ଅମାବାସ୍ୟା ର ଜହ୍ନ

ଆଲୋ  ହେ ଛତର ଖାଇ ଡାହାଣୀ ପୋଡ଼ା ମୁହିଁ  ଉଁଆସି କନିଆଁ ,  ତୋ ଜନମ କଲା ମା କୁ ତ ଖାଇଲୁ ,ଭାଇକୁ ଖାଇଲୁ ବୋପା ତ ଶେଯରେ ପଡି ପଡି କଣ୍ଟା ହେଲାଣି ଆଉ କଣ ବାକି ରଖିଚୁ ଯେ ପୋଡ଼ା ମୁହିଁ ନିର୍ଲଜ୍ଜ ଙ୍କ ଭଳି ପଡି ରହିଛୁ। ରହ ଆଜି ଦେଖିନେବି ତୋତେ ତୋ ପାଠ ପଢା ଛଡେଇ ଦେବି ।ଦେଖିବି ତୋ କୋଉ ଵୋପା ଅଜା ଆସି ତତେ ରକ୍ଷା କରିବ।

                        ଛାଡ଼ିଦିଅ ଛାଡ଼ିଦିଅ ବୋଉ ଆଉ ମାରନି ମତେ ମୁଁ ମରିଯିବି ବୋଉ।ଯାହା କାମ ତ ସବୁ ସାରିଦେଇଛି ବୋଉ  ଆଉ କଣ ବାକି ରଖିଚି ଯେ ମତେ ଏମିତି ପଶୁଙ୍କୁ ବାଡେଇଲା ପରି ବାଡଉଛ।ସକାଳ ପହରୁ ନଳକୂଅ ରୁ ପାଣି ଆଣି  ଘର ସଫା ଲୁଗା ସଫା କରି ଘଷି ପାରି ଚୁଲି ଜାଳି ତମକୁ ଚା ମୁଢ଼ି ଦେଲି ,ସୀମା କୁ କ୍ଷୀର ହର୍ଲିକ୍ସ୍ ଦେଲି ବାପା ଙ୍କୁ ବିସ୍କୁଟ ଦି ଟା ଦେଇ ତ ଏଇ ଆସି ଭାତ ଡାଲି ବସେଇଛି । ତୋରାଣି ମୁନ୍ଦେ ପିଇ ତ ମୁଁ ସ୍କୁଲ ବାହାରୁଛି ବୋଉ ଛାଡ଼ିଦିଅ ମତେ ମୁଁ ପାଠ ଦି ଅକ୍ଷର ପଢ଼ିଲେ ସୀମା  କୁ ମଧ୍ୟ ଘରେ ପଢେଇ ଦେବି ।ଦେଖିବ ସେ ବି ସ୍କୁଲ ରେ ଫାଷ୍ଟ ହବ।

                    ଯା ମର୍ ସେ ଇସ୍କୁଲୁ ରେ।ଫାଷ୍ଟ ନା ଚୋପା । ତୋ ବୋପା ଅଜା ଚଉଦ ପୁରୁଷ ରେ କିଏ ପାଠ ପଢିଥିଲା ନା । ମତେ ପାଠ ଦେଖଉଛି ପାଠ। କଣ ନା ଇସକୁଲୁ ରେ ପ୍ରାଇଜି ପାଇବ ଫାଷ୍ଟ ହେଇଛି ବୋଲି।

            ଆରେ ଯାଉନୁ ମରିବୁ ସେଇ ଇସିକୁଲୁ ରେ ।କାହିଁକି ଘରୁକୁ  ମୋ ଆସୁଛୁ।ମୋ ବେକ ରେ ବନ୍ଧା ହେଇଚୁ, ଅମାବାସ୍ୟା ରେ ଜନମ ହେଇଚୁ, ସଭିଙ୍କୁ ଖାଇଲେ ଯାଇ ତୋ ମନ ଶାନ୍ତି ହେଵ ପରା।

            ଆରେ ସୀମା ବୋଉ କାହିଁକି ଏମିତି ସକାଳୁ ପାଟିଟା କରୁଛ ଶୁଣେ। ବିଚାରି ଛୁଆ ଟା ଜନମ ଦିନ ରୁ ମା ସୁଖ ଜାଣିନି ତମକୁ ହାତ କୁ ଦି ହାତ ହେଇ ବାହା ହେଇ ଆଣିଲି ତାକୁ ଦେଖା ଶୁଣ। ଟିକେ କରିବ ବୋଲି ଯେ ତା ଉପରେ ଦିନ ଟିଏ ବି ଖୁସି ରେ କଥା ହେଇନାହଁ।ଓଲଟି ତାକୁ ମାରି ମାରି ତା ପିଠି ଫଟେଇ ସାରିଲଣି। ମୁଁ ଆଜି ପଂଗୁ ହେଇଗଲି ବୋଲି ମୋ ଝିଅ ଟା ର ଏତେ ଦୁର୍ଦ୍ଦଶା ।ହଉ ଯାହା ତା କପାଳ ରେ ଲେଖା।

