁଛ 
କାଲି ଥିବ କି ନଥିବ କାହାକୁ ଜଣା 
କେବଳ ସ୍ମୃତି ଚିହ୍ନ ଥିବ 
ପୁଣି କିଏ ବାହୁନି ହେଉଥିବ
ଏଠି ସେଠି ସବୁଠି ସମୟ ବହୁଥିବ
ଦିଗନ୍ତ ପର୍ଯ୍ୟନ୍ତ ପଥ ଲମ୍ବି ଥିବ 
ହେଲେ ନିରୁଦିଷ୍ଟ ଥିବ ସେଇ ଅଗଣା 
କିଏ ଏଠି ରାଜା କିଏ ମହାରାଜା 
କିଏ ମହାଜନ, କିଏ ସେବକ
ଜୀବନ ଏଠି ଅଭିନ୍ନ ତଥାପି ନୁହେଁ ଏକ
ନିରାକାର ସନ୍ଧାନେ ମଣିଷ ଏଠି ବାଟ ବଣା
ଅତୃପ୍ତ ରୁ ତୃପ୍ତି ମୋହରୁ ମୋକ୍ଷ 
ଜଟିଳ ଏଠି ତଥାପି, ନୁହେଁ କଷ୍ଟସାଧ୍ୟ ଲକ୍ଷ୍ୟ 
ମଧୁର ବଚନେ ପୁଣ୍ୟ ହୁଏ ଆଦାନପ୍ରଦାନ 
ଏହି ପୁଣ୍ୟ ବଳେ କେଉଁ ଏକ ହୃଦୟ 
ହେବ ତୁମର ଶେଷ ଠିକଣା ।।
ତଫିଜୁଲ ହୋସେନ
ସମ୍ବଲପୁର 

One thought on “ଠିକଣା

Leave a Reply

Your email address will not be published. Required fields are marked *