Category: ଓଡ଼ିଆ କାହାଣୀ

ପ୍ରେମ ର ଭାଗ୍ୟ
ବଡ଼ ସହରଟିର ଛୋଟିଆ ପାର୍କ ଭିତରେ ଭାଲେଣ୍ଟାଇନ୍ସ ଡ଼େ ର ପ୍ରେମୀ ଯୁଗଳ ଙ୍କୁ ଠାଏ ଠାଏ ଦେଖିବାକୁ ମିଳୁଥିଲା ସେଦିନ l ଅନ୍ୟ କେତେଜଣ ଏମିତି ଉଦ୍ଦେଶ୍ୟ ବିହୀନ ହୋଇ ପଶି ଆସିଥିଲେ ଟିକେ ଘେରାଏ ବୁଲି ଆସିବା ପାଇଁ ନହେଲେ ଦିନ ଏଗାରଟା ରେ କାହାର କାମ ନାହିଁ ଯେ ପାର୍କ ବୁଲିବାକୁ ଯିବ, ଆଜିକାଲି ତ ରାତି ରେ ହିଁ ପାର୍ଟି କରିବା ପାଇଁ ଲୋକ ପସନ୍ଦ କରୁଛନ୍ତି l ଝିଅଟିଏ ଅଳ୍ପ…

ପ୍ରିୟତମା
ଘରେ ତେଳ ଲୁଣର ବଜେଟ୍ ସମ୍ଭାଳୁଥିବା ଘରଣୀ ହଠାତ୍ ଚେତାବନୀ ଦେଲେ, ବହୁତ ହୋଇଗଲା। ଏଥର କବିତା ଲେଖା ବନ୍ଦ କର। ଦେଖ ଦୁନିଆଁ କେବେଠୁ ବଦଳିଗଲାଣି। ଆଉ ତୁମେ ଭଙ୍ଗା ଚେୟାର୍ ଭଳି ସେମିତି ଗୋଟିଏ କଣରେ ପଡ଼ିଥାଅ। କ’ଣ ମିଳୁଛି ସେଥିରୁ ଯେ।ଘରଣୀଙ୍କ ମଥା ହଠାତ୍ କାହିଁକି ଘୁରିଲା କିଛି ବୁଝିବା ଆଗରୁ ଆଉ ଏକ ବିସ୍ପୋରଣ। ଦରଦାମ୍ କେବେଠୁ ଆକାଶ ଛୁଆଁ ହେଲାଣି। କିଛି ଜାଣିପାରୁଛ ନା ନାହିଁ। ଏଥର ତ ଆଉ…

ଟିସୁ ପେପର୍
ଥରେ ଜଣେ ଧନୀ ବ୍ୟବସାୟୀ ଗୋଟିଏ ବଡ ହୋଟେଲକୁ ମଧ୍ୟାହ୍ନ ଭୋଜନ କରିବା ପାଇଁ ଯାଇଥିଲେ। ସାଥିରେ ଥିଲା ତାଙ୍କର ଡ୍ରାଇଭର।ଦୁହେଁ ସାମ୍ନାସାମ୍ନି ଗୋଟିଏ ଟେବୁଲ୍ ରେ ବସି ପଡିଲେ। ମେନ୍ୟୁ ଦେଖି ବିଭିନ୍ନ ପ୍ରକାର ଖାଦ୍ୟ ବରାଦ କଲେ। ହଠାତ୍ ଏତିକିବେଳେ ସେହି ଟେବୁଲ ଉପରେ ଥୁଆ ହୋଇଥିବା ଟିସୁ ପେପର୍ ଡ୍ରାଇଭର ସହ କଥାବାର୍ତ୍ତା ହେଲା।ଟିସୁ ପେପର୍ ପଚାରିଲା: “ତୁମ ସାମ୍ନାରେ ବସିଥିବା ଏ ଭଦ୍ରଲୋକଟିକ’ଣ ତୁମର ସମ୍ପର୍କୀୟ କି?ଡ୍ରାଇଭର ଉତ୍ତର ଦେଲା: ହଁ।…

ମୋ ବାପାଙ୍କ ସପନ
ମୋ ବାପା ଖୁବ୍ ଗରିବ ତାଙ୍କ ପାଖରେ ମୋ ପାଇଁ କିଣିବା ପାଇଁ କିଛି ପଇସା ନାହିଁ , ହେଲେ ରମେଶ ର ବାପା ଖୁବ୍ ଧନୀ ସେ ତାଙ୍କ ପୁଅ ଲାଗି ସବୁ ଜିନିଷ ରମେଶ ନ କହିଲେ ବି ତାକୁ ଆଣି ଦିଅନ୍ତି । ସତରେ ସେ କେତେ ଭାଗ୍ୟବାନ ଏମିତି କେତେ କଣ କହିଯାଉଥାଏ ରବି । ହେଲେ ତା ବୋଉ କେବଳ ଶୁଣୁ ଥାଆନ୍ତି ହେଲେ କୌଣସି ଉତ୍ତର ଦେଉନଥାନ୍ତି ରବିକୁ…

