ଡାକବାଲା ଦେଲା ହୃଦୟ ଆାକାର
ଉପହାର ବାକ୍ସ ନାଲି ,
ମହମହ ବାସ ଭେଦି ଆସୁଥିଲା
ସତେ କିବା ଚୋରା ବାଲି।।
ଗୋଲାପି ଫିତାରେ ଫୁଲ ଛନ୍ଦା ଥିଲା
ନଥିଲା ପ୍ରେରକ ନାମ ,
ହସୁଥିଲା ଦୁଇ ନାଲି ଓଠ ଦାଗ
ବିଚିତ୍ର କାହାର କାମ ??
ଆମାନିଆ ମନ ଖୋଜିବୁଲୁ ଥିଲା
ଭିତରେ କି ଥିବ ବୋମା,
ବଦଳାଇ ଦେବ ନିମିଷ ମାତରେ
ଚଉପାଟି ପରିସୀମା ।।
ଆତୁରେ ଖୋଳିଲି ଭିତରେ ପାଇଲି
ଫରଦେ କାଗଜ ଭିନ୍ନ ,
ପ୍ରିୟତମା ସତେ ପଠାଇ ଥିଲା ଯେ
ପ୍ରେମର ସଫେଦ ଜହ୍ନ !!
ଆଶୁତୋଷ ମେହେର
54 ଆର୍ୟ୍ୟପଲ୍ଲୀ
କିଟଛକ ପଟିଆ, ଭୁବନେଶ୍ବର 751024
ଦୂରଭାଷ 9437085396