ଗାଁର୍ ଖଲା ହେଉଥିଲା ଗହଲ୍ ଚହଲ୍ ,
ହମ୍ବା ରଡି ଦେଉଥିଲା ।
ଖିଲ୍ ଖିଲେଇ ହସୁଥିଲା ଇ ଖଲା ବାଏର୍,
ଦିନେ ସେଠାନେ ଖୁଟି ଗାଡି ବଲଦ୍ ଫାନ୍ଦି,
ଧାନ୍ ମଡଉ ଥିଲା ହଲିଆ ପିଲା।
ବେଲ୍ ଥାଉଁ ଥାଉଁ କାଟି ଆନସି ଧାନ୍ ଅଧା ଅଧା,
ଗଦଉ ଥିଲା ଧାନ୍ ଗଦା ଗଦା ଦିଶୁ ଥିଲା ସୁନାମୟେ ଖଲା।
ତାର୍ ପାଶେ ଥିଲା କଣ୍ଟା ଫୁଟି ଥିଲା ପଦମ୍,କଇଁ,
ଦିଶୁ ଥିଲା ଆମର ଗାଁ ସୁନ୍ଦର।
ନା ନା ପ୍ରକାରର ପାନି ଜନ୍ତୁ ହଂସ,ବତକ,ପାଏନ୍ କୁଆଲି,
ବଅଁକ ଉଡୁସି ମାଛ୍ ଖାଏବାର ଆଶେ।
ମଚାନ୍ ବାନ୍ଧି ହଲିଆ ପିଲା ଜଗୁଥିଲା ଧାନ୍,
ରାତି ମିଛେ ସତେ ଦେଖୁଥିଲା କେତେ ଘଟଣା।
ରାଏତ୍ ପାଏଲେ ପାହାନ୍ତି ନୁ,
ଗାଁର୍ ଖୁଲି ବସି କହୁଥିଲା କେତେ କଥାନୀ ବଖାନୀ।
ଗାଁର୍ ଖଲା ଥି ହଲିଆ ଗୀତ୍ ନାଇଁ ଶୁଭାର୍ ଆରୁ,
ଆଖିର୍ ଆଗେ ଦିଶୁଛେ ଇହାଦେ ବାଗିର୍ ଲାଗୁଛେ।
ଗାଁର୍ ପିଡାଥି ବସି ବଡ ବଡଖା ଧରମ ଚର୍ଚ୍ଚା କରସନ୍,
ହଲିଆ ଚଷା ପୁଓ କହୁଥିଲା କ୍ଷେତର୍ କଥା।
ଚଷା ପୁଓ ନୁହେଁ ଗରିବ,
ବୈଶାଖର ମାସର୍ ଖରା ଶ୍ରାବଣର ଧାରା ଖଟୁଥିସି ମାଘର ଶୀତେ।
ବଛର୍ ସାରା ଧନ୍ଧା ତାର୍,
ଚଷା ନାଇଁ ହୁଏ ଅଥା।