ଜରା ଶୀତ୍

ଆଇଛେ ଜରା ଶୀତ୍,
ଦମ୍’ଧରା ଛାତି କେ କନ୍’କନିଥି ଥରେଇକରି,
ବଏସର୍ ଋତୁ ବଦଲେଇ କରି ସମିଆର୍ ଧାରେ,
କମ୍ପ୍ କମ୍ପାଲା ଶୀତୁଆ ପଵନର୍
ହୁଲକା ଥି ଆଇଛେ ଶୀତ୍,
ଆଇଛେଶୀତ୍।।
ଫୁଟଲା ଫୁଲର୍,ଜୁଆନ୍ ଭମର୍ ର ସୁର୍ତାକେନେଇ,
ପ୍ରଦୂଷଣର୍ କୁହୁଲାର୍ କୁହୁଡ଼ି ର୍ ପର୍ଦ୍ଦାକେ ଅଡେଇ କରି ଆଇଛେଇ ଶୀତ୍ ।।
ଝରା ପାଚଲା ପତରର୍ ଝର୍ଲା ଦୁଃଖର୍ ଝର୍ଲା ଗୀତର୍ ସୁରକେ ନେଇ,
ପାଚଲା ବାଲ୍ ,ଭାଙ୍ଗଲା ଦାନ୍ତକେ ଦେଖେଇ,
ମଗଶୀରର୍ ଶିରୀ ପଛେ ପକାଇ,
ଜାଡ଼ର୍ ସାଙ୍ଗେ ବସି ମିତ୍
ଆଇଛେ ଶୀତ୍।।
ସୁଖର୍ ଦିନ୍ ଅଢେଇ ପହର୍,
ଦୁଃଖର୍ ଦିନ୍ ଅସରା ଗହର୍,
ବଢ଼ଲା ରାତିର୍ ଅନ୍ଧାର୍ କେ ଉଞ୍ଜଲାନ ଭରି,
ଅବୁଝାକେ ବୁଝାବାର୍ କେ
ଇ ଦୁନିଆର୍ ରୀତ୍
ଆଇଛେ ଇ ଶୀତ ।।
ଚିଲ୍ ଯାହା ଝାମ୍ପିଥିଲା ,
ଗୁନ୍’ଚି ଯାହା ସଞ୍ଚିଥିଲା,
ଇହାଦେ କାଏଁ କାମ୍ କେ?
କାନେ କାନେ କହୁଛେ,
କୁଇଲିର୍ କୁହୁ ନାଇନ,
ଘର୍ ଚଁଟିଆର୍ କିଚିର୍ ମିଚିର୍ ଶୁଭୁଛେ,
ମିଟୁଟା ପିଞ୍ଜରା ଭିତରେ
ରାମବଲ୍ କୁଁଷ୍ଟ ବଲ୍ ରଟୁଛେ,
ଗାଉଛେ ଶେଷ୍ ଗୀତ୍,
ଆଇଛେ ଜରା ଶୀତ,
ଆଇଛେ ଶୀତ୍ ।।

ମୋହିନୀ ହୋତା
ବୃନ୍ଦାବନ ବିହାର
୯୯୩୮୦୯୧୯୮୭


Leave a Reply

Your email address will not be published. Required fields are marked *