
ମୋ’ ଗାଆଁ
ମୋ’ ଗାଆଁ,ମୋ’ ଗାଆଁ ପରିଆଉ ରହିନାହିଁ,ସହର ହୋଇଯାଇଛି…! ଗାଁ ରାସ୍ତାମାଟିରୁ ସିମେଣ୍ଟିଆ ପାଲଟିସାରିଛି,ସ୍ଥାନେ ସ୍ଥାନେଦାନ୍ତ ନେଫାଡି ଅକ୍ଷାସ କରୁଛି…! ଗାଁ ମାଟି ଘରକୋଠା ହୋଇସାରିଛି,କାନ୍ଥରେ ଲେଖାଥିବାଆବାସ ଯୋଜନାର ଇତିବୃତ୍ତିସ୍ଥିତାବସ୍ଥାର ଡିଣ୍ଡିମ ପିଟୁଛି…! ମୋ’ ଗାଆଁର ଭାଗବତ ଘର,କ୍ଲବ୍ ଘର ରୂପନେଇଯୁଆନଙ୍କ ଆଡ୍ଡା ପାଲଟିଛି,ବୁଢ଼ାବୁଢ଼ୀ ବାପାମାଆଙ୍କ ଅବସ୍ଥାକୀଟ ପାଲଟୁଛି…! ଝିଅବୋହୂଙ୍କ ସ୍କୁଟି ଚଲା ଦୃଶ୍ୟସିନେମା ପରି ଲାଗୁଛି,ଓଢ଼ଣା ବଦଳରେସାରା ମୁହଁ ଓଢଣୀ ଢାଙ୍କୁଛି…! ଗାଁ ଖେତ ଖଳା ଆମ୍ବତୋଟାଡଙ୍ଗର ନଲିଆଭୂଗୋଳ ପୋଥିପତ୍ରରୁକେଉଁ କାଳୁ ହଜିସାରିଛି,ପରିବେଶ ଖାଁ ଖାଁ ଲାଗୁଛି,ସବୁଆଡଆଇଁଷିଆ…