ଆକାଶ ଓ ବର୍ଷା ବହୁତ ଭଲ ସାଙ୍ଗ ଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କ ମନ ରେ ପ୍ରେମ ର ଭାବନା ଜାଗି ଉଠି ଥିଲା , ହେଲେ କେହି କାହାକୁ କହି ପରୁ ନଥିଲେ ।
ହଠାତ୍ ଦିନେ ଦୁହେଁ ଗୋଟେ ସ୍ଥାନ ରେ ଭେଟ ହେଲେ ଆଉ ସେଠି ଦୁଇ ଜଣ କିଛି ସମୟ ବସି କଥା ବାର୍ତ୍ତା ହେଲେ । ଆଉ କଥା ରେ କଥାରେ ଦୁହେଁ ଜାଣି ପାରିଲେ ଯେ ଜଣେ ଜଣଙ୍କୁ ହୃଦୟରୁ ଚାହୁଁଛନ୍ତି ।
ତା ପରେ ତାଙ୍କ ଭିତର କଥା ବାର୍ତ୍ତା ବଢ଼ିବାରେ ଲାଗିଲା ଓ ସମ୍ପର୍କ ମଧ୍ୟ ଦିନ କୁ ଦିନ ନିବିଡ଼ ହେବାରେ ଲାଗିଲା ।
ଆକାଶ ବର୍ଷା ର ବହୁତ ଯତ୍ନ ନେଉଥିଲା । ତାର ସବୁ ଅଳୀ ଅଝଟ କୁ ତା ବାପା ଭଳି ସହୁ ଥିଲା , ନ ଖାଇଲେ ମା ଭଳି ତାକୁ ନିଜ ହାତରେ ଖୁଆଇ ଦଉଥିଲା । ଜଣେ ବନ୍ଧୁ ପରି ଦୁଃଖ ସମୟ ରେ ବୁଝାଉ ଥିଲା ।
ଆକାଶ ର ଏ ଭଳି ଭଲ ପାଇବା ଦେଖି ବର୍ଷା ମନ ରେ ଭଲ ପାଇବା ଆହୁରି ବଢ଼ି ବଢ଼ି ଚାଲିଲା । ସେ ଭାବିଲା ଆକାଶ ଠୁ ଅଧିକ ତାକୁ ଆଉ କେହି ଭଲ ପାଇ ପାରିବେ ନି ।
ଦୁହେଁ ବହୁତ ଖୁସି ରେ ଥିଲେ । ଜୀବନ ରେ ଆଗକୁ ନେଇ କେତେ ସ୍ବପ୍ନ ଦେଖି ଥିଲେ । ଏମିତି ମାସ ପରେ ମାସ ବିତି ଚାଲିଲା ।ଦୁହେଁ ମିଶି ଖୁବ୍ ମସ୍ତି କରୁଥିଲେ । ସାଥିରେ ବୁଲିବାକୁ ଯାଉଥିଲେ ଏମିତି କି ଦୁହେଁ ଦୁହିଙ୍କ ସହ କଥା ନ ହେଲେ ତାଙ୍କ ସକାଳ ର ଆରମ୍ଭ ହଉ ନ ଥିଲା ।
କିନ୍ତୁ ହଠାତ୍ କଣ ହେଲା ,ଆକାଶ ତା ମନ ରେ କଣ ଭାବିଲା କେ ଜାଣି । ସେ ତା ଜୀବନକୁ ଆଉ ଜଣେ ଝିଅ କୁ ନେଇ ଆସିଲା । ଆଉ ସେ କଥା ବର୍ଷା ଠୁ ଲୁଚାଇ ରଖିଥିଲା ।
ସେ ଝିଅ କୁ ଆକାଶ ତା ଜୀବନ ରେ ଆଣିବା ପରେ ବର୍ଷା କୁ ସମୟ ଦେବ କମ କରି ଦେଲା ତା ସହ ଠିକ୍ ରେ କଥା ହେଲା ନି । ବର୍ଷା ମନ ରେ କେମିତି କେମିତି ଭବନା ସବୁ ସୃଷ୍ଟି ହେଲା , ସେ ସବୁ କିଛି ଅନୁଭବ କରି ପାରୁଥିଲା । ଆଉ ଆକାଶ କୁ ଏ କଥା କହି ମଧ୍ୟ ଥିଲା । କିନ୍ତୁ ଆକାଶ ତା କଥା କୁ ଧ୍ୟାନ ଦେଲା ନି । ବର୍ଷା ର ମନ ମାନୁ ନ ଥାଏ ।