                  ବାପା ବାପା ମୁଁ ମାଟ୍ରିକ ପରୀକ୍ଷା ରେ ପ୍ରଥମ ରେ ପାସ୍ ହେଇଛି ବାପା ପ୍ରଧାନସାର୍ କହୁଥିଲେ ସବୁ କିଛି ମୋତେ ମାଗଣା ରେ ମିଳିବ ସେଠାରେ, କାଲି ଯାଇ ସେଠାରେ ମତେ ଆଡମିସନ କରିବାକୁ ପଡ଼ିବ ।ସାର୍ କହିଛନ୍ତି ଆଜି ଯାଇ ଘରେ କହିଦବୁ ବୋଲି।ହେଲେ ବୋଉ ତ ମତେ ଛାଡ଼ିବାକୁ ଦେବନାହିଁ କେମିତି ବୁଝେଇବି ତାଙ୍କୁ।

                          ତୁ ଯିବୁ ମା ନିଶ୍ଚୟ ପଢ଼ିବୁ ଶିକ୍ଷିତ ହବୁ।ଝିଅ ଟିଏ ଶିକ୍ଷିତ ହେଲେ ପୁରା ପରିବାର ଶିକ୍ଷିତ ହେଇ ପାରିବେ ମା।ମୋ ଆଶୀର୍ବାଦ ତୋ ସହ ସବୁବେଳେ ଅଛି।ସ୍ବର୍ଗ ରେ ଥାଇ ତୋ ମା ମଧ୍ୟ ଖୁସି ହେବ, ତୋତେ କେତେ ଆଶା କରିଥିଲା ବଡ ମଣିଷ କରିବି ବୋଲି । ତୋ ମା ମାମୁଁ ଘରୁ ଆସିବା ଆଗରୁ ତୁ ଯା ମା ,ନହେଲେ ସେ ତୋତେ କେବେ ଛାଡ଼ିବ ନାହିଁ।

           ଏ ଭିତରେ ସମୟ ର ଚକ ଗଡି ଯାଇଛି।

                  ଦୀର୍ଘ  ଦଶ ବର୍ଷ ବିତି ଯାଇଛି ରିନା ପାଠ ପଢା ସାରି ନିକଟସ୍ଥ ଜିଲ୍ଲା  ବ୍ଲକ ରେ ବି ଡି ଓ ହୋଇ ଜଏନ କରିଛି ମିସ୍ ରୀନା ମହାନ୍ତି ନାଁ ରେ। ଗାଆଁ ସାରା ଲୋକ ତାକୁ ଦେଖିବାକୁ ରୁଣ୍ଡ ହୋଇଛନ୍ତି ଆଜି ଫୁଲତୋଡ଼ା ଧରି।ସେମାନଙ୍କ ମଧ୍ୟ ରେ ତା ସାବତ ମା ବି । ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼ିଲା ରୀନା ର । ପାଦ ଛୁଇଁ ପ୍ରଣାମ କଲା ତାଙ୍କୁ।ଲୁହ ଛଳ ଛଳ ଆଖିରେ ତା ବୋଉ ର ମୁଁହ ସେ ଦେଖି ପାରିଲା ଆଜି ସାବତ ମା ମୁଁହ ରେ।କୁଣ୍ଢେଇ ପକେଇଲେ ସାବତ ମା ରୀନା କୁ।ଆଉଁସି ଦେଲେ ତା ଅଲରା କେଶ ଗୁଚ୍ଛ କୁ ସସ୍ନେହ ରେ।ଆଉ କହିଲେ ତୁ ଆଜି ଉ ଆଁ ସି କନିଆଁ 

ନୁହଁ ମା ତୁ ଆମ ଅମାବାସ୍ୟା ର ଜହ୍ନ । ତୋ ଜ୍ୟୋସ୍ନା ରେ ଏ ଗାଁ ବିଭୋର ହେଇ ଯାଉ ମା ମତେ କ୍ଷମା କରିଦେ ଦଣ୍ଡ ଦେ ମୋ ଅପରାଧ ପାଇଁ ଯାହା ଶାସ୍ତି ଦେଲେ ବି ମୁଁ ମୁଣ୍ଡ ପୋତି ସହିଦେବି।ଆଜି  ମୁଁ ବୁଝିଲି ପ୍ରକୃତ ରେ ପାଠ ର ମହତ୍ତ୍ଵ କେତେ ବେଶୀ। ହାତ ଧରି ରୀନା କହିଲା ବୋଉ ତମ ଭୁଲ ତମେ ଜାଣି ପାରିଚ ସେତିକି ହିଁ ତୁମ ପ୍ରାୟଶ୍ଚିତ ।ଆଜିଠାରୁ ପ୍ରତି ଗ୍ରାମ ରେ ପାଠ ପଢା ପାଇଁ ଝିଅ ପୁଅ ସମସ୍ତଙ୍କୁ ବୁଝେଇବା ସହିତ ପ୍ରତିଟି ବାପା ମା ଙ୍କୁ ଶିକ୍ଷିତ କରିବା ଦାୟିତ୍ଵ ତୁମର। 

          ଧିରେ ଧିରେ ଦୂର ଦିଗ୍ ବଳୟ ରୁ ନୂତନ ଆଲୋକ ସମ୍ଭାବନା ବିଚ୍ଛୁରିତ ହୋଇପଡ଼ିଲା  ।

 ସ୍ବର୍ଣ୍ଣ ପ୍ରଭା ମହାପାତ୍ର

 ସୁବର୍ଣ୍ଣପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *