କଳା ସଂସ୍କୃତି ରେ
କଳଙ୍କ ଲାଗିଛି,
କଳାକାର ଆଜି ବନ୍ଦୀ
ପ୍ରଥା ପରମ୍ପରା ,
ପ୍ରଗତି ଦ୍ୱାହିରେ,
ଘଟିଛି ଉତ୍କଟ ବ୍ୟାଧି ||୧||
କଳାକାର ମତରେ
ଭୋକ ଉପାସରେ,
କଳାର ମର୍ଯ୍ୟାଦା ପାଇଁ
କଲାରେ କଳଙ୍କ
କେମିତି ଆଙ୍କିବ
ଚିତ୍ର ଶିଳ୍ପିଟିଏ ହୋଇ ||୨||
କଳ୍ପନା ବିଳାସୀ
କବି ଚିତ୍ରଶିଳ୍ପୀ
ଶବ୍ଦ ରଙ୍ଗ ପୁଟ ଦେଇ
କଳାର ସୌନ୍ଦର୍ଯ୍ୟ ଦେଇ
ବଢ଼ାଇ ଥାଆନ୍ତି,
କେତେ ଦୁଃଖ କଷ୍ଟ ସହି ||୩||
କବିର କଲମ
ଶିଳ୍ପୀ ର ନିହୀନ
କରିବାକୁ ମୂଲ୍ୟାୟନ,
କିଏ ଅଛ କୁହ,
ସମର୍ଥ ପୁରୁଷ
ଶିଳ୍ପୀ ବିନା ତାର ମାନ ||୪||
ବ୍ରହ୍ମାଙ୍କର ଇଏ
ମାନସ ସନ୍ତାନ
ସୂକ୍ଷ୍ମାତି ସୁଖ୍ମ୍ ଦୃଷ୍ଟିରେ
ବିଶ୍ୱ ବ୍ରହ୍ମାଣ୍ଡର
ବିଶ୍ୱକର୍ମା ରୂପେ
ଜନମିଛନ୍ତି ଧରାରେ ||୫||
ପ୍ରିୟଙ୍କା ବିଶି
ରେଢ଼ାଖୋଲ, ସମ୍ବଲପୁର, ଓଡିଶା