
ଅଜଣା ଅଚିହ୍ନା ଜୀବନ ର ରାସ୍ତା
କୁଆଡେ ଯିବାକୁ ଅଛି ଜଣାନାହିଁ,
ଦୈନନ୍ଦିନ ଜୀବନର ବ୍ୟସ୍ତତା ଭିତରେ
ରହିଅଛି କିଛି ଗୋଟେ ରିକ୍ତତା,
ବାଲି ଘର, ମାଟି ଘର, ମହଲ ଉପରେ ମହଲ
ଗଢିଚାଲିଛୁ କେତେ ସମୟର ବାସ ଜଣାନାହିଁ,
ଗ୍ରୀଷ୍ମ, ବର୍ଷା,ଶୀତ ଋତୁ ମଧ୍ୟରେ ଜୀବନଟା
ବସନ୍ତ ରୂପେ ଚାହେଁ ମୁକ୍ତତା,
ଅନେକ ସ୍ୱପ୍ନ ଆସେ ଆଖି ବୁଜି ଥିଲାବେଳେ
ସତ ହେବ କି ନାଁ ଜଣାନାହିଁ,
ଭଙ୍ଗା ଗଢ଼ା କିଛି, କିଛି
ପୂର୍ଣ୍ଣ କିଛି ଅଧା ଜୀବନର ଏ କାହାଣୀ,
ପାଇବା ହରାଇବାର ଶୃଙ୍ଖଳା ଭିତରେ
ନିଜେ ହିଁ ହଜିଯାଉ ତାହା ଜଣାନାହିଁ,
ପାହାଚ ଶୀର୍ଷ ରେ ଗନ୍ତବ୍ୟ କିନ୍ତୁ ଜୀବନ ତ ଯାତ୍ରା,
କ’ଣ ଗନ୍ତବ୍ୟ ବୋଲି କିଛି ଥାଏ ହେ ନୀରିହ ପ୍ରାଣୀ।