ତୁଠ ପଥର
କାମିନୀ ଙ୍କ ଗୋଟିଏ ଅଭ୍ୟାସ ଉପରେ ପଡି ଅନ୍ୟକୁ ଉପଦେଶ ଦେବା ଓ ସାହାଯ୍ୟ କରିବା l ଯେଉଁଥି ପାଇଁ ତାଙ୍କୁ କମ ହଟହଟା ହେବାକୁ ପଡେ ନାହିଁ l ତେଣୁ ସୁଧୀର ସବୁ ବେଳେ ନିଜକୁ ନିୟନ୍ତ୍ରଣ ରେ ରଖିବାକୁ କହନ୍ତି l ସମସ୍ତେ ସବୁ ବେଳେ ହସ୍ତକ୍ଷେପ ପସନ୍ଦ ପସନ୍ଦ କରନ୍ତି ନାହିଁ l ଫଳରେ ଅଯଥା ଅସନ୍ତୋଷ ଦେଖା ଦିଏ lବଡ ବୋହୁ ନିରା ବେଳେ ବେଳେ ଅଣ ନିଶ୍ୱାସୀ ହୋଇ ଯାଏ…

Old is gold
ବେଳେବେଳେ କିଛି ପୁରୁଣା ସ୍ମୃତି ଓ ଅନୁଭୂତି ଅନେକ କିଛି ନୀତି ଶିକ୍ଷା ଦେଇ ଯାଏ ଯାହା ପରବର୍ତ୍ତୀ ସମୟରେ ଆମ ଜୀବନରେ କେବେ ନା କେବେ କାମରେ ଆସିଥାଏ। ଏଇ ଯେମିତି ପଚିଶ,ଛବିଶ ବର୍ଷ ତଳର କଥା। ମୁଁ ସେତେବେଳେ ସପ୍ତମ ଶ୍ରେଣୀ ପରୀକ୍ଷା ଦେଇ ଅପେକ୍ଷା କରିଥିଲି ବର୍ଷ ଯାକର ଫଳକୁ, ମାନେ ମୋ ରିଜଲ୍ଟ କୁ। ଏହି ସମୟରେ ବାପା ରାଉରକେଲା ଆସିଲେ ନିଜର ଜଣେ ସହକର୍ମୀଙ୍କ ସହ ନୂଆଁ ଲେଡିଜ୍ ସାଇକଲ…

ସଖା ତ୍ୱମେବ
କୁନ୍ତୀନନ୍ଦନ ଙ୍କ ଆଜୀବନ ସହଚରୀ ଦୃପଦନନ୍ଦିନୀ ଦ୍ରୌପଦୀ । ଜୀବନ ର ସାୟଂକାଳ ରେ ଅନ୍ତିମ ଅଧ୍ୟାୟ ଲେଖିବାକୁ ସେମାନଙ୍କ ସହ ସକଳ ରାଜ ଐଶ୍ଚର୍ଯ୍ୟ ତ୍ୟାଗପୁର୍ବକ ସାଧାରଣ ଯାତ୍ରୀ ଭଳି ତୀର୍ଥଯାତ୍ରା ରେ ବାହାରିଥିଲେ । ସମସ୍ତ ତୀର୍ଥାଟନ ପରେ ମହାପ୍ରସ୍ଥାନ ଲାଗି ବିପଦସଂକୁଳ ହିମାଳୟ ଆରୋହଣ ଆରମ୍ଭ କରିଥିଲେ ।ପାଞ୍ଚାଳୀ ଭାବିଥିଲେ ପଞ୍ଚପତିଙ୍କ ସାହଚର୍ଯ୍ୟ ରେ ମୃତ୍ୟୁପଥ ସରଳ ସାବଲୀଳ ରହିବ । କିନ୍ତୁ ପିଚ୍ଛିଳ ପାର୍ବତୀୟ କ୍ଷେତ୍ରର ପ୍ରଥମ ସୋପାନ ରେ ଅନଭ୍ୟସ୍ତ…

ପ୍ରଥମ ଚିଠି
ନୀରବ ଆକାଶ ରେ ଦ୍ଵିତୀୟା ଜହ୍ନ ର ରାଜୁତି, ନୀଳ କଇଁ ଲାଜେଇ ଫିକ୍ କରି ହସି ଯେପରି ଆଖି ରେ ଇଶାରା ପଠାଉଛି ଆଉ ଶୀତଳ ସମୀରଣ ଯେମିତି କି ବlର୍ତ୍ତବହ ସାଜି ମେଘ ପାଲିଙ୍କି ରେ ଘୁରି ଘୁରି ଯାଉଛି ଚନ୍ଦ୍ରମା ତଟ ଦେଶ କୁ ସ୍ବପ୍ନ ର ନଅର ତୋଳିବା ପାଇଁ। ଉର୍ମି ଉର୍ମି ଡାକି ତାକୁ ପ୍ରକୃତିସ୍ଥ କଲା ସୋମେଶ। ଆରେ କେଉଁଠି ହଜିଯାଇଛ ଶୁଣେ। କାନି ପଣତ ରେ ତାର…