ଯଜ୍ଞରୁ ଜାତ ଯାଜ୍ଞସେନୀ ନାମ
ଅପୂର୍ବ ଶୋଭାକୁ ବଳି
ପାଞ୍ଚ ପତ୍ନୀ ହୋଇ ପାଣ୍ଡବ ଙ୍କର
ସାଜିଲେ ନାମ ପାଞ୍ଚାଳୀ
ବ୍ରହ୍ମାଣ୍ଡ ଯାକରେ ଯାଜ୍ଞସେନୀ ବୋଲି
ତାଙ୍କ ସମ କେହି ନାହିଁ
ସବୁ ସହି ସହି ସର୍ବ ସଂହା ହୋଇ
ଥରାଇଲେ ଶେଷେ ମହି
ଅତି ବିଚିତ୍ର ଅଟେ ପ୍ରଭୁଙ୍କ ରଚିତ
ଅଦ୍ଭୁତ ତାଙ୍କରି ମାୟା
ପଞ୍ଚୁ ପାଣ୍ଡବଙ୍କ ପତ୍ନୀ ହେବା ପାଇଁ
ରଚି ଥିଲେ ଗୁପ୍ତେ କାୟା
କୃଷ୍ଣାଙ୍କ କେଶକୁ ଦୁଃଶାସନ ଧରି
ପ୍ରବେଶେ କୁରୁ ସଭାରେ
ବିଟପୀ ପାଷାଣ୍ଡ ନାହିଁ ଟିକେ ଦୟା
ପାଞ୍ଚାଳୀ ପତି ଚରଣେ
କୃଷ୍ଣା ବାନ୍ଧି ଥିଲେ କୃଷ୍ଣଙ୍କର ହାତେ
ଛିଣ୍ଡାଇ ନିଜ ପଣତ
କୁରୁ ସଭା ସ୍ଥଳେ ଶ୍ରୀକୃଷ୍ଣ ରଖିଲେ
କୃଷ୍ଣାଙ୍କ ମାନ ମହତ
ଶକ୍ତିରେ ସମ୍ପୂର୍ଣ୍ଣା ଧେର୍ଯ୍ୟରେ ଅସୀମା
ତାଙ୍କ ସମ କେହି ନାହିଁ
କୃଷ୍ଣ ପ୍ରିୟ କୃଷ୍ଣା ଦ୍ରୌପଦୀ ପାଞ୍ଚାଳୀ
କୃଷ୍ଣଙ୍କର ପ୍ରିୟ ସେହି
ତ୍ୟାଗ ନିଷ୍ଠାର ମୂର୍ତ୍ତୀମନ୍ତ ଦେବୀ
କୃଷ୍ଣା ଅନେକରେ ଏକ
ଚିର ବନ୍ଦନୀୟା ଯଜ୍ଞରୁ ସମ୍ଭୂତା
ଶକ୍ତି ଭକ୍ତିର ପ୍ରତୀକ