ଗୁରଷର୍ ଲାଗ୍


ସର୍ଗୁ ଛିଡି, ମର୍ତ୍ତେ ପଡି
ମାଁ ର୍ ଗର୍ଭେ ଠାନ୍ ଟେ ଗଢି
ଦସ୍ ମାସ୍ ଯାକେ ରହେଲି,
ଯାହା ଖାଉଥିଲା ମନ୍ ମନ୍ସା ଉଷୋ ଦରବ୍ ପିତା କସା
ସବୁଥିର୍ ସୁଆଦ୍ ପାଏଲି।

ଝୁରି ଯେନ୍ତା ପହଁରି ବୁଲେ,
ନଏଦ୍ ନଲିଆ ସାଗର୍ କୁଲେ
ମୁଇଁ ବି ସେନ୍ତା ରହେଲି।
ମାଁ ର୍ ଗର୍ଭେ ଉଲେଦୁଲେ,
ସତେ ଯେନ୍ତା ପଦୁଁ ଫୁଲେ
ଫଲ୍ ବଢୁଥିସି କଲେ କଲେ
ମୁଇଁ ବି ସେନ୍ତା ବଢ୍ ଲି।

ଦିନ୍ ବଢି ବଢେ ମାସ୍ ମାସ୍
ସମିଆଁ ଆଏଲା ପାସ୍ ପାସ୍
ମୋର୍ ମାଁ କେ ପଡ୍ ଲା ଦୁଖ୍,
ଛିଡ୍ ଲା ପରା ଲାଗ୍ ଲା ଆକାଶ
ଫାଟ୍ ଲା ପରା ଧର୍ତି
ମାଁ ଶୁଇନେଲା ମୁର୍ଛା ହେଇ
ମୁଇଁ ବାହାରିଲି ତୁର୍ତି।

ଯେଭେ ମୋର୍ ମାଁ କେ ଫିର୍ଲା ଚେତା
ମୁଇଁ କାନ୍ଦୁଥିଲି ଅଏଁ ଅଏଁ କରି
ମୋର୍ ମାଁ ଡାକି ନେଲା ପୁତା।

ଅଂଘା କରି କୁଲେ ଧରି
ସବୁ ଲାଏଜ୍ ସରମ୍ ସାରି
ପେଟ୍ ପୁରା ଗୁରଷ୍ ଖୁଏଇ ଦେଲା
ମୋର୍ ମାଁ ତାର୍ ଛାତି ଚିରି,
ଗୀତ୍ ଗାଇ ମତେ ସୁଏଇ ଦେଲା
ତାର୍ କୋଲ୍ କେ ପାଲ୍ ନା କରି।
ହସି ଖେଲି ନାଚି ଡେଗି
ସମିଆଁ ଜାଉଛେ ଗଡି
ସମିଆଁ ର୍ ତାଲେ , ମୁଇଁ ବଢି ବୁଲେ
ମୋର୍ ମାଁ ବି ହଉଛେ ବୁଢି।

ମୋର୍ ମନ୍ ଜାନି ମୋର୍ ଗୁନ୍ ଚିହ୍ନି
ମୋର୍ ମାଁ ଦଉଥିଲା ଦରବ୍
ଆଏଜ୍ ବୁଢିହେଲା ବଲି ପାସ୍ରିି ଦେଲିଁ
ତାର୍ ସେ ଦସ୍ ମସିଆ ଗରଭ୍।

ମୁଇଁ ସୁଇସିଁ ପଲଙ୍କ୍ ଖଟେ
ମୋର୍ ମାଁ ସୁଇସି ଛିଡା ପାରି
ମୁଇଁ ଖାଏସିଁ ମନ୍ ମନ୍ ସା
ମୋର୍ ଖାଏସି ସୁଖା ମୁର୍ହି

ମୁଇଁ ରହେସିଁ ବନ୍ଧୁର୍ ଭିଲେ
ବଡ୍ ବଡିଆ ବାବୁର୍ ଚାଲେ
ମାଁ ର୍ ଠାନ୍ ଟା ଗୁହାଲ୍ ପାସେ
ମୁଇଁ ମାଖୁଥିସିଁ ସାବୁନ୍ ଅଁତର୍
ମୋର୍ ମାଁ ଗାଏ ମୁତ୍ ମୁତ୍ ବାସେ।

ମାଁ ର୍ ଦୟାନୁ ଗଢ୍ ଲି ଘର୍
ବିଦେଶ୍ ଜିବାକେ, ବାନ୍ଧ୍ ଲି ପର୍
ମାଁ କେ କର୍ ଲି ଏକ୍ ଲା,
ଗାଏ ପଲେଇ ଗଲା ଦୁଆଁ ଛଡେଇ
ମୋର୍ ଦେଖୁଛେ ହେଇ ଭେକ୍ଲା।

ବଡ୍ ଘର୍ ମୋର୍ କଚ୍ରା ହେବା
ମାଁ କେ ଆନ୍ ଲେ ଝଗ୍ ଡା ହେବା
ଇ କଥା କେ ଭାବ୍ ଲି
ବୁଆ ର୍ ଜାଗା ବାଡି ବିକି ଦେଇ ସବୁ
ମାଁ କେ ବ୍ରୂଦ୍ଧାଶ୍ରମ୍ ନେ ଛାଡ୍ ଲି

ଆଜି ଭୁଗୁଛେଁ ମୁଇଁ ସେ ଦସା
ମାଁ ହେଇଗଲା ସରଗ୍ ବାସୀ
ମୁଇଁ ହେସିଁ ଲୋକ୍ ହଁସା

ମୋର୍ ଛୁଆ ପିଲା ମତେ ଛାଡି ଆଜି ,

ବିଦେସେ ବନାଲେ ଘର୍
ଦିନେ ମୁଇଁ ଭାଙ୍ଗି ଥିଲି
ମୋର୍ ମାଁ ବୁଆ ର୍ ଆସ୍
ଆଜି ମୋର୍ ଛୁଏ କଲେ ମତେ ପର୍
ଆଜି ମୁଇଁ ପାରୁଛେଁ ସେ ସବୁ ବୁଝି
ଯେତେ କମ ପଛେ ସୁନା ,ରୁପା, ଟଁକା
ସବୁତ ମାଏଟ୍ ମୁଠେ କର୍ ସରି
ଆର୍….
ମାଁ ର୍ ଦେଲା ଲାଗ୍ କେଭେ ସୁଝି ନାଇଁ ହୁଏ
ତାର୍ ଛାତି ଚିରି, ଗୁରଷ୍ ଭରି
ତାର୍ ଛାତି ଚିରି ଗୁରଷ୍ ଭରି।

ବିଚିତ୍ରା ବାଗ୍
ନନ୍ଦପଡା ସମ୍ବଲପୁର

Leave a Reply

Your email address will not be published. Required fields are marked *