ହଠାତ୍ ଦିନେ ସବୁ କଥା ବର୍ଷା ଜାଣି ପାରିଲା ଆଉ ଯତେ ବଳେ ଆକାଶ କୁ କହିଲା ଆକାଶ ତା ଉପରେ ଯୋର୍ ପାଟି କଲା । ଆଉ ଆକାଶ ବର୍ଷା କୁ ବହୁତ ଗାଳି କଲା । ସେ ସବୁକୁ ବର୍ଷା ସହି ପାରିଲାନି ।
କାହିଁକି ନା ତାଙ୍କ ଭିତରେ କବେ ଝଗଡ଼ା ହେଇ ନ ଥିଲା । ଆକାଶ ବର୍ଷା ଉପରେ କେବେ ରଗେ ନି କିନ୍ତୁ ସେ ଦିନ ସେ ଝିଅ ପାଇଁ ଆକାଶ ବର୍ଷା ଉପରେ ଖୁବ୍ ରାଗି ଗଲା । ସେ ଝଗଡ଼ା ଦୁହିଙ୍କ ର ପ୍ରଥମ ଆଉ ଶେଷ ଝଗଡ଼ା ହେଇ ଗଲା ।
ବର୍ଷା ଆକାଶ ପାଖରେ ନେହୁରା ହେଲା ସବୁ କିଛି ପୁରୁଣା କଥା ଭୁଲି ଆଗକୁ ସମ୍ପର୍କ କୁ ପୁଣି ଠିକ୍ କରିବାକୁ କହିଲା କିନ୍ତୁ ଆକାଶ ମନରେ ଆଉ ବର୍ଷା ପ୍ରତି କିଛି ବି ଭଲପାଇବା ନ ଥିଲା । ସେ ଝିଅ ଟି ଆକାଶ ପାଇ ତା ଜୀବନ ର ସବୁ କିଛି ପାଲଟି ସାରିଥିଲା । ଆକାଶ ମନରେ ବାସ୍ ସେ ଝିଅ ଥିଲା ତା ସାମ୍ନା ରେ ତାକୁ ବର୍ଷା ଆଖିର ଲୁହ ମଧ୍ୟ ଦେଖା ଗଲା ନି । ଯୋଉ ବର୍ଷା କୁ ଦିନେ ସେ ଏତେ ଭଲ ପାଉଥିଲା , ଆଉ କାହା ପାଇଁ ତାକୁ ଆଜି ସେ ପର କରିଦେଲା ।
ବର୍ଷା କେତେ କାନ୍ଦିଲା ଆକାଶ କୁ ବୁଝାଇବାକୁ ଚେଷ୍ଟା କଲା , କିନ୍ତୁ କିଛି ଲାଭ ହେଲା ନି । ଭଗବାନ ବୋଧେ ଆକାଶ ଆଉ ବର୍ଷା କୁ ଏକାଠି ଆଉ କରିବାକୁ ଚାହୁଁ ନଥିଲେ ।
ଯେଉ ସ୍ଥାନ ରୁ ତାଙ୍କ ଭଲ ପାଇବା ଆରମ୍ଭ ହେଇଥିଲା । ସେଠୀ ହିଁ ସବୁ କିଛି ଶେଷ ହେଇଗଲା ।
ଦୁହେଁ ଦୁହୀ ଙ୍କ ଠୁ ଅଲଗା ହେଇଗଲେ।
ତା ପରେ ବର୍ଷା ବହୁତ ଭାଙ୍ଗି ପଡ଼ିଲା । ଚିନ୍ତା ରେ ରହିଲା ।ତାକୁ ବହୁତ ଜଣ ପ୍ରସ୍ତlପ ଦେଲେ ହେଲେ ସେ କାହାକୁ ନିଜର କରି ପାରିଲା ନି । ତା ମନ ହୃଦୟ ବାସ ଜଣ ଙ୍କ ପାଖରେ , ତା ସ୍ଥାନ ଏ ଜୀବନ ରେ ଆଉ ସେ କାହାକୁ ଦେଇ ପାରିବ ନି ବୋଲି କୁହେ ।
ଜୀବନରେ ସେ ଜଣଙ୍କୁ ତା ମନ ପ୍ରାଣ ହୃଦୟ ଦେଇ ଭଲ ପାଇ ବସିଥିଲା … ତାକୁ ନେଇ କେତେ ସ୍ବପ୍ନ ଦେଖିଥିଲା , ହେଲେ ଲୋକ କୁହନ୍ତି ନା ତୃତୀୟ ବ୍ୟକ୍ତି ର ଆଗମନ ରେ ସବୁ ସର୍ବ ନାସ ହେଇଯାଏ …ଠିକ୍ ସେଇୟା ହେଲା।
ବର୍ଷା ଭାବେ କାଳେ ମୁ ମରି ଗଲେ ସବୁ ସମସ୍ୟା ର ସମାଧନ ହେଇ ଯିବ …ପୁଣି ତା ପରିବାର କଥା ଭାବେ, ଭାବେ ଯଦି କିଛି ଦିନ ର ଭଲ ପାଇବା ତା ଠୁ ଦୁରାଇ ଗଲା ବୋଲି ତାକୁ ଏତେ କଷ୍ଟ ହଉଚି ତାହାଲେ ସେ ଚାଲି ଗଲେ ତାକୁ ଛୋଟ ରୁ ସ୍ନେହ ଭଲ ପାଇବା ଦେଇ ବଢାଇ ଥିବା ପରିବାର ର କଣ ହେବ । ସେ ଏମିତି ସବୁ ଭାବି ନିଜକୁ ସମ୍ଭାଳି ନିଏ।
ସେ ନିଜକୁ ସମ୍ଭାଳି ଏବେ ତା ନିଜ ରାସ୍ତା ରେ ଆଗେଇ ଚାଲିଛି ସବୁ ସ୍ମୃତି କୁ ତା ସାଙ୍ଗରେ ନେଇ । ନା ଆଉ କାହାକୁ ସେ ତା ଜୀବନ କୁ ଆଣି ପାରୁଚି ନା ଆଣିବାକୁ ଚାହୁଁଚି ।
କିନ୍ତୁ ଆକାଶ ର ଖୁସି ପାଇଁ ସେ ଆଜି ତା ଠୁ ବହୁତ୍ ଦୂରକୁ ଚାଲି ଯାଇଛି। ଆଉ ଆକାଶ କୁ ତା ରାସ୍ତା ରେ ଛାଡି ଦେଇଛି …କାହିଁକି ନା ବର୍ଷା ମନ ରେ ଆସିଥିଲା ଯଦି ଆକାଶ ତାକୁ ସତରେ ଭଲ ପାଇଥାନ୍ତା ତାହାଲେ ଆଉ କାହାକୁ ସେ ତା ଜୀବନ କୁ ଆଣି ନ ଥାଆନ୍ତା । କି ତା ପାଇ ତାକୁ ଏତେ ଗାଳି କରି ନ ଥାଆନ୍ତା ।
ସବୁ କଥା ଭାବି ବର୍ଷା ବେଳେ ବେଳେ ଲୁଚି ଲୁଚି କନ୍ଦେ । ପୁଣି ନିଜ ଲୁହ ନିଜେ ପୋଛି ନିଜକୁ ବୁଝାଏ ।
ଆଉ ଏମିତି ସମୟ ବିତି ଚାଲିଚି । ବର୍ଷା ଏବେ ତା ଲକ୍ଷ୍ୟ ପୁରାଣ କରିବା ଚେଷ୍ଟା ରେ ଲଗିଚି । ତାର ଏବେ ବାସ ଗୋଟେ ଲକ୍ଷ୍ୟ ସେ କେମିତି ଗୋଟେ ପ୍ରତିଷ୍ଠିତ ମଣିଷ ଟେ ହେବ । ତା ପାଇଁ ସେ ଦିନ ରାତି ପରିଶ୍ରମ କରୁଛି । ଆକାଶ କଥା ତାର ବହୁତ ମନେ ପଡେ ଜୀବନରେ ଏକା ଅନୁଭବ କରେ କିନ୍ତୁ ସବୁ ପରେ ବି ଭାଙ୍ଗି ପଡ଼ିଥିବା ସେ ବର୍ଷା ନିଜକୁ ସମ୍ଭାଳି ତା ପୁରୁଣା ସ୍ମୃତି ସହିତ ଆଗକୁ ବଢ଼ି ଚାଲିଛି ।
ତାର ବିଶ୍ୱାସ ଭଗବାନ ତା ପାଇଁ ନିଶ୍ଚୟ କିଛି ଭଲ ଚିନ୍ତା କରିଥିବେ ।ଏମିତି ତା କାହାଣୀ ଆଗକୁ ଚାଲିଛି।
କେବଳ ତା ପ୍ରେମ କାହାଣୀ ଅଧୁରା ହେଇ ରହି ଯାଇଛି । ତାର ବିଶ୍ୱାସ ଆକାଶ ଦିନେ ନା ଦିନେ ତା ଭଲ ପାଇବା କୁ ବୁଝି ପାରିବ । ଆଉ ତା ପାଖକୁ ଫେରିବ ।
ଆକାଶ ଯଦି ବର୍ଷା ପାଖକୁ ଫେରିବ କଣ ସେ ତାକୁ ପୁଣି ଆଗ ଭଳି ଭଲ ପାଇ ପାରିବ ? କଣ ତାକୁ ସେ ପୁଣିଥରେ ନିଜର କରି ପାରିବ ?