
ତୁମ ଇଚ୍ଛାରେ ଚାଲଇ ଜଗତ
ଜଗନ୍ନାଥ ଖଣ୍ଡିଆ ହାତ
ତୁମ ଆଦେଶେ ଅରୁଣ ଉଦୟ
ଆତଯାତ ଯାମିନୀକାନ୍ତ
ତୁମରି ଛୁଆଁ ରେ କଢି ହୁଏ ଫୁଲ
ଆମ୍ବ ଡାଳେ ଧରେ ବଉଳ
କେବେ ଧିର ଖର ବହଇ ସମୀର
ବସନ୍ତେ ରାବଇ କୋକିଳ
ତୁମ ଆଜ୍ଞାରେ ପାଦପେ କଅଁଳେପତ୍ର
ଜଗନ୍ନାଥ ଖଣ୍ଡିଆ ହାତ
ଋତୁ ପରେ ଋତୁ ବଦଲଇ ଋତୁ
ସଞ୍ଜ ଯାଇ ଆସେ ସକାଳ
ନୀଳ ଦରିଆରେ ଉଠଇ ଜୁଆର
ଧୂଆଁ ପୁଣିହୁଏ ଅନଳ
ମିଛ ଦୁନିଆରେ ଏକା ତୁମେ ହିଁ ସତ
ଜଗନ୍ନାଥ ଖଣ୍ଡିଆ ହାତ
ଇଙ୍ଗିତେ ଯାହାର ଝରଇ ନିର୍ଝର
ଜଳ ବରଷାଏ ଅମ୍ବର
ହେ ଈଶ୍ଵର ତୁମେ ନିତ୍ୟ ନିରାକାର
ସକଳ ସୃଷ୍ଟିର ଆଧାର
ଏଇ ସଂସାରେ ମଣିଷ ନିମିତ୍ତ ମାତ୍ର
ଜଗନ୍ନାଥ ଖଣ୍ଡିଆ ହାତ
