କିଛି ନିଷ୍ପାପ ଦଗ୍ଧିଭୂତ ନିର୍ଭୟା ମାନଙ୍କ ସ୍ଵୀକାରୋକ୍ତି ..!!

ହଁ..

ମୁଁ ବଞ୍ଚିଛି..
ଦୁଃଖ ସମୁଦ୍ରରେ ଭାସି
ସୁଖର କୁଳ ଲଙ୍ଘିବାକୁ..!!

କିମ୍ବା କୁହ..
ନିଆଁରେ ପୋଡ଼ି ହୋଇ..
ପୁନଃ ଜୀବନ୍ତ ହେବାକୁ..!!

ଅଥବା କୁହ..
ନିଜଠାରୁ ନିଜକୁ ଦୂରେଇ ନେଇ..
ସମସ୍ତଙ୍କ ପାଖରେ ରହି..
ପୁଣି ଥରେ ନିଜ ପାଖକୁ ଫେରି ଯିବାକୁ..!!

ନା..
ସତରେ..
ମରିବା ଆଗରୁ..
ବିକଳ ହୋଇ..
କେବଳ ଥରେ..
ଥରେ ମାତ୍ର..
ନିଃଶ୍ୱାସ ନେବାକୁ..
ବଞ୍ଚି ଯିବାକୁ..!!??

ହଁ..ବଞ୍ଚିଛି..
କାରଣ..
ବଞ୍ଚିବାକୁ ପଡୁଛି..
ବାରମ୍ବାର ମରି..
ବାରମ୍ବାର ହାରି..
ବାରମ୍ବାର..
ବଞ୍ଚିବାକୁ ହିଁ ହେଉଛି..!!??

କାରଣ ମୃତ୍ୟୁ..
ଆହୁରି ମୋତେ ନିଜର କରିନି..
କେଜାଣି..
ଆହୁରି କେତେ ନିଃଶ୍ୱାସ ବାକି..
ସେହି ଶେଷ ଶାନ୍ତିର ନିଃଶ୍ୱାସ ନେବାକୁ..!!

ମଧୁମିତା ମିଶ୍ର
ଭୁବନେଶ୍ୱର
୯୪୩୮୪୭୦୮୦୭

One thought on “କିଛି ନିଷ୍ପାପ ଦଗ୍ଧିଭୂତ ନିର୍ଭୟା ମାନଙ୍କ ସ୍ଵୀକାରୋକ୍ତି ..!!

Leave a Reply

Your email address will not be published. Required fields are marked *