କଲମ ନିଃସୃତ ଧାଡ଼ିକୁ ମୋର
ଏ ଦୁନିଆ କହଇ କବିତା,
ହେଲେ ନୁହେଁ ମୁଁ କବି
ସେ କବିତା ଧାଡ଼ିର…
ମୁଁ ତ ଦୀପ, ସିଏ ଘୃତ ସଳିତା l
ଜାଣେନା କାହିଁକି ଲେଖେ କିଛି ମୁଁ
ନିରୋଳାରେ ବସି ଏକା,
ଏମିତି ଲାଗଇ ସିଏ ଏକା ମୋର
ଜୀବନର ସତ ସଖା l
ଭୁଲିଯାଏ ସବୁ, ଭୋକ ଶୋଷ ମୁଁ ଯେ
ଧରିଲେ କଲମ ମୁନ,
ନ ଲେଖେ ଯେବେ ଏମିତି ଲାଗଇ
ଜଳ ବିନା ଯେହ୍ନେ ମୀନ